Advertisment

ରାଜଧାନୀ ଛୁଆ ଅପହରଣ ନାଟକ ପଛରେ ଦୁଇ ସ୍ୱାମୀ

ଶିଶୁ ପୁତ୍ରକୁ ୧୧ ମାସ ହୋଇଛି। ହେଲେ ଗତ ଦୁଇ ମାସ ହେଲା ସୁବ୍ରତ ଓ ଶାନ୍ତିଲତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶାନ୍ତିଲତାଙ୍କଠାରୁ ଦୂରେଇ ଯିବା ପାଇଁ ଚାହୁଁଥିଲେ ସୁବ୍ରତ। ହେଲେ ଛାଡ଼ିବା ମୁଡ୍‌ରେ ନଥିଲେ ଶାନ୍ତିଲତା।

ଅଦ୍ୟତନ ହୋଇଛି
BBSR

BBSR

Advertisment

କାହାର ହେବେ ଶାନ୍ତିଲତା? ୧୧ ମାସର ଛୁଆ ଥାଇ ମଧ୍ୟ ତାଙ୍କୁ ଦ୍ୱିତୀୟ ସ୍ୱାମୀ ପାଖରେ ରଖିବାକୁ ଚାହୁଁନଥିଲେ। ନିର୍ଯାତନା ପାଇ ପଳାଇ ଆସିଥିବାରୁ ପ୍ରଥମ ସ୍ୱାମୀଙ୍କ ପାଖକୁ ଯିବା ପାଇଁ ରାଜି ନଥିଲେ ଶାନ୍ତିଲତା। ତେଣୁ ଶାନ୍ତିଲତାଙ୍କୁ ମନାଇବା ପାଇଁ ଦୁଇ ସ୍ୱାମୀ କରିଥିଲେ ଛୁଆ ଅପହରଣ ନାଟକ। ହେଲେ କ୍ଲାଇମାକ୍ସ ପୂର୍ବରୁ ଅପହରଣ ନାଟକର ଭାଣ୍ଡାଫୋଡ୍‌ ହୋଇଗଲା। କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ପଡ଼ିଗଲେ ଦୁଇ ସ୍ୱାମୀ। ଦୁଇ ସ୍ୱାମୀଙ୍କ ଏହି ନାଟକ ଦେଖି ଚକିତ ହୋଇଯାଇଛନ୍ତି ଶାନ୍ତିଲତା।

Advertisment

ଢେଙ୍କାନାଳ ଜିଲ୍ଲା ଭୁବନର ବିଷ୍ଣୁ ପୃଷ୍ଟି ଏକ ସ’ ମିଲ୍‌ରେ କାମ କରନ୍ତି। ସେ ଭୁବନେଶ୍ୱର ଅନ୍ଧାରୁଆର ଶାନ୍ତିଲତା ମହାରଣାଙ୍କୁ ବିବାହ କରିଥିଲେ। ବିବାହ ପରେ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ୧୦ରୁ ୧୨ ବର୍ଷ ଧରି ସଂସାର ଗଢ଼ିଥିଲେ। ହେଲେ ହଠାତ୍‌ ବିଷ୍ଣୁ କୁସଙ୍ଗରେ ପଡ଼ି ନିଶା ସେବନ କଲେ। ଆଉ ତା’ପରେ ଶାନ୍ତିଲତାଙ୍କୁ ନାନା ନିର୍ଯାତନା ଦେଲେ। କଥାକଥାରେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଶାନ୍ତିଲତା। ପ୍ରତିବାଦ କଲେ ନିର୍ଯାତନା ବଢ଼ିଥିଲା ବୋଲି ଶାନ୍ତିଲତା କହିଛନ୍ତି।

ନିର୍ଯାତନା ଅସହ୍ୟ ହେବାରୁ ବିଷ୍ଣୁଙ୍କଠାରୁ ପଳାଇ ଆସିଥିଲେ ଶାନ୍ତିଲତା। ସେ ଢେଙ୍କାନାଳ ମାର୍ଥାପୁର ଅଞ୍ଚଳର ସୁବ୍ରତ ସେଠୀଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ମନ ଦେଇ ବସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସହିତ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ ଶାନ୍ତିଲତା। ଗତ ଦୁଇ ବର୍ଷ ହେଲା ପଟିଆ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ବିବାହ କରିନଥିଲେ ମଧ୍ୟ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ପରି ରହୁଥିଲେ। ଉଭୟଙ୍କର ଏକ ଶିଶୁ ପୁତ୍ର ମଧ୍ୟ ହୋଇଛି। 

Advertisment

ଶିଶୁ ପୁତ୍ରକୁ ୧୧ ମାସ ହୋଇଛି। ହେଲେ ଗତ ଦୁଇ ମାସ ହେଲା ସୁବ୍ରତ ଓ ଶାନ୍ତିଲତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶାନ୍ତିଲତାଙ୍କଠାରୁ ଦୂରେଇ ଯିବା ପାଇଁ ଚାହୁଁଥିଲେ ସୁବ୍ରତ। ହେଲେ ଛାଡ଼ିବା ମୁଡ୍‌ରେ ନଥିଲେ ଶାନ୍ତିଲତା। ଅନ୍ୟପକ୍ଷରେ ଶାନ୍ତିଲତାଙ୍କ ପ୍ରଥମ ସ୍ୱାମୀ ବିଷ୍ଣୁଙ୍କ ସଂସ୍ପର୍ଶରେ ଆସିଥିଲେ ସୁବ୍ରତ। କଥାବାର୍ତ୍ତା ଛଳରେ ନିଜ ମନର ଦୁଃଖ ବଖାଣିଥିଲେ ବିଷ୍ଣୁ। ସେ ଚାହୁଁଥିଲେ ଶାନ୍ତିଲତା ସବୁ ପୁରୁଣା ରାଗ ଭୁଲି ତାଙ୍କ ପାଖକୁ ଫେରିଆସନ୍ତୁ। ହେଲେ ପ୍ରତିବନ୍ଧକ ଥିଲା ୧୧ ମାସର ଶିଶୁ ପୁତ୍ର। ଯେତେ ପର୍ଯ୍ୟନ୍ତ ଛୁଆ ଅଛି, ସେତେ ପର୍ଯ୍ୟନ୍ତ ସୁବ୍ରତଠାରୁ ଶାନ୍ତିଲତା ଦୂରେଇବା ବା ବିଷ୍ଣୁଙ୍କ ପାଖକୁ ଫେରିବ କଷ୍ଟକର ବୋଲି ସେମାନେ ବିଚାର କରିଥିଲେ। 

ଛୁଆକୁ ରାସ୍ତାରୁ ହଟାଇବା ପାଇଁ ଆଜକୁ ୧୫ ଦିନ ତଳେ ସୁବ୍ରତ ଓ ବିଷ୍ଣୁ ଯୋଜନା କରିଥିଲେ। ଯୋଜନା ମୁତାବକ ଘରୁ ସୁବ୍ରତ ଛୁଆକୁ ଧରି ବାହାରିବେ। ଆଉ କାର୍‌ରେ ବିଷ୍ଣୁ ଯାଇ ଛୁଆକୁ ଅପହରଣ କରିନେବେ। ଏଥିରେ ଭାଙ୍ଗି ପଡ଼ିବେ ଶାନ୍ତିଲତା। ଆଉ ତା’ପରେ ସୁବ୍ରତ ପ୍ରତି ଶାନ୍ତିଲତାଙ୍କର ଘୃଣା ଭାବ ଜାତ ହେବ ଓ ସେ ବିଷ୍ଣୁଙ୍କ ପାଖକୁ ଫେରିଯିବେ। ଏପରିକି ଅପହରଣ ପରେ ଛୁଆକୁ କିଏ ନେବେ, ସେ ଲୋକ ମଧ୍ୟ ସ୍ଥିର ହୋଇଥିଲା। 

Crimeଗିରଫ ଦୁଇ ଅଭିଯୁକ୍ତ

ମଙ୍ଗଳବାର ମଧ୍ୟାହ୍ନରେ ଶାନ୍ତିଲତା ଘରେ ରୋଷେଇ କରୁଥିଲେ। ବୁଲାଇବା ବାହାନାରେ ଶାନ୍ତିଲତାଙ୍କୁ କହି ଘରୁ ଛୁଆକୁ ଧରି ବାହାରିଥିଲେ ସୁବ୍ରତ। ଆଉ ପରେ ଯୋଜନା ମୁତାବକ ଛୁଆକୁ ବିଷ୍ଣୁଙ୍କୁ ଦେଇଥିଲେ। ବିଷ୍ଣୁ ଛୁଆ ନେଇ ପଳାଇ ଯାଇଥିଲେ। କିଛି ସମୟ ପରେ ଧଇଁସଇଁ ହୋଇ କାନ୍ଦକାନ୍ଦ ହୋଇ ଶାନ୍ତିଲତାଙ୍କ ପାଖରେ ପହଞ୍ଚିଥିଲେ ସୁବ୍ରତ। ଆଉ ଭଲ ଅଭିନେତାଟିଏ ପରି ଅପହରଣ ନାଟକର ପୂରା ସ୍କ୍ରିପ୍ଟ କହି ପକାଇଥିଲେ। ନିଜର ୧୧ ମାସ ପୁଅ ଅପହରଣ କଥା ଶୁଣି ଶାନ୍ତିଲତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତାଙ୍କ ମୁଣ୍ଡ କାମ କରୁନଥିଲା। ପତ୍ନୀଙ୍କ ଏପରି ଅବସ୍ଥା ଦେଖି କାନ୍ଦିକାନ୍ଦି ଟୋଲ୍‌ ଫ୍ରିଲ୍‌ ନମ୍ୱର ୧୧୨କୁ ଫୋନ୍‌ କରି କହିଥିଲେ ସୁବ୍ରତ।

ଅଭିଯୋଗ ପାଇଁ ସକ୍ରିୟ ହୋଇଥିଲା କମିଶନରେଟ୍‌ ପୁଲିସ୍‌। ଛୁଅ ଅପହରଣ ନେଇ ଆଖପାଖ ଥାନାକୁ ଖବର ଦେଇଥିଲା। ଏପରିକି ମଞ୍ଚେଶ୍ୱର ପୁଲିସ ପଟିଆ ପହଞ୍ଚି ଶାନ୍ତିଲତାଙ୍କ ବୟାନ୍‌ ରେକର୍ଡ କରିଥିଲା। ତା’ପରେ ସୁବ୍ରତଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ସୁବ୍ରତ କଥାରେ ତାଳମେଳ ରହୁନଥିଲା। ତେଣୁ ତାଙ୍କ ଉପରେ ପୁଲିସ୍‌ ସନ୍ଦେହ କରିଥିଲା। ତାଙ୍କୁ ଘନଘନ ଜେରା କରିଥିଲା। ଶେଷରେ ସବୁ ଦୋଷ ସ୍ୱୀକାର କରିଥିଲା ପୁଲିସ୍‌।

ସବ୍ରତର ତଥ୍ୟ ଆଧାରରେ କମିଶନରେଟ୍‌ ପୁଲିସ୍‌ ବିଷ୍ଣୁଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଜେରା କରିଥିଲା। ତା’ପରେ ତାଙ୍କ ବନ୍ଧୁ ଶରତ ମହାନ୍ତିଙ୍କଠାରୁ ଶିଶୁ ପୁତ୍ରକୁ ପୁଲିସ୍‌ ଉଦ୍ଧାର କରିଥିଲା। ଛୁଅ ଅପହରଣରେ ଶରତଙ୍କ ବନ୍ଧୁ ବ୍ରଜ କିଶୋର ନାଥ ସହଯୋଗ କରିଥିଲେ। ଏହି ମାମଲାରେ ପୁଲିସ୍‌ ସୁବ୍ରତ, ବିଷ୍ଣୁ, ଶରତ ଓ ବ୍ରଜଙ୍କୁ ଅଟକ ରଖିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

ରିପୋର୍ଟ- ସ୍ୱାତୀ ଜେନା

Bhubaneswar Bhubaneswar News Kidnap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe