Advertisment

ବେଆଇନ୍‌ ବାଣ ବିକ୍ରି ହେଉଛି କି? 7077798111ରେ ଫୋନ୍‌ କର

ଆଲୋକର ପର୍ବ ହେଉଛି ଦୀପାବଳି। ହେଲେ ଅସାବଧାନତା ଯୋଗୁ ଖୁଶିର ଏହି ପର୍ବରେ ଯାଉଛି ଲୋକଙ୍କ ଜୀବନ। ୨୦୧୭ ମସିହା ଅକ୍ଟୋବର ୧୮ ତାରିଖ। ଦୀପାବଳି ଅମାବାସ୍ୟାର ପୂର୍ବ ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ବାହବଳପୁର ଗାଁରେ ବାଣ ଗୋଦାମରେ ଘଟିଥିଲା ଭୟଙ୍କର ବିସ୍ଫୋରଣ।

Cracker

Cracker

Advertisment

ବେଆଇନ୍ ବାଣକୁ ନେଇ ଆକ୍ସନ୍‌ ମୋଡରେ ଭୁବନେଶ୍ୱର କମିଶନରେଟ୍ ପୁଲିସ। ବେଆଇନ୍‌ ବାଣ ତିଆରି ଓ ବିକ୍ରି ହେଉଥିଲେ ସୂଚନା ଦେବାକୁ ଅନୁରୋଧ କଲା କମିଶନରେଟ୍‌ ପୁଲିସ୍‌। ସେଥିପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରିଛି। ହେଲ୍‌ପ ଲାଇନ୍‌ ନମ୍ବର 7077798111ରେ କୌଣସି ଲୋକ ଫୋନ୍‌ କରି ସୂଚନା ଦେଇପାରିବ। ସୂଚନା ଦେଇଥିବା ଲୋକଙ୍କ ନାଁ ଗୋପନ ରଖାଯିବ। ଆଉ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ଉ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।

Advertisment

ଆଲୋକର ପର୍ବ ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୁଲିସ। ବେଆଇନ୍‌ ବାଣ ବିକୁଥିଲେ କିମ୍ବା ତିଆରି କରୁଥିଲେ କଡା କାର୍ଯ୍ୟାନୁଷ୍ଠାନ ନେବ ପୁଲିସ। ବେଆଇନ୍‌ ବାଣ ତିଆରି କରୁଥିଲେ, ଗିରଫ ହେବେ। ଭୁବନେଶ୍ୱର ଉପକଣ୍ଠରେ କେତେକ ସ୍ଥାନରେ ବେଆଇନ ବାଣ ତିଆରି ହେଉଥିବା ନେଇ ପୁଲିସ ସୂଚନା ପାଇଛି। ଖୁବ୍‌ଶୀଘ୍ର ସେହି ଅଞ୍ଚଳରେ ଚଢ଼ଉ କରାଯିବ।

ଆଲୋକର ପର୍ବ ହେଉଛି ଦୀପାବଳି। ହେଲେ ଅସାବଧାନତା ଯୋଗୁ ଖୁଶିର ଏହି ପର୍ବରେ ଯାଉଛି ଲୋକଙ୍କ ଜୀବନ। ୨୦୧୭ ମସିହା ଅକ୍ଟୋବର ୧୮ ତାରିଖ। ଦୀପାବଳି ଅମାବାସ୍ୟାର ପୂର୍ବ ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ବାହବଳପୁର ଗାଁରେ ବାଣ ଗୋଦାମରେ ଘଟିଥିଲା ଭୟଙ୍କର ବିସ୍ଫୋରଣ। ଯେଉଁଥିରେ ଯାଇଥିଲା ୬ ଜଣଙ୍କ ଜୀବନ। ପରେ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ମୋଟ୍‌ ୧୧ ଜଣଙ୍କ ଜୀବନ ଯାଇଥିଲା।

Advertisment

ସେହିପରି ୨୦୧୮ ମସିହା ନଭେମ୍ବର ୧ ତାରିଖରେ ରାଜଧାନୀ ଉପକଣ୍ଠ ବନମାଳିପୁର ଭାକରସାହିରେ ଘଟିଥିଲା ବଡ଼ ଧାରଣର ବାଣ ବିସ୍ଫୋରଣ। ଏଥିରେ ୫ ବଖରା ଛାତ ଘର ଉଡ଼ିଯାଇଥିବା ବେଳେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ ମସିହା ନଭେମ୍ବର ୨୩ ତାରିଖରେ କେନ୍ଦ୍ରାପଡା ସଦର ଥାନା ବାଲିଆ ଗାଁରେ କାର୍ତ୍ତିକେଶ୍ୱର ମେଢ଼ ଭଶାଣୀ ବେଳେ ଘଟିଥିଲା ପ୍ରାଣଘାତି ବିସ୍ଫୋରଣ। ଯେଉଁଥିରେ ୪୫ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଯାଇଥିଲା।

୨୦୨୨ ମସିହା ଫେବ୍ରୁଆରୀ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ଇଚ୍ଛାପୁରରେ ବାଣ ଗୋଦାମରେ ନିଆଁ ଲାଗି ଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣରେ ଗଡିଥିଲା ଆଉ ୫ ମୁଣ୍ଡ। ଏକଥା ମନରୁ ନଲିଭୁଣୁ ପୁଣି ଝିଣ୍ଟି ଶାସନ ଜଇନାବାଦ ବିସ୍ଫୋରଣ ପୁଣି ଛାତି ଥରାଇ ଦେଇଥିଲା।

Bhubaneswar Bhubaneswar News Crackers Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe