Advertisment

ଭୁବନେଶ୍ୱରରେ ଆଜି ଦିନକରେ ୭୮ଜଣ ମଦ୍ୟପଙ୍କଠୁ ଜୋରିମାନା

ସୋମବାର ପୁଲିସ ରାଜଧାନୀର ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଅଭିଯୋଗରେ ୭୮ଜଣଙ୍କଠୁ ୪୦ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

Drink

Drink

Advertisment

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସୋମବାର ୭୮ଜଣ ମଦ୍ୟପଙ୍କଠୁ ଜୋରିମାନା ଆଦାୟ କରିଛି ପୁଲିସ । ଦୁର୍ଗାପୂଜା ପାଇଁ ରାଜଧାନୀ ଉତ୍ସବମୁଖର ଥିବାବେଳେ ମଦ୍ୟପଙ୍କ ଦୌରାତ୍ମ୍ୟକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସର୍ବସାଧାରଣ ସ୍ଥାନରେ ମଦ ପିଇବା ଅଭିଯୋଗରେ ପୁଲିସ ସୋମବାର ୭୮ଜଣଙ୍କଠୁ ପ୍ରାୟ ୪୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ଦୁର୍ଗାପୂଜା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅକ୍ଟୋବର ୧୬ତାରିଖ ସୁଦ୍ଧା ମଦ୍ୟପଙ୍କଠୁ ପ୍ରାୟ ୮.୩୦ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଥିଲା ।

Advertisment

ସୂଚତ୍ର ଅନୁସାରେ, ସୋମବାର ପୁଲିସ ରାଜଧାନୀର ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଅଭିଯୋଗରେ ୭୮ଜଣଙ୍କଠୁ ୪୦ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ପୁଲିସ ଗତ କିଛିଦିନ ଧରି ସର୍ବସାଧାରଣ ସ୍ଥାନରେ ମଦପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ା ଜରାଯିବା ସହ ସର୍ବସାଧାରଣ ସ୍ଥାନରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହିତ କିଛି ସ୍ଥାନରେ ଗାଡ଼ି ଚେକିଂ ମଧ୍ୟ ପୁଲିସ କରୁଥିବା ଜଣାପଡ଼ିଛି ।

Bhubaneswar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe