Advertisment

ପୁଲିସ ପରିଚୟ ଦେଇ ଲୁଟ୍‌ କରୁଥିଲେ, ବାନ୍ଧିଲା ପୁଲିସ

ନକଲି ପୁଲିସ ବେଶରେ ୩ଜଣ କଟକ ର ବାଦାମବାଡ଼ି ଥାନା ଅଞ୍ଚଳରୁ ୨ ଟି ସ୍ଥାନରୁ ସୁନା ଅଳଙ୍କାର ସହ ତିନିଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇଥିଲେ।

ଅଦ୍ୟତନ ହୋଇଛି
Fake police

Fake police

Advertisment

ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ। କଟକ କମିଶନରେଟ ପୁଲିସ ହାତରେ ଧରାପଡ଼ିଲେ ୩ ନକଲି ପୁଲିସ। ନିଜକୁ ପୁଲିସ ଅଧିକାରୀ ର ପରିଚୟ ଦେଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା। ଗିରଫ ବ୍ୟକ୍ତିମାନେ ହେଲେ ଇରାନୀ ଗ୍ୟାଙ୍ଗର ହୋଇଥିବା ବେଳେ ୨ ଜଣଙ୍କ ଘର ମହାରାଷ୍ଟ୍ର ରେ ହୋଇଥିବା ବେଳେ ଅନ୍ୟଜଣେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି।

Advertisment

ନକଲି ପୁଲିସ ବେଶରେ ଏହି ୩ଜଣ ଆସି କଟକ ର ବାଦାମବାଡ଼ି ଥାନା ଅଞ୍ଚଳରୁ ୨ ଟି ସ୍ଥାନରୁ ସୁନା ଅଳଙ୍କାର ସହ ତିନିଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଏନେଇ ପୁଲିସ ପାଖରେ ଅଭିଯୋଗ ହୋଇଥିଲା। ପୁଲିସ ଏମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କଲା। ସେଇ ଟିମ୍‌ ସାହାଯ୍ୟରେ ଆଜି ପୁଲିସ ତିନି ଜଣଙ୍କୁ ଗିରଫ କରିଛି।

ଗିରଫ ତିନି ଅଭିଯୁକ୍ତଙ୍କ ନାମ ରେ ମୋଟ ୧୪ ଟି ମାମଲା ରହିଥିବା ବେଳେ ରାଜ୍ୟ ବାହାରର ଲିଙ୍କ ମଧ୍ୟ ରହିଥିବା ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା। ଗିରଫ ବେଳେ ସେମାନଙ୍କ ଠାରୁ ଦୁଇଟି ବାଇକ୍‌ ଜବତ କରିଛି ପୁଲିସ। ତେବେ ଏହି ଘଟଣା ର ଅଧିକ ଖୋଳତାଡ଼ ପାଇଁ ମହାରାଷ୍ଟ୍ର ଏକ ଟିମ୍‌ ଯିବ ବୋଲି ଏ ସି ପି ସ୍ୱସ୍ଥିକ ପଣ୍ଡା ସୂଚନା ଦେଇଛନ୍ତି।

Advertisment
Fake Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe