/odisha-reporter/media/post_attachments/uploadimage/library/16_9/16_9_0/Victim_1756464960.jpg)
Victim
ପୁରୀର ବଳିଆପଣ୍ଡା ଥାନା ଯାତ୍ରୀକା ପାର୍କିଂ ନିକଟରେ ଶଙ୍ଖ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ୱୟ ସମ୍ପର୍କରେ ବାପ-ପୁଅ।
Advertisment
ଆହତ ହୋଇଥିବା ଶଙ୍ଖ ଦୋକାନୀଙ୍କ ନାଁ ଦେବ ବେହେରା। ତାଙ୍କ ଘର ପୁରୀର ଗୌଡ଼ବାଡ଼ ସାହିରେ। ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି।
ଦେବ ବେହେରାଙ୍କୁ ଅଭିଯୁକ୍ତ ଦ୍ୱୟ ପଞ୍ଚମୁଖୀ ଶଙ୍ଖରେ ଆକ୍ରମଣ କରିଥିଲେ । ପଞ୍ଚମୁଖୀ ଶଙ୍ଖର ଦୁଇଟି କଣ୍ଟା ତାଙ୍କ ଛାତିରେ ରହିଯାଇଥିଲା। ଅପରେସନ କରାଯାଇ ତାଙ୍କ ଛାତିରୁ ଶଙ୍ଖ କଣ୍ଟା ଦୁଇଟିକୁ ବାହାର କରାଯାଇଛି।
Advertisment
ଗୌଡ଼ବାଡ଼ ସହିର ଦେବ ବେହେରା ଯାତ୍ରୀକା ପାର୍କିଂ ନିକଟରେ ଶଙ୍ଖ ବିକ୍ରି କରୁଥିବା ବେଳେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ତାଙ୍କୁ ବଟି ମାଗୁଥିଲେ। ସେ ଟଙ୍କା ନେଦେବାରୁ ଏହି ଆକ୍ରମଣ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ତାଙ୍କ ପରିବାର ଲୋକେ ବଳିଆପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
