Advertisment

କମିଶନରେଟ ପୁଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଡକାୟତମାନଙ୍କଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

author-image
Jitendra Garnayak
Dacoit Gang

Dacoit Gang

କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

Advertisment

ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ ଓରଫ ବିଟୁ (୩୪), ଶୁଭକାନ୍ତ ବେହେରା ଓରଫ କାଜୋଲ ଓରଫ ମେଧା, ଦୀପଙ୍କର କୁଲ୍ଲୁ ଓରଫ କୁଲ୍ଲୁ, ଗଣେଶ ସାହୁ ଓରଫ ଗଣେଶ ଓ ବିପିନ ପୃଷ୍ଟି।

ଏହି ୫ ଜଣଙ୍କ ଘର ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ। କିନ୍ତୁ ଡକାୟତି, ଲୁଟପାଟ, ଚୋରି ଆଦି କରିବା ପାଇଁ ସେମାନେ ଭୁବନେଶ୍ୱରରେ ଏକାଠି ହୁଅନ୍ତି। ବିଶ୍ୱଜିତର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ଶୁଭକାନ୍ତର ଘର ଜଗତସିଂହପୁର ଜିଲ୍ଲାର ପାରାଦୀପ ଥାନା ଅଞ୍ଚଳରେ। ଦୀପଙ୍କରର ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ସହିଦନଗର ଥାନା ଅଞ୍ଚଳରେ ରହୁଛି। ଗଣେଶର ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ। ସେହିପରି ବିପିନ ପୃଷ୍ଟିର ଘର ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗମରିଡିହରେ।

Advertisment

କମିଶନରେଟ ପୁଲିସର ସୂଚନା ଅନୁଯାୟୀ, ବିଶ୍ୱଜିତ ଓ ଶୁଭକାନ୍ତ ହେଉଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ। ସେମାନଙ୍କ ନାଁରେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅନେକ ମାମଲା ରହିଛି। ସେଥିପାଇଁ ସେମାନଙ୍କୁ ପୁଲିସ ଖୋଜୁଥିଲା। ଗଲା ୬ ମାସ ହେଲାଣି ସେମାନେ ଭୁବନେଶ୍ୱରରେ ସକ୍ରିୟ ଥିଲେ। ସେମାନେ ଏଠାରେ ଅନେକ ଚୋରି ଓ ଛିନ୍‌ତାଇ କରିଛନ୍ତି। ଗଣେଶ ଓ ଦୀପଙ୍କର ହେଉଛନ୍ତି ବିଶ୍ୱଜିତ ଓ ଶୁଭକାନ୍ତଙ୍କ ସହଯୋଗୀ। ସେମାନେ ବିପିନ ପୃଷ୍ଟିକୁ ଲୁଟ୍ ଜିନିଷ ବିକ୍ରି କରନ୍ତି।

ଧରା ପଡ଼ିଥିବା ସମସ୍ତ ଅପରାଧୀ ଜଣେ ଜଣେ ଏକ୍ସପର୍ଟ ବାଇକର। ଲୁଟ୍‌ ପରେ ଦ୍ରୁତ ଗତି ଗାଡ଼ି ଚଳାଇ ଛୁ ମାରନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଥାନାରେ ସେମାନଙ୍କ ନାଁରେ ୨୧ଟି ମାମଲା ରହିଛି।

ନିକଟରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପାମା ଭୁବନେଶ୍ୱରର କୋଳଥିଆ ନିକଟସ୍ଥ ସେମାନଙ୍କ ଘରକୁ କାରରେ ଫେରୁଥିବା ବେଳେ ଲୁଟ ଉଦ୍ଦେଶ୍ୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ମଧ୍ୟ ଏହି ଗ୍ୟାଙ୍ଗର ସଂପୃକ୍ତି ଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Loot Commissionerate Police Robbery