Advertisment

ଝିଅକୁ ଦୁର୍ବ୍ୟବହାର କରିଥିଲା, ଥାନାରୁ ଆସି ମାଆକୁ ମାରିଦେଲା

ସିଆରଆଇ ଥାନା ଦେବେନ୍ଦ୍ର ନଗରରେ ଭାରତୀ ସାହୁଙ୍କ ଘର। କିଛି ମାସ ତଳେ ଭାରତୀଙ୍କ ଝିଅଙ୍କୁ ସ୍ଥାନୀୟ ଅଞ୍ଚଳର ମୁନା ଓରଫ ମୁନା ଭୂୟାଁ ଦୁର୍ବବ୍ୟବହାର କରୁଥିଲା।

author-image
Manoranjan Sial
Cuttack

Cuttack

ଝିଅକୁ ବାରମ୍ୱାର ଦୁର୍ବ୍ୟବହାର କରୁଥିଲା ଅଭିଯୁକ୍ତ। ବିରୋଧ କରିବା ସହିତ ଥାନାରେ ଅଭିଯୋଗ କରିଥିଲେ ମାଆ। ଯେଉଁଥିପାଇଁ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ୍‌। ଅଭିଯୁକ୍ତ ଜେଲ୍‌ରୁ ବାହାରି ହତ୍ୟାକାଣ୍ଡ ଘଟାଇଛି। ସୋମବାର ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ରେ ଘଟିଥିଲା।

Advertisment

ସିଆରଆଇ ଥାନା ଦେବେନ୍ଦ୍ର ନଗରରେ ଭାରତୀ ସାହୁଙ୍କ ଘର। କିଛି ମାସ ତଳେ ଭାରତୀଙ୍କ ଝିଅଙ୍କୁ ସ୍ଥାନୀୟ ଅଞ୍ଚଳର ମୁନା ଓରଫ ମୁନା ଭୂୟାଁ ଦୁର୍ବବ୍ୟବହାର କରୁଥିଲା। ଏନେଇ ଭାରତୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ଦିନ ତଳେ ସେ ଜେଲ୍‌ରୁ ବାହାରିଥିଲା।

ସୋମବାର ସନ୍ଧ୍ୟା ବେଳେ ଭାରତୀଙ୍କ ଘରକୁ ଆସିଥିଲା ମୁନା। ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରେ ଭାରତୀଙ୍କୁ ମୁନା ହତ୍ୟା କରି ଫେରାର ହୋଇଯାଇଥିଲା। ସିଆର୍‌ଆଇ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ଆଜି ଅଭିଯୁକ୍ତ ମୁନାକୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ୍‌। ମାମଲାଟି ରେଡ୍‌ ଫ୍ଲାଗ ମାମଲା ହିସାବରେ ଗ୍ରହଣ ହୋଇଥିବାରୁ ମାସେ ଭିତରେ ତଦନ୍ତ କରି ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।

Advertisment

ହତ୍ୟାକାରୀକୁ ଫାଶୀ ଦିଆଯାଉ ବୋଲି ମୃତ ମହିଳାଙ୍କ ଝିଅ ଦାବି କରିଛନ୍ତି। ସେପଟେ ସ୍ଥାନୀୟ ଲୋକେ କହିଛନ୍ତି, ଅଭିଯୁକ୍ତ ଓ ତାଙ୍କ ପରିବାରକୁ ସାହିରୁ ତଡିପାର କରାଯାଉ।

ସୂଚନାରୁ ପ୍ରକାଶ, ମୁନା ସ୍ଥାନୀୟ ଅଞ୍ଚଳର ଜଣେ ପେଶାଦାର ଅପରାଧୀ। ବିଭିନ୍ନ ଅପରାଧରେ ସେ ସମ୍ପୃକ୍ତ ରହିଛି। ମୁନା ନାଁରେ ପୂର୍ବରୁ ୨ ମାମଲା ଥିଲା ବୋଲି ପୁଲିସ୍‌ କହିଛି।

Murder Cuttack Crime