Advertisment

ଶଙ୍ଖ ଦୋକାନୀଙ୍କୁ ଶଙ୍ଖରେ ଆକ୍ରମଣ

ଦେବ ବେହେରାଙ୍କୁ ଅଭିଯୁକ୍ତ ଦ୍ୱୟ ପଞ୍ଚମୁଖୀ ଶଙ୍ଖରେ ଆକ୍ରମଣ କରିଥିଲେ । ପଞ୍ଚମୁଖୀ ଶଙ୍ଖର ଦୁଇଟି କଣ୍ଟା ତାଙ୍କ ଛାତିରେ ରହିଯାଇଥିଲା।

ଅଦ୍ୟତନ ହୋଇଛି
Victim

Victim

Advertisment

ପୁରୀର ବଳିଆପଣ୍ଡା ଥାନା ଯାତ୍ରୀକା ପାର୍କିଂ ନିକଟରେ ଶଙ୍ଖ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ୱୟ ସମ୍ପର୍କରେ ବାପ-ପୁଅ।

Advertisment

ଆହତ ହୋଇଥିବା ଶଙ୍ଖ ଦୋକାନୀଙ୍କ ନାଁ ଦେବ ବେହେରା। ତାଙ୍କ ଘର ପୁରୀର ଗୌଡ଼ବାଡ଼ ସାହିରେ। ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି।

ଦେବ ବେହେରାଙ୍କୁ ଅଭିଯୁକ୍ତ ଦ୍ୱୟ ପଞ୍ଚମୁଖୀ ଶଙ୍ଖରେ ଆକ୍ରମଣ କରିଥିଲେ । ପଞ୍ଚମୁଖୀ ଶଙ୍ଖର ଦୁଇଟି କଣ୍ଟା ତାଙ୍କ ଛାତିରେ ରହିଯାଇଥିଲା। ଅପରେସନ କରାଯାଇ ତାଙ୍କ ଛାତିରୁ ଶଙ୍ଖ କଣ୍ଟା ଦୁଇଟିକୁ ବାହାର କରାଯାଇଛି।

Advertisment

ଗୌଡ଼ବାଡ଼ ସହିର ଦେବ ବେହେରା ଯାତ୍ରୀକା ପାର୍କିଂ ନିକଟରେ ଶଙ୍ଖ ବିକ୍ରି କରୁଥିବା ବେଳେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ତାଙ୍କୁ ବଟି ମାଗୁଥିଲେ। ସେ ଟଙ୍କା ନେଦେବାରୁ ଏହି ଆକ୍ରମଣ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ତାଙ୍କ ପରିବାର ଲୋକେ ବଳିଆପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe