Advertisment

ଚନ୍ଦନ ଲଗାଇ ଚିତା କାଟୁଥିଲା ପୂଜକ; ପୂଜା ବାହାନାରେ ଲୁଟୁଥିଲା ବାଇକ୍‌

ରାସ୍ତା ଯାଉଥିବା ଗାଡ଼ିକୁ ଅଟକାଇ ପୂଜାର୍ଚ୍ଚନା କରନ୍ତି। ପୂଜାର୍ଚ୍ଚନା ପରେ ଗାଡ଼ି ଚାଳକଙ୍କ ମୁଣ୍ଡରେ ଚନ୍ଦନର ଟିକା ଲଗାଇ ଦକ୍ଷିଣା ଆଦାୟ ବାହାନାରେ ଚିତା କାଟୁଥିଲା କୃପାସିନ୍ଧୁ ନନା।

author-image
Biswajit Samal
ଅଦ୍ୟତନ ହୋଇଛି
looters

looters

ଚନ୍ଦନ ଲଗାଇ ଚିତା କାଟୁଥିଲା ପୂଜକ। ପୂଜା ବାହାନାରେ ଲୁଟୁଥିଲା ବାଇକ୍‌। ରାଜଧାନୀ ଭୁବନେଶ୍ୱରରୁ ଧରି ପଡ଼ିଛି ଏମିତିକା ହାଇପ୍ରୋଫାଇଲ୍‌ ଲୁଟେରା। କମିଶନରେଟ୍‌ ପୁଲିସ୍ ତା’ଠାରୁ ୨୪ଟି ହିରୋ କମ୍ପାନୀ ବାଇକ୍‌ ଜବତ କରିଛି। 

Advertisment

ରୋଡ୍‌ ସାଇଡ୍‌ ପୂଜକ ହେଉଛନ୍ତି କୃପାସିନ୍ଧୁ ମହାପାତ୍ର। ସେ ଜଣେ ବୟସ୍କ ବ୍ୟକ୍ତି। ରାତି ପାହିଲେ ସେ ରାଜଧାନୀରେ ଘୂରି ବୁଲନ୍ତି। ରାସ୍ତା ଯାଉଥିବା ଗାଡ଼ିକୁ ଅଟକାଇ ପୂଜାର୍ଚ୍ଚନା କରନ୍ତି। ପୂଜାର୍ଚ୍ଚନା ପରେ ଗାଡ଼ି ଚାଳକଙ୍କ ମୁଣ୍ଡରେ ଚନ୍ଦନର ଟିକା ଲଗାଇ ଦକ୍ଷିଣା ଆଦାୟ ବାହାନାରେ ଚିତା କାଟୁଥିଲା କୃପାସିନ୍ଧୁ ନନା। ବିଶେଷ କରି ସେ ବିଏମ୍‌ସି ମଲ୍‌, ଏମ୍‌ସ ହସ୍ପିଟାଲ୍‌, କ୍ୟାପିଟାଲ୍‌ ହସ୍ପିଟାଲ୍‌, କଳିଙ୍ଗ ହସ୍ପିଟାଲ୍‌, ଆପୋଲୋ ହସ୍ପିଟାଲ୍‌ ପାର୍କିଂ ଅଞ୍ଚଳରେ ପୂଜା ବାହାନାରେ ବୁଲୁଥିଲା। ଆଉ ସମୟ ସୁବିଧା ଦେଖି ଡୁପ୍ଲିକେଟ୍‌ ଚାବିରେ ବାଇକ୍‌ ତାଲା ଖୋଲି ନେଇ ଯାଉଥିଲା। ସେ କେବଳ ହିରୋ କମ୍ପାନୀର ବାଇକ୍‌ ଲୁଟୁଥିଲା। ଚୋରି କରିଥିବା ବାଇକ୍‌କୁ ବିକ୍ରି କରୁନଥିଲା। ଅପରିଚିତ ଲୋକଙ୍କ ପାଖରେ ବନ୍ଧା ପକାଇ କିଛି ଟଙ୍କା ଆଣୁଥିଲା। ପରବର୍ତ୍ତୀ ସମୟରେ ସେହି ଟଙ୍କା ଫେରାଇ ନଥିଲା।

କୃପାସିନ୍ଧୁ ମହାପାତ୍ର ଏମିତି ଢ଼ଙ୍ଗରେ ଲୁଟୁଥିଲା। ତାଙ୍କର ରୂପ ଓ ଢ଼ଙ୍ଗ ଦେଖିଲେ ତାଙ୍କୁ କେହି ଚୋର ବୋଲି ବିଶ୍ୱାସ କରିପାରୁନଥିଲେ। ତା’ପରେ ସେ ପୁଣି ଜଣେ ନନା ବା ପୂଜକ। ନିଜର ସାଦାସିଧା ବେଶ ଯୋଗୁ ସେ ସବୁ ବେଳେ ଖସି ଯାଉଥିଲା। ହେଲେ ସବୁବେଳେ ନନାଙ୍କ ବେଳା ଭଲ ନଥିଲା। ଗତ କିଛି ଦିନ ତଳେ ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପାର୍କିଂ ପ୍ଲେସ୍‌ରୁ ଗୋଟିଏ ବାଇକ୍‌ ଚୋରି କରିଥିଲା। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।

Advertisment

ବାଇକ୍‌ ଚୋରି ନେଇ କମିଶନରେଟ୍‌ ପୁଲିସ୍‌ରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପାର୍କିଂ ପ୍ଲେସ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା। ସେହି ସମୟରେ କୃପାସିନ୍ଧୁ ମହାପାତ୍ରଙ୍କ ମୁଖା ଖୋଲିଥିଲା। ତା’ପରେ ପୁଲିସ୍‌ କୃପାସିନ୍ଧୁଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଆଉ ତା’ପରେ ଲୁଟ୍‌ର ପୂରା ରାଜ ଖୋଲିଥିଲା। ମାଡ଼ ଭୟରେ ଗଳ ଗଳ କରି ସବୁ ଓଗାଳି ପକାଇଥିଲା ନନା।

ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ନନାଙ୍କଠାରୁ ପୁଲିସ୍‌ ୨୪ଟି ବାଇକ୍‌ ଜବତ କରିଛି। ସବୁ ବାଇକ୍‌ ହିରୋ କମ୍ପାନୀର। ଚୋରି ବାଇକ୍‌ ଗୁଡ଼ିକୁ ସେ ବନ୍ଧା ପକାଇ ଟଙ୍କା ଆଣୁଥିଲା। ହେଲେ ପରବର୍ତ୍ତୀ ସମୟରେ ସେହି ଟଙ୍କା ଫେରାଉନଥିଲା କି ବାଇକ୍‌ ଆଣୁନଥିଲା। ଘଟଣାର ତଦନ୍ତ ଚାଲିଛି। ତାଙ୍କ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି ବୋଲି ପୁଲିସ୍‌ କମିଶନର କହିଛନ୍ତି।

Bhubaneswar Loot Commissionerate Police