Advertisment

୬୦୨ ନମ୍ୱର ରୁମ୍‌ରେ କ’ଣ ଚାଲିଥିଲା? କାହିଁକି ଚଢ଼ଉ କଲା ପୁଲିସ୍‌

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରେ ଥିବା ଏକ ଆପାର୍ଟମେଣ୍ଟର ଷଷ୍ଠ ମହଲାର ୬୦୨ ନମ୍ୱର ରୁମ୍‌ରେ ଗତ ୩ରୁ ୪ ମାସ ହେଲା ରହୁଥିଲେ ୪ ଜଣ ଯୁବକ।

author-image
Manoranjan Sial
BBSR

BBSR

ଆପାର୍ଟମେଣ୍ଟର ଷଷ୍ଠ ମହଲାର ୬୦୨ ନମ୍ୱର ରୁମ୍‌ରେ କ’ଣ ଚାଲିଥିଲା? ହଠାତ୍‌ କାହିଁକି ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଏକ ଟିମ୍‌ ଚଢ଼ଉ କଲା? ଚଢ଼ଉ ବେଳେ ଘରୁ ୪ ଯୁବକଙ୍କୁ ଅଟକ ରଖିଥିବା ବେଳେ ଅନେକ ବୈଦ୍ୟୁତିକ ସରଞ୍ଜାମ ଜବତ କରିଛି। ଏବେ ମଧ୍ୟ ଚଢ଼ଉ ଚାଲିଛି।

Advertisment

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରେ ଥିବା ଏକ ଆପାର୍ଟମେଣ୍ଟର ଷଷ୍ଠ ମହଲାର ୬୦୨ ନମ୍ୱର ରୁମ୍‌ରେ ଗତ ୩ରୁ ୪ ମାସ ହେଲା ରହୁଥିଲେ ୪ ଜଣ ଯୁବକ। ସେମାନେ ରାଜ୍ୟ ବାହାରର। ଦୀର୍ଘ ସମୟ ଧରି ସେମାନେ ବେଆଇନ୍‌ ଭାବେ ଅନ୍‌ଲାଇନ୍‌ ବେଟିଂ କାରବାର କରୁଥିଲେ। ହ୍ୱାଟ୍ସଆପ୍‌ରେ ଲିଙ୍କ ପଠାଇ ଲୋକଙ୍କ ଆକାଉଣ୍ଟ ଖୋଳ କରିଦେଉଥିଲେ। କୌଣସି ସୂତ୍ରରୁ ଖବର ପାଇଁ ଆଜି ଅପରାହ୍ନରେ ଏୟାରଫିଲ୍‌ଡ ଥାନା ପୁଲିସ ଅଚାନକ ଆପାର୍ଟମେଣ୍ଟରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ଘରୁ ପୁଲିସ୍‌ ୪ ଜଣଙ୍କୁ ଧରିଥିଲା। ସେମାନଙ୍କଠାରୁ ମୋବାଇଲ୍‌, ଲାପ୍‌ଟପ୍‌, ସିମ୍‌କାର୍ଡ, ପାସ୍‌ପୋର୍ଟ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି ପୁଲିସ୍‌। ଏବେ ମଧ୍ୟସେହି ଘରେ ଚଢ଼ଉ ଚାଲିଛି।

Advertisment
Bhubaneswar