Advertisment

କେମିତି ଠକୁଥିଲେ ସାଇବର ଠକ? ପୁଲିସ ଦେଲା ପୂରା ତଥ୍ୟ

ପୁଲିସର କହିବା ଅନୁସାରେ, ଏ ରାକେଟ୍‌ ମୁଖ୍ୟତଃ ସହର ଉପକଣ୍ଠ ଜନଗହଳି ନଥିବା ଏଟିଏମକୁ ଟାର୍ଗେଟ୍‌ କରୁଛନ୍ତି। ପ୍ରଥମେ ସେମାନେ ମେସିନ ନିକଟରେ ଏକ ଫେକ୍‌ କଷ୍ଟମର କେୟାର ନମ୍ବର ଲଗାଇ ଦେବେ।

Cyber

Cyber

Advertisment

ଏଟିଏମକୁ ଟଙ୍କା ଉଠାଇବାକୁ ଗଲା ବେଳେ ମେସିନ୍‌ କାମ କରୁନି କି ? ଏଟିଏମ୍ ଭିତରେ କାର୍ଡ ଲାଖି ଯାଉଛି କି ? ଯଦି ଏମିତି ହେଉଛି, ତାହେଲେ ସାବଧାନ ହୋଇଯାଆନ୍ତୁ। ନହେଲେ ଅତିଶୀଘ୍ର ସାଇବର ଠକଙ୍କ ଶିକାର ହୋଇ ଖୋଳ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ। ଏମିତି ଠକାମୀରେ ହୋଇଛନ୍ତି ଭୁବନେଶ୍ୱରର ଚନ୍ଦକା ଅଞ୍ଚଳର ଚିନ୍ମୟ କୁମାର ଷଡ଼ଙ୍ଗୀ।

Advertisment

ଚନ୍ଦନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ୍‌ ଗିରଫ କରିଥିବା ଅଭିଯୁକ୍ତ ହେଉଛନ୍ତି ବିହାରର ଅସଦ ଅଲ୍ଲୀ। ତା’ଠାରୁ ପୁଲିସ୍‌ ୪୦ ହଜାର ଟଙ୍କା ସହ ୧୧ଟି ଏଟିଏମ୍ କାର୍ଡ ଜବତ୍ କରିଛି। ଏଥିସହ ଫେରାର ଥିବା ଗ୍ୟାଙ୍ଗର ପାଖାପାଖି ୬ରୁ ୭ ଜଣଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି ପୁଲିସ୍।

ପୁଲିସର କହିବା ଅନୁସାରେ, ଏ ରାକେଟ୍‌ ମୁଖ୍ୟତଃ ସହର ଉପକଣ୍ଠ ଜନଗହଳି ନଥିବା ଏଟିଏମକୁ ଟାର୍ଗେଟ୍‌ କରୁଛନ୍ତି। ପ୍ରଥମେ ସେମାନେ ମେସିନ ନିକଟରେ ଏକ ଫେକ୍‌ କଷ୍ଟମର କେୟାର ନମ୍ବର ଲଗାଇ ଦେବେ। ତାହା ସହ ରିମୋଟ ଚାଳିତ ଏକ ଚିପକୁ ମେସିନରେ ଲଗାଇ ଦେବେ। ଫଳରେ ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକ ମେସିନରେ କାର୍ଡ ଭର୍ତ୍ତି କରିବା କ୍ଷଣି ତାହା ଲକ୍‌ ହୋଇଯାଏ। ଯେଉଁଥିପାଇଁ ଟଙ୍କା ଗ୍ରାହକ ହଡ୍‌ବଡ଼େଇ ଯାଏଁ।

Advertisment

ଗ୍ରାହକଙ୍କ ବ୍ୟସ୍ତତାର ସୁଯୋଗ ନେଇ ସାହଯ୍ୟ କରିବାକୁ ଆଗେଇ ଆସନ୍ତି ଗ୍ୟାଙ୍ଗର ସଦସ୍ୟ। ନକଲି କଷ୍ଟମର କେୟାର ନମ୍ବରକୁ ଫୋନ ଲଗାଇବାକୁ କହିବେ। ଗ୍ରାହକକୁ ଏନଗେଜ ରଖି ରିମୋଟ ବଳରେ ମେସିନ ଲକ୍‌ ଖୋଲି କାର୍ଡ ବାହାର କରିଦେବେ। ଆଉ ଚତୁରତାର ସହ କାର୍ଡରୁ ଅସଲି ଚିପ କାଢ଼ି, ନକଲି ଚିପ୍‌ ଲଗାଇ ପୁଣି ମେସିନ ଭିତରେ ପୂରାଇ ଦେବେ। ପରବର୍ତ୍ତୀ ସମୟରେ ଗ୍ରାହକ କାର୍ଡ ବାହାର କରି ଚାଲିଯିବା ପରେ, ଅସଲି ଚିପ୍‌କୁ ଅନ୍ୟ କାର୍ଡରେ ଖଞ୍ଜି ଆକାଉଣ୍ଟ ଖାଲି କରି କରୁଥିଲେ ଲୁଟେରା।

ସେପଟେ ପର୍ଯ୍ୟଟନ ସହର ପୁରୀରେ ହୋଟେଲ ବୁକିଂ କ୍ଷେତ୍ରରେ ବଢ଼ି ଚାଲିଛି ସାଇବର ଫ୍ରଡ୍। ସାଇବର ଥାନାରେ ହୋଇଥିବା ଆଉ ଏକ ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରର ସମୀର ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଗୁଗୁଲରେ ସର୍ଚ୍ଚ କରି ୱେବସାଇଟରୁ ଏକ ହୋଟେଲର ନମ୍ବର ପାଇ ରୁମ୍‌ ବୁକ ପାଇଁ ସେଥିରେ କଲ କରିଥିଲେ। ଆଉ ଅପରପଟୁ କେହି ସଂପୃକ୍ତ ହୋଟେଲର ମ୍ୟାନେଜର କହି କଥା ହେବା ସହ କୌଶଳରେ ସମୀରଙ୍କ କ୍ରେଡିଟ କାର୍ଡରୁ ଓଟିପି ମାଗି ନେଇ ଦେଖୁ ଦେଖୁ ଦେଖୁ ୨୦ ହଜାର ଟଙ୍କା ଗାଏବ କରିଦେଇଥିଲେ। ଆଉ ଅସାବଧନତାରୁ ଲୁଟର ଶିକାର ହୋଇଥିଲେ ସମୀର। ତେଣୁ ହୋଟେଲ ବୁକିଂ କ୍ଷେତ୍ରରେ ବଢି ଚାଲିଥିବା ଏଭଳି ଫ୍ରଡକୁ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛି ପୁରୀ ପୁଲିସ ପ୍ରଶାସନ।

Bhubaneswar Puri Bhubaneswar News Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe