Advertisment

ଭିସୁଟର ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ଅଭ୍ୟାସଗତ ବିଶୃଙ୍ଖଳିତ ଆଚରଣ ଓ ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗରେ ବୁର୍ଲା ଭିସୁଟର କମ୍ପ୍ୟୁଟର ଆପ୍ଲିକେସନ ବିଭାଗର ଆସୋସିଏଟ ଫ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅଦ୍ୟତନ ହୋଇଛି
Associate Professor

Associate Professor

Advertisment

ଭିସୁଟର ଆସୋସିଏଟ ପ୍ରଫେସରଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ଅଭ୍ୟାସଗତ ବିଶୃଙ୍ଖଳିତ ଆଚରଣ ଓ ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗରେ ବୁର୍ଲା ଭିସୁଟର କମ୍ପ୍ୟୁଟର ଆପ୍ଲିକେସନ ବିଭାଗର ଆସୋସିଏଟ ଫ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Advertisment

ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସରଜଣକ ହେଲେ ସସ୍ମିତା କୁମାରୀ ପାଢୀ I ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ ଥରେ ନିଲମ୍ବିତ ହୋଇଥିଲେ । ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ।

ଭିସୁଟର ବୋର୍ଡ ଅଫ ମ୍ୟାନେଜମେଣ୍ଟର ବୈଠକ ଗତ ୩୦ ତାରିଖରେ ବସିଥିଲା । ବୈଠକରେ ସଂପୃକ୍ତ ଆସୋସିଏଟ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି କ୍ରମରେ ଗତକାଲି କୁଳପତି ତାଙ୍କୁ ବାଧ୍ୟତାମୂଳକ ଚାକିରିରୁ ଅବସର ଦେଇଛନ୍ତି। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏ ସମ୍ପର୍କରେ ସଂପୃକ୍ତ ଆସସିଏଟ ପ୍ରଫେସରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏନେଇ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କମିଟି ବସିଥିଲା। ରିପୋର୍ଟ ଆସିବା ପରେ ବୋର୍ଡ ମିଟିଙ୍ଗରେ ତାହାକୁ ଉପସ୍ଥାପନ କରାଗଲା। ଏହାପରେ ତାହାକୁ ତର୍ଜମା କରାଯାଇ ବୋର୍ଡ ପକ୍ଷରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe