Advertisment

ସିଜେଆଇଙ୍କ ବିରୋଧରେ ଫେକ୍‌ ନ୍ୟୁଜ ପ୍ରଚାର ଘଟଣା; ମାମଲା ରୁଜୁ

ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଅପପ୍ରଚାର ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ସୁପ୍ରିମକୋର୍ଟ ପ୍ରଶାସନ ଗମ୍ଭୀରତାର ସହ ନେଇଛନ୍ତି।

ଅଦ୍ୟତନ ହୋଇଛି
CJI

CJI

Advertisment

ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ସରକାରଙ୍କ ବିରୋଧରେ ସଡ଼କକୁ ଓହ୍ଲାଇବାକୁ ହ୍ୱାଟଆପ୍‌ରୁ ଆରମ୍ଭ ହୋଇଥିବା ଅପପ୍ରଚାର ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ସୁପ୍ରିମକୋର୍ଟ ପ୍ରଶାସନ ଗମ୍ଭୀରତାର ସହ ନେଇଛି।

Advertisment

ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଅତୁଳ କୁରହେକରଙ୍କ କହିବାନୁଯାୟୀ, ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି। ଏପରି ଏକ ସାଂଘାତିକ ଘଟଣା ପଛରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରପକ୍ଷେ, ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଏହି ପୋଷ୍ଟ ସମ୍ପୂର୍ଣ୍ଣ ଫେକ୍‌। ଏହା ନକଲି ମେସେଜ, ଯାହାକୁ ଜଣଙ୍କ ଜଣେ ଫରୱାର୍ଡ କରୁଛନ୍ତି। କୌଣସି ସିଜେଆଇ କେବେ ହେଲେ ଏମିତି କାମ କରିପାରିବେ ନାହିଁ। ଭାରତର ପ୍ରଧାନ ବିଚାରପତିଙ୍କ ନାଁରେ ଏପରି ମେସେଜକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

Advertisment

ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଏପରି ଏକ ଘଟଣା ଭାରତୀୟ ସୁପ୍ରିମକୋର୍ଟଙ୍କ ଜ୍ଞାନ ପରିସୀମାକୁ ଆସିଛି ଯେଉଁଥିରେ ଏକ ଫାଇଲ୍‌ ଫଟୋକୁ ବ୍ୟବହାର କରି ଭାରତର ପ୍ରଧାନ ବିଚାରପତିଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି।

ଏହି ପୋଷ୍ଟ ଫେକ୍‌ ହୋଇଥିବା ବେଳେ ଭୁଲ୍ ଉଦ୍ଦେଶ୍ୟରେ ଏହାକୁ ଭାଇରାଲ କରାଯାଉଛି। ତେଣୁ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିଛି ଦିନ ହେଲେ ସିଜେଆଇଙ୍କ ଫଟୋ ଥିବା ଗୋଟିଏ ମେସେଜ ଭାଇରାଲ ହେବାରେ ଲାଗିଛି। ଏହାର ହେଡଲାଇନ ରହିଛି, “ଭାରତୀୟ ଗଣତନ୍ତ୍ର ସୁପ୍ରିମକୋର୍ଟ ଜିନ୍ଦାବାଦ।” ଏଥିରେ କୁହାଯାଇଛି, “ଆମେ ଭାରତର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଶତ ଚେଷ୍ଟା କରୁଛୁ। କିନ୍ତୁ ଆପଣଙ୍କ ସହଯୋଗ ମଧ୍ୟ ଏହି କାମରେ ଅତ୍ୟନ୍ତ ଜରୁରୀ।

ସବୁ ଲୋକ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାନ୍ତୁ ଓ ସରକାରଙ୍କ ନିକଟରେ ନିଜର ଅଧିକାର ପାଇଁ ଦାବି ଉପସ୍ଥାପନ କରନ୍ତୁ। ଏହି ଏକଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରାଇବେ ଓ ଧମକାଇବେ। କିନ୍ତୁ ଆପଣମାନେ ଆଦୌ ଭୟଭୀତ ହେବେ ନାହିଁ।

ଆପଣମାନେ ସାହାସ ଦେଖନ୍ତୁ ଓ ସରକାରଙ୍କୁ ଉତ୍ତରଦାୟୀ କରନ୍ତୁ। ମୁଁ ଆପଣମାନଙ୍କ ସହ ରହିଛି।” ଏସବୁ କଥା ସିଜେଆଇ ଚନ୍ଦ୍ରଚୂଡ଼ କହିଥିବା ତଳେ ଉଲ୍ଲେଖ କରାଯାଇଛି। ହେଲେ ଏହା ସଂପୂର୍ଣ୍ଣ ଫେକ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

Fake Note. Supreme Court CJI Viral Photo Whatsapp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe