Advertisment

ଉତ୍ତରପ୍ରଦେଶ ଫର୍ମାଟ ଆପଣାଇଲା କମିଶନରେଟ ପୁଲିସ, ଭାଙ୍ଗିଲା ଅପରାଧୀଙ୍କ ଘର

ଗତ ଏପ୍ରିଲ ମାସରେ କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା।

author-image
Jitendra Garnayak
Police breaking house

Police breaking house

ଉତ୍ତର ପ୍ରଦେଶ ସରକାର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ୱରୂପ ସେମାନଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ଦେଉଥିବା ବେଳେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ମଧ୍ୟ ଆପଣାଇଛି ସମାନ ପନ୍ଥା। ଆଜି ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୁଲିସ କିଛି ଅପରାଧୀଙ୍କ ଘର ଭାଙ୍ଗିଛି।

Advertisment

ଗତ ଏପ୍ରିଲ ମାସରେ କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ବିଶାଳ ନାୟକ, ଅଜିତ ନାୟକ, ସୁଜିତ ନାୟକ ଓ ଟିକିଲି ନାୟକଙ୍କୁ ଗିରଫ କରିଛି। ଆଜି ସେମାନଙ୍କ ଘରକୁ ଭାଙ୍ଗିଛି କମିଶନରେଟ ପୁଲିସ୍।

ଜିଇଡି ବସ୍ତିରେ ସରକାରୀ ଜାଗାରେ ଏହି ଅଭିଯୁକ୍ତମାନେ ଘର କରିଥିଲେ। ସରକାରୀ ଜମିରେ ଘର କରି ରହି ନିଶା ବେପାର ଚଲାଇବା ସହିତ ବିଭିନ୍ନ ଅପରାଧ ଘଟାଉଥିଲେ। ଆଜି ଭୁବନେଶ୍ୱର ଜୋନ୍-୧ ଏସିପି ମାନସ ଗଡ଼ନାୟକଙ୍କ ଉପସ୍ଥିତିରେ ଏହି ଅଭିଯୁକ୍ତଙ୍କ ଘର ଭାଙ୍ଗି ଦିଆଯାଇଥିଲା।

Advertisment

ଗତ କିଛି ଦିନ ତଳେ ଭୁବେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ଜଣେ ଏଏସ୍‌ଓଙ୍କ ଘରୁ ଚୋରି ହୋଇଥିଲା। ଉକ୍ତ ଚୋରି ଘଟଣାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଘରକୁ ମଧ୍ୟ କମିଶନରେଟ୍ ପୁଲିସ୍ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଆଗକୁ ମଧ୍ୟ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରି ଅପରାଧୀଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୋନ୍-୧ ଏସିପି ମାନସ ଗଡ଼ନାୟକ କହିଛନ୍ତି।

Commissionerate Police Criminal Arrested