Advertisment

ଭୁବନେଶ୍ୱର ପରି କଟକରେ ସିମ୍‌ ବକ୍ସ ଠାବ

ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ଠାବ ହୋଇଛି ସିମ୍‌ ବକ୍ସ। ସେଥିରେ ମଲ୍‌ଟିପୁଲ୍ ସିମ୍‌ ବ୍ୟବହାର ହୋଇଛି। ଘର ଭଡ଼ା ନିଆଯାଇ ସିମ୍‌ ବକ୍ସ ଚାଲିଥିଲା।

ଅଦ୍ୟତନ ହୋଇଛି
Sim Box

Sim Box

Advertisment

ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ ଠାବ ହୋଇଛି। ମଧୁପାଟଣା ଥାନାଠାରୁ ଅଳ୍ପ ଦୂର ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡ଼ା ଘରୁ ଠାବ ହୋଇଛି ସିମ୍‌ ବକ୍ସ। ସେଥିରେ ମଲ୍‌ଟିପୁଲ୍ ସିମ୍‌ ବ୍ୟବହାର ହୋଇଛି। ସିମ୍‌ ବକ୍ସଟି ଆକ୍ଟିଭ ଅଛି ଓ ଇଣ୍ଟରନେଟ୍‌ କନେକ୍‌ସନ୍‌ ରହିଛି। କମିଶନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସିମ୍‌ ବକ୍ସ ଜବତ କରି ଘଟଣାର ତଦନ୍ତ ଚଲାଇଛି।

Advertisment

କିଛି ଦିନ ତଳେ ଭୁବନେଶ୍ୱରରୁ ଏକ ସିମ୍‌ ବକ୍ସ ଜବତ କରିଥିଲା କମିଶନରେଟ୍‌ ପୁଲିସ୍‌। ଏହି ଅଭିଯୋଗରେ ପୁଲିସ୍‌ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରିଥିଲା। କମିଶନରେଟ୍‌ ତାକୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା। ଆଜି ଦିନ ତମାମ ପୁଲିସ୍‌ ତାକୁ ଜେରା କରିଥିଲା। ଜେରା ବେଳେ କଟକରେ ଏକ ଭଡ଼ା ଘରେ ସିମ୍‌ ବକ୍ସ ଚାଲୁଥିବା ରାଜୁ ମଣ୍ଡଳ କହିଥିଲା। ତା’ପରେ ପୁଲିସ୍‌ ତାଙ୍କୁ ସାଥୀରେ ନେଇ କଟକ ଯାଇଥିଲା। ଆଉ ସିମ୍‌ ବକ୍ସ ଜବତ କରିଥିଲା।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳା କହିଛନ୍ତି, ରାଜେନ୍ଦ୍ର ନଗର ଅଞ୍ଚଳ ସେହି ଭଡ଼ା ଘରକୁ ରାତି ପ୍ରାୟ ୧୧ଟା ବା ୧୨ଟା ବେଳେ ଜଣେ ବ୍ୟକ୍ତି ବୁଲେଟ୍‌ରେ ଆସନ୍ତି। କିଛି ସମୟ ରହି ପଳାଇ ଯିବାର ଦେଖିବାକୁ ପାଇଛୁ। ଆଜିର ଘଟଣା ପରେ ଆମେ ସନ୍ଦେହ କରୁଛୁ, ରାତିରେ ଆସୁଥିବା ବ୍ୟକ୍ତି ଜଣକ ରାଜୁ ମଣ୍ଡଳ ହୋଇଥାଇପାରନ୍ତି ବୋଲି ମହିଳା ଜଣକ କହିଛନ୍ତି।

Advertisment

ସିମ୍ ବକ୍ସ କଣ ?

ସିମ୍ ବକ୍ସ  ଏକ ଡିଭାଇସ ହୋଇଥିବା ବେଳେ ସେଥିରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ। ହେଲେ କଲ୍‌ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ। ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe