Advertisment

ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଖଲିସ୍ତାନ ଆତଙ୍କୀ

ବଲଜିନ୍ଦର ସିଂ ହତ୍ୟାର କିଛି ସମୟ ପରେ କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କୀ ଅର୍ଶ ଡାଲା ଫେସବୁକ୍‌ରେ ପୋଷ୍ଟ କରି ଏହି ହତ୍ୟାକାଣ୍ଡ ପଛରେ ନିଜର ହାତ ଥିବା କହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ଆତଙ୍କବାଦୀ ବଲଜିନ୍ଦରଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୂରା ଘଟଣା ବଲଜିନ୍ଦର ସିଂଙ୍କ ଘର ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ବଲଜିନ୍ଦର ସିଂ ଡାଲା ଗାଁ ବାସିନ୍ଦା ହୋଇଥିବା ବେଳେ ସେ ଅଜିତୱାଲା ବ୍ଲକ ଅଧ୍ୟକ୍ଷ ଭାବେ କାମ କରୁଥିଲେ ।

Advertisment

ବଲଜିନ୍ଦର ସିଂ ହତ୍ୟାର କିଛି ସମୟ ପରେ କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କୀ ଅର୍ଶ ଡାଲା ଫେସବୁକ୍‌ରେ ପୋଷ୍ଟ କରି ଏହି ହତ୍ୟାକାଣ୍ଡ ପଛରେ ନିଜର ହାତ ଥିବା କହିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ବଲଜିନ୍ଦର ସିଂ ଘରେ ନିଜ ହେୟାରକଟ କରୁଥିଲେ। ସେତେବେଳେ ତାଙ୍କ ପାଖକୁ ଏକ ଅଜ୍ଞାତ ବ୍ୟକ୍ତିଙ୍କ ଫୋନ୍‌ ଆସିଥିଲା । ଏପରିକି ଅପର ପାର୍ଶ୍ୱର ବ୍ୟକ୍ତିଜଣକ କିଛି କାଗଜରେ ଦସ୍ତଖତ ଆବଶ୍ୟକ ଥିବା କହି ଫୋନ୍‌ କରିଥିଲେ। ଏହାଶୁଣି ବଲଜିନ୍ଦର ସିଂ ଘର ବାହାରକୁ ଆସିଥିଲେ। ଉକ୍ତ ସମୟରେ ବାଇକ୍‌ରେ ଆସିଥିବା ଦୁଇ ଜଣ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଏହି ସବୁ ଘଟଣା ବଲଜିନ୍ଦରଙ୍କ ଘରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି।

Advertisment

ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଉତ୍ତେଜନା ଆଶଙ୍କାରେ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ବଲଜିନ୍ଦର ସିଂଙ୍କ ହତ୍ୟା ପରେ ଅର୍ଶ ଡାଲା ନିଜ ଫେସବୁକ୍‌ ପୋଷ୍ଟରେ ଲେଖିଛି, ବଲଜିନ୍ଦର ସିଂ ମୋ’ ଭବିଷ୍ୟତକୁ ବରବାଦ କରି ଦେଇଛି। ଏପରିକି ଗ୍ୟାଙ୍ଗଷ୍ଟର ହେବାକୁ ସେ ମୋତେ ବାଧ୍ୟ କରିଛି। ମୋ’ ମା’ ଏବେ ପୁଲିସ୍‌ ହେପାଜତରେ ଥିବା ବେଳେ ଏଥିପାଇଁ ବଲଜିନ୍ଦର ସିଂ ଦାୟୀ ବୋଲି କହିଛି ଡାଲା। ତେଣୁ ଏସବୁର ପ୍ରତିଶୋଧ ନେବା ପାଇଁ ମୁଁ ଏପରି ପଦକ୍ଷେପ ଉଠାଇଥିବା ସେ କହିଛନ୍ତି।

ଅର୍ଶ ଡାଲା ଜଣେ ଖଲିସ୍ତାନୀ ଆତଙ୍କବାଦୀ। ତାଙ୍କ ନାମ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ମୋଷ୍ଟ ୱାଣ୍ଟେଡ ତାଲିକାରେ ସ୍ଥାନ ପାଇଛି। ଗତ କିଛି ବର୍ଷ ହେବ ସେ କାନାଡ଼ାରେ ରହି ଆସୁଛନ୍ତି। ଏପରିକି ପଞ୍ଜାବରେ ଘଟିଥିବା କିଛି ହତ୍ୟାକାଣ୍ଡରେ ଡାଲା ନାମ ସାମନାକୁ ଆସିଛି।

India Khalistan