Advertisment

କଂଗ୍ରେସ ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

କିଛି ସମୟରେ ଯୁକ୍ତିତର୍କ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ କୁନାଲଙ୍କ ଉପରକୁ ଗୁଳି କରୁଛନ୍ତି।

Congress

Congress

Advertisment

ହରିୟାଣାର ‍ଫରିଦାବାଦରେ କଂଗ୍ରେସର ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜମି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଭିଡିଓ ଅନୁସାରେ କିଛି ଲୋକ କଂଗ୍ରେସ ନେତାଙ୍କ ଭାଇ କୁନାଲ ଭାଡ଼ନାଙ୍କ ପାଖକୁ ଆସୁଛନ୍ତି ଓ ତାଙ୍କ ସହ ଯୁକ୍ତିତର୍କ କରୁଛନ୍ତି।

Advertisment

କିଛି ସମୟରେ ଯୁକ୍ତିତର୍କ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ କୁନାଲଙ୍କ ଉପରକୁ ଗୁଳି କରୁଛନ୍ତି। ଭିଡିଓର ଆଉ ଏକ ଫ୍ରେମରେ ଦେଖିବାକୁ ମିଳୁଛି ଯେ କୁନାଲ ଗୁଳି ମାଡ଼ ପରେ ତଳେ ପଡ଼ୁଥିବା ବେଳେ ଆକ୍ରମଣକାରୀମାନେ ସେଠାରୁ ଫେରାର ମାରୁଛନ୍ତି।

କୁନାଲ ହେଉଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଜ୍ୟୋତେନ୍ଦର ଭାଡ଼ନାଙ୍କ ଭାଇ। ଘଟଣା ବେଳେ କୁନାଲଙ୍କ ଜଣେ ବନ୍ଧୁ ତାଙ୍କ ସହ ରହିଥିଲେ। ସେ ପୁଲିସ୍‌କୁ କହିଛନ୍ତି ଯେ କୌଣସି କାରଣରୁ ବିଜୟ ନାମ ଜଣେ ବ୍ୟକ୍ତିଙ୍କ ସହ କୁନାଲଙ୍କ ଫୋନରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବିଜୟ, ତାଙ୍କ ଭାଇ ବିଲୁ ଓ ଆଉ ୨ ଜଣ ଘଟଣାସ୍ଥଳରେ ପହଞ୍ଚି କୁନାଲଙ୍କୁ ହତ୍ୟା କରିଛନ୍ତି। ଏନେଇ କୁନାଲଙ୍କ ଭାଇ ପୁଲିସ୍‌ରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି।

Advertisment

ସିସିଟିଭି ଫୁଟେଜ ଅନୁଯାୟୀ, କୁନାଲ ତାଙ୍କ ଜଣେ ବନ୍ଧୁଙ୍କ ସହ ମସଜିଦ ଛକା ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ବିଜୟ, ବିଲୁ ଓ ଆଉ ୨ ଜଣ ସେଠାରେ ପହଞ୍ଚି କୁନାଲଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ସେମାନେ କୁନାଲଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ।

ଜ୍ୟୋତେନ୍ଦର କହିଛନ୍ତି, “ଭାଇର ସାଙ୍ଗ ଠାରୁ ଖବର ପାଇବା ପରେ ମୁଁ ଘଟଣାସ୍ଥଳକୁ ଯାଇଥିଲି। ମୁଁ ପହଞ୍ଚିଲା ବେଳକୁ ବିଲୁ ମୋ ଭାଇର ହାତ ଧରିଥିବା ବେଳେ ବିଜୟ ତା’ ଛାତିକୁ ଗୁଳି ମାରିଥିଲା।

ଗୁଳିମାଡ଼ କରିବା ପରେ ସେମାନେ ଗୋଟିଏ ସୁଇଫ୍ଟ କାର୍‌ରେ ସେଠାରୁ ଫେରାର ହୋଇ ଯାଇଥିଲେ। ଲୋକଙ୍କ ସହାୟତାରେ ମୁଁ କୁନାଲକୁ ସେକ୍ଟର ୨୧ରେ ଥିବା ଏସିଆନ ହସ୍ପିଟାଲକୁ ନେଇଥିଲି। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।”

ପୁଲିସ୍‌ ଏବେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ବିଜୟ, ବିଲୁ ଓ ଅନ୍ୟ ୨ ଜଣଙ୍କୁ ଖଜିବା ଆରମ୍ଭ କରିଛି।

Congress Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe