/odisha-reporter/media/post_attachments/uploadimage/library/16_9/16_9_0/Alcoholic__1698840926.jpg)
Alcoholic
ବାହାରେ ଖୋଲାମେଲାରେ ମଦ ପିଇବା ବେଆଇନ୍। ହେଲେ ଏହି ନିୟମକୁ ଅବମାନନା କରି ସର୍ବ ସାଧାରଣରେ ପିଉଛନ୍ତି ମଦ। ଯେଉଁଥିପାଇଁ ଜରିମାନା ଗଣିଛନ୍ତି ମଦୁଆ। ୩୦୪୮ ଅମାନିଆ ମଦ୍ୟପଙ୍କଠାରୁ ୧୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି କମିଶନରେଟ ପୁଲିସ୍।
ଖାଲି ମଦୁଆ ନୁହେଁ, ସର୍ବସାଧାରଣରେ ସିଗାରେଟ ପିଉଥିବା ଲୋକ ମଧ୍ୟ ଗଣିଛନ୍ତି ତଣ୍ଡ। ସିଗାରେଟ୍ ପିଇଥିବା ୬୬୮ ଜଣଙ୍କୁ ୭୨ ହଜାର ଜରିମାନା ହୋଇଛି। ସେହିପରି ସେଫ୍ ସିଟି ଡ୍ରାଇଭ୍ ଅଭିଯାନରେ ମୋଟ ୯୦ ଲକ୍ଷର ଜରିମାନା ଆଦାୟ ହୋଇଛି। ଅକ୍ଟୋବର ୧ରୁ ୩୧ ତାରିଖ ମଧ୍ୟରେ ମୋଟ ୯୦ ଲକ୍ଷ ୨୨ ହଜାର ଜରିମାନା ଆଦାୟ କରିଛି କମିଶନରେଟ୍ ପୁଲିସ୍।
ଦଶହରା ଗଲା। ଆଗକୁ ଆସୁଛି ଦୀପାବଳି। ଏହି ସମୟରେ ନିଶା ମାଫିଆଙ୍କ ଉତ୍ପାତ ବଢ଼ିଥାଏ। ଏହାକୁ ଲକ୍ଷ୍ୟ କରି ତତ୍ପର ହୋଇଛି ପୁଲିସ୍। ସେଥିପାଇଁ ଛକଛକ ମାନଙ୍କର ଯାଞ୍ଚ କରାଯାଉଛି। ଏହାଛଡ଼ା ଜାତୀୟ ରାଜପଥରେ ମଧ୍ୟ ଯାଞ୍ଚ କଡ଼ାକଡି କରାଯାଉଛି। ପୂଜା ବଜାରରେ ଗହଳି ସ୍ଥାନରେ ମଦ୍ୟପଙ୍କ ଉପରେ ତୀକ୍ଷ୍ମ ନଜର ରଖୁଥିଲା ପୁଲିସ୍। ସର୍ବସାଧାରଣରେ ପିଉଥିବା ମଦ୍ୟପଙ୍କୁ ଜରିମାନା କରିଛି ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
