/odisha-reporter/media/post_attachments/uploadimage/library/16_9/16_9_0/Ganja_1697464831.jpg)
Ganja
ଭୁବନେଶ୍ୱରରୁ ୧ କ୍ୱିଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କାର୍ ଜବତ କରିଛି ପୁଲିସ୍।
Advertisment
ଏହି ଗଞ୍ଜେଇ ଫୁଲବାଣୀରୁ କୋଲାକାତା ଚାଲାଣ ହେଉଥିଲା। ଅଭିଯୁକ୍ତମାନେ ପୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରର ନୂଆଗାଁ ଅଞ୍ଚଳରେ ଏକ ଘରେ ରଖୁଥିଲେ। ସେଠାରୁ ଦୁଇଟି କାର୍ରେ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିଲା। ହେଲେ ଏଥର ପୁଲିସ୍ ହାତରେ ଧରାପଡ଼ି ଯାଇଛନ୍ତି।
ଏକ କାରରେ ସେମାନେ ଗଞ୍ଜେଇ ନେଇ କୋଲକାତା ଅଭିମୁଖେ ବାହାରିଥିବା ବେଳେ ବାଟରେ ସେମାନଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍ର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍।
Advertisment
ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତିର ଚଢ଼ାଉ କରାଯାଇ ୨୫୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି। ଆଗକୁ ଏମିତି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
