Advertisment

କମିଶନରେଟ୍ ପୁଲିସ ହାତରେ ପାହାଡ଼ି ଗ୍ୟାଙ୍ଗ

ଏହି ଗ୍ୟାଙ୍ଗ ବିଷେଶକରି ମୋ ବସ ଏବଂ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟ୍‌ପାଟ କରୁଥିଲେ।

ଅଦ୍ୟତନ ହୋଇଛି
Pahadi gang

Pahadi gang

Advertisment

କମିଶନରେଟ ପୁଲିସ ହାତରେ ଧରାପଡ଼ିଛି ପାହାଡ଼ି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ଏମାନେ ସମସ୍ତେ ଝାଡ଼ଖଣ୍ଡର।

Advertisment

ସୂଚନା ଅନୁସାରେ ପାହଡ଼ି ଗ୍ୟାଙ୍ଗର ଡ଼କାୟତ ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସମୟ ସୁବିଧା ଦେଖି ଭିନ୍ନଭିନ୍ନ କୌଶଳରେ ଲୁଟ୍ କରୁଥିଲେ। ଏହି ଗ୍ୟାଙ୍ଗ ବିଷେଶକରି ମୋ ବସ ଏବଂ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ଧରି ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ।

ଏହି ଗ୍ୟଙ୍ଗ ଠାରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି କମିଶନରେଟ ପୁଲିସ। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ପାହାଡ଼ି ଗ୍ୟାଙ୍ଗ ଭୁବନେଶ୍ୱର ଆସିଥିଲେ।

Advertisment

ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମାମଲା ରହିଛି। ମୋବାଇଲ ଲୁଟିବା ପରେ ଏମାନେ ଫୋନ୍ ପେ ଓ ଗୁଗଲ ପେକୁ ହ୍ୟାକ କରି ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରିଦେଉଥିଲେ। ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୁଲିସ।

Loot Pahadi Gang
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe