Advertisment

ସାଥୀଙ୍କୁ ଦେଖା କରିବାକୁ ଜେଲ୍‌ ଆସିଥିଲେ, ମାଡ଼ି ବସିଲା ପୁଲିସ୍‌

ରାହୁଲଙ୍କ କାରବାର ସମ୍ପର୍କରେ ଖବର ପାଇଥିଲା ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌। ଫେବ୍ରୁଆରୀ ୧୧ ତାରିଖରେ ରାହୁଲଙ୍କ ୩ ସାଥୀଙ୍କୁ ମାଡ଼ି ବସିଥିଲା।

author-image
Manoranjan Sial
Rahul

Rahul

ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ସାଥୀଙ୍କୁ ଦେଖା କରିବାକୁ ଆସିଥିଲେ ଗଞ୍ଜେଇ ମାଫିଆ। ହେଲେ ଧରା ପଡ଼ିଗଲେ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗଞ୍ଜେଇ ମାଫିଆ ରାହୁଲ୍‌ ସେଠୀ। ସେ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରୁ ଗଞ୍ଜେଇ ଆଣୁଥିଲେ। ସେହି ଗଞ୍ଜେଇକୁ ସେ ବିହାର, ଝାରଖଣ୍ଡ, ଦିଲ୍ଲୀକୁ ପଠାଇ ଦେଉଥିଲା। ଏଥିସହ ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଯୋଗାଣ କରୁଥିଲେ। ସଡ଼କ ପଥରେ ନିଜର କଳା ସାମ୍ରାଜ୍ୟକୁ ବିସ୍ତାର କରୁଥିଲେ। ସେହି ପଇସାରେ ଅୟସ୍‌ କରୁଥିଲେ ରାହୁଲ୍‌ ସେଠୀ। ଦାମୀ ହୋଟେଲ୍‌ରେ ରହୁଥିଲେ, ହୁକ୍କା ବାର୍‌ରେ ମୌଜ କରୁଥିଲେ।

ରାହୁଲଙ୍କ କାରବାର ସମ୍ପର୍କରେ ଖବର ପାଇଥିଲା ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌। ଫେବ୍ରୁଆରୀ ୧୧ ତାରିଖରେ ରାହୁଲଙ୍କ ୩ ସାଥୀଙ୍କୁ ମାଡ଼ି ବସିଥିଲା। ସେମାନଙ୍କଠାରୁ ୩୦୦ କେଜି ଗଞ୍ଜେଇ ଜବତ କରିଥିଲା। ସେମାନଙ୍କୁ ଜେରା ବେଳେ ରାହୁଲଙ୍କ ସମ୍ପର୍କରେ ପୂରା ତଥ୍ୟ ପାଇଥିଲା ପୁଲିସ୍‌। ପରେ ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦେଇଥିଲା ପୁଲିସ୍‌।

Advertisment

ଗଞ୍ଜେଇ ମାଫିଆ ରାହୁଲଙ୍କୁ ଗିରଫ କରିବା ପାଇଁ କମିଶରେଟ୍‌ ପୁଲିସ୍‌ ଉଦ୍ୟମ କରୁଥିଲା। ହେଲେ ସେ ଧରା ପଡ଼ୁନଥିଲା। କିନ୍ତୁ ଗତକାଲି(ଗୁରୁବାର) ରାହୁଲ ସାଥୀଙ୍କୁ ଦେଖା କରିବା ପାଇଁ ଝାରପଡ଼ା ଜେଲ୍‌ ଆସିଥିଲେ। ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ ଜାଣିପାରି ତାଙ୍କୁ ମାଡ଼ି ବସିଥିଲା। ପୁଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍‌ ଓ ଗୋଟିଏ କାର ଜବତ କରିଥିଲା। ସେ ୩ରୁ ୪ ବର୍ଷ ହେଲା ଏହି କାରବାରରେ ଲିପ୍ତ ଥିବା ପୁଲିସ୍‌ କହିଛି।

Crime Bhubaneswar Bhubaneswar News