Advertisment

ସୁପରଭାଇଜର ଓ ସିଡିପିଓ ପିଟାପିଟି !

କିଏ କାହାକୁ ପିଟିଲା? କିଏ କହୁଛନ୍ତି ସତ?

CDPO

CDPO

Advertisment

ସୁପରଭାଇଜର ଅଭିଯୋଗ କରିଛନ୍ତି ସିଡିପିଓ ତାଙ୍କୁ ମାଡ଼ ମାରିଛନ୍ତି। ସେହିପରି ସିଡିପିଓ ଅଭିଯୋଗ କରିଛନ୍ତି ଯେ ସୁପରଭାଇଜର ତାଙ୍କୁ ପିଟିଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣାରେ।

Advertisment

ବଡ଼ଚଣା ଆଇସିଡିଏସ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର ସୁବାସିନୀ ଦାସଙ୍କୁ ସିଡିପିଓ ଭଗବତୀ ଗୁରୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସିଡିପିଓ ମଧ୍ୟ ପାଲଟା ଅଭିଯୋଗ ଆଣି ସୁପରଭାଇଜରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ସୁପରଭାଇଜର ସୁବାସିନୀ ଦାସ କହିଛନ୍ତି, ଗୁରୁବାର ଦିନ ହେଲପର ମାନଙ୍କର ଏକ ଇଣ୍ଟରଭ୍ୟୁ ଥିଲା। ଇଣ୍ଟରଭ୍ୟୁ ଶେଷ ହେବା ପରେ ମୁଁ ଅଫିସ୍ ବାହାର ଛିଡ଼ା ହୋଇଥିଲି। ସେଠାରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ହେଉଥିଲି। ସେହି ସମୟରେ ସିଡିପିଓ ଅଫିସ୍ ଭିତରକୁ ଆସିବାକୁ ମୋତେ ତାଗିଦ କରିଥିଲେ। ତା’ପରେ ଗେଟ୍ ଆଉଟ୍ କହିଲେ। କାଲିଠାରୁ ଅଫିସ୍ ନ ଆସିବାକୁ କହିଲେ। କାହିଁକି ଆସିବିନି ବୋଲି ମୁଁ ପାଲଟା ପ୍ରଶ୍ନ କରିବାରୁ ସେ ମୋ ଚୁଟି ଟାଣି ବିଧା ମାରି ଚାଲିଲେ। ସେତିକିରେ ତାଙ୍କ ମନ ସନ୍ତୁଷ୍ଟ ହୋଇ ନଥିଲା। ମୁଁ ଚୌକିରେ ବସି ପଡ଼ିବାରୁ ମୋତେ ଠିଆ ଗୋଇଠା ମାରିଥିଲେ।

Advertisment

ସେ ଅଭିଯୋଗ କରିଛନ୍ତି ଯେ ସିଡିପିଓ ଆକ୍ରୋଶ ରଖି ତାଙ୍କୁ ହଇରାଣ କରୁଛନ୍ତି। ଦିନକୁ ଦିନ ତାଙ୍କ ନିର୍ଯାତନା ଅସହ୍ୟ ହେଉଛି। ତାଙ୍କ ଆତ୍ମସମ୍ମାନ ହାନୀ ହୋଇଛି। ନ୍ୟାୟ ନ ମିଳିଲେ ସେ ଆଉ ବଞ୍ଚିବେନି ବୋଲି ସୁବାସିନୀ କହିଛନ୍ତି।

ଅନ୍ୟପକ୍ଷରେ ସିଡିପିଓ ଭଗବତୀ ଗୁରୁ କହିଛନ୍ତି, ସୁପରଭାଇଜର ସୁବାସିନୀ ଦାସଙ୍କୁ ଏକ୍ସପ୍ଲାନେସନ ରିପୋର୍ଟ ମାଗିବାରୁ ସେ ମୋ ଚୁଟି ଟାଣି ଆକ୍ରମଣ କରିଥିଲେ।

ବଡ଼ଚଣା ପୁଲିସ୍ ଘଟଣାର ତଦନ୍ତ କରୁଛି।

CDPO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe