Advertisment

ଖରାପ ଶବ୍ଦ ପ୍ରୟୋଗ କରି ଗିରଫ ହେଲେ ୟୁ ଟ୍ୟୁବର

ଶଙ୍କର ଓମ୍‌ ନିଜ YouTube ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ। ଏଥିସହ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭଯୋଗ କରିଥିଲେ।

author-image
Manoranjan Sial
Crime

Crime

ଗିରଫ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍‌ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ। ଭୁବନେଶ୍ୱର କମିଶନରେଟ୍‌ ପୁଲିସର ସାଇବର ଥାନା ପୁଲିସ ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ଏସିପି ଅଞ୍ଜନା ଟୁଡୁ। ସେପଟେ ଗିରଫ ପରେ ସ୍ୱର ବଦଳାଇଛନ୍ତି ଶଙ୍କର। ଆଉ ଆଗକୁ ସେମିତି କିଛି କହିବି ନାହିଁ ବୋଲି ସେ କହିଛନ୍ତି।

Advertisment

ଶଙ୍କର ଓମ୍‌ ନିଜ YouTube ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ। ଏଥିସହ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶଙ୍କର ଓମ୍‌ଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି। ତାଙ୍କ ନାଁରେ ସିମୁଳିଆ ଓ ମହିଳା ଥାନାରେ ମାମଲା ଥିବା ଏସିପି ଅଞ୍ଜନା ଟୁଡୁ କହିଛନ୍ତି।

ପୀଡିତା କହିଛନ୍ତି, ଶଙ୍କର ପୁଲିସ୍‌ ଓ ମିଡ଼ିଆକୁ ବେଶ୍ୟା ସହିତ ତୁଳନା କରିଥିଲେ। ଏହାର ପ୍ରତିବାଦ କରିଥିଲି। ଏହା ପରେ ସେ ୧୨ ବର୍ଷ ତଳର ମୋର ଏକ ଭିଡ଼ିଓକୁ ବ୍ୟବହାର କରି ନାନା ଖରାପ ଶବ୍ଦ କହିଥିଲେ। ଏ ନେଇ ମୁଁ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲି ବୋଲି ପୀଡ଼ିତା କହିଛନ୍ତି।

Advertisment

ସେପଟେ ଅଭିଯୁକ୍ତ କହିଛନ୍ତି, ମହିଳାଙ୍କୁ ଅସମ୍ମାନ ନୁହେଁ, ଯେତେବେଳେ ସ୍ୱାଭିମାନ ଉପରକୁ ପ୍ରଶ୍ନ ଆସେ, ସେତେବେଳେ କ୍ରୋଧ ସମ୍ଭାଳି ପାରିନଥିଲି। ତେଣୁ ଓଟିଭିର ଗୋଟିଏ ପୁରୁଣା ନ୍ୟୁଜ୍‌ ‘ମାଛ ମାର୍କେଟରୁ ମାଛ ଚୋରି‘କୁ ନେଇ ନ୍ୟୁଜ୍‌ କରିଥିଲି। ଯେଉଁଥିପାଇଁ ତାଙ୍କୁ(ମହିଳା) ବହୁ ବାଧିଥିଲା। ତାଙ୍କର ସମ୍ମାନ ହାନୀ ହୋଇଥିବାରୁ ମୁଁ ଦୁଃଖିତ। ସିଏ ମୋର ବଡ଼ ଭଉଣୀ ଭଳିଆ। ଏଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଆଗକୁ ଏମିତି ହେବନାହିଁ ବୋଲି ଶଙ୍କର କହିଛନ୍ତି।

Bhubaneswar Balasore Crime