Advertisment

ଧାର ଟଙ୍କା ପାଇଁ ବାପ, ଝିଅଙ୍କୁ କ୍ୱାର୍ଟର୍ସକୁ ନେଇ ପିଟିଲେ କନଷ୍ଟେବଳ, ବନ୍ଧା ହେଲେ

ଅବଶିଷ୍ଟ ଟଙ୍କା ପାଇଁ କନଷ୍ଟେବଳ ଅନନ୍ତ ବିଶ୍ୱାଳ ରଘୁନାଥଙ୍କ  ଜଳଖିଆ ଦୋକାନରେ ପହଞ୍ଚି ସର୍ବ ସମ୍ମୁଖରେ ତାଙ୍କୁ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରିଥିଲେ।

Arrest

Arrest

Advertisment

ପୁଲିସକୁ ବାନ୍ଧିଲା ପୁଲିସ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନାର ଜଣେ କନଷ୍ଟେବଳଙ୍କୁ ମୟୂରଭଞ୍ଜ ପୁଲିସ ଗିରଫ କରିଛି। ଗିରଫ କନଷ୍ଟେବଳଙ୍କ ନାଁ ଅନନ୍ତ କୁମାର ବିଶ୍ୱାଳ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଧାର ଟଙ୍କା ଫେରିନପାଇବାରୁ ବାପ, ଝିଅଙ୍କୁ ମାଡ଼ ମାରି ସଂପୃକ୍ତ କନଷ୍ଟେବଳ ଗିରଫ ହୋଇଛନ୍ତି। ଝିଅର ଏତଲା ଆଧାରରେ ଶୁଳିଆପଦା ପୁଲିସ କନଷ୍ଟେବଳଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବାପ, ଝିଅଙ୍କୁ ଥାନାକୁ ନେଉଛି କହି କ୍ୱାର୍ଟର୍ସରେ କନେଷ୍ଟବଳ ଜଣକ ଅଟକ ରଖିଥିବା ଅଭିଯୋଗ ହୋଇଥିଲା।

ବାରିପଦା ଟାଉନ ଥାନା କାଳିକାପୁରର ରଘୁନାଥ ପାଢୀଙ୍କୁ ୧୦ ବର୍ଷ ପୂର୍ବେ କନଷ୍ଟେବଳ ଅନନ୍ତ କୁମାର ବିଶ୍ୱାଳ ୩୨ ହଜାର ଟଙ୍କା ଦୋକାନ କରିବା ପାଇଁ ଦେଇଥିଲେ। ପର୍ଯ୍ୟାୟ କ୍ରମେ ବ୍ୟକ୍ତି ଜଣଙ୍କ ୧୬ ହଜାର ଟଙ୍କା ଫେରାଇଥିଲେ। କିନ୍ତୁ ଅବଶିଷ୍ଟ ଟଙ୍କା ପାଇଁ କନଷ୍ଟେବଳ ଅନନ୍ତ ବିଶ୍ୱାଳ ରଘୁନାଥଙ୍କ  ଜଳଖିଆ ଦୋକାନରେ ପହଞ୍ଚି ସର୍ବ ସମ୍ମୁଖରେ ତାଙ୍କୁ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରିଥିଲେ।

Advertisment

ଏହାପରେ ଜୋର ଜବରଦସ୍ତି ରଘୁନାଥ ଏବଂ ତାଙ୍କ ଝିଅଙ୍କୁ ବାଇକରେ ବସାଇ ଟାଉନ୍ ଥାନାକୁ ନେବି କହି, ଶୁଳିଆପଦା ଥାନାରେ ନିଜ କ୍ୱାର୍ଟର୍ସକୁ ନେଇ ଯାଇଥିଲେ। ସେଠାରେ ସେ ବନ୍ଦୀ କରି ବାପ ଝିଅକୁ ନିର୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସେ ଝିଅକୁ ବେକକୁ ଚିପି ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

କୌଶଳ କ୍ରମେ ବାପ ଝିଅ ଦୁହେଁ ସେଠାରୁ ଖସି ଆସି ଶୁଳିଆପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରି କନେଷ୍ଟବଳ ସମ୍ପୃକ୍ତ କନଷ୍ଟେବଳ ଅନନ୍ତ ବିଶ୍ୱାଳଙ୍କୁ ଗିରଫ କରିଛି। ପୂର୍ବରୁ ମଧ୍ୟ ଏହି କନଷ୍ଟେବଳଙ୍କ ନାମରେ ବିଭିନ୍ନ ଅଭିଯୋଗ ରହିଥିବା ଜଣା ପଡିଛି।

ଏନେଇ ଅଭିଯୋଗକାରୀ ରଘୁନାଥ ପାଢୀ କହିଛନ୍ତି, ଥାନାକୁ ନେବେ ବୋଲି କହି ଆମକୁ ନିଜ କ୍ୱାର୍ଟର୍ସକୁ ନେଇ ସେଠାରେ ବନ୍ଦୀ କରି ଦେଇଥିଲେ। ସେଠାରେ ଆମକୁ ଖୁବ୍‌ ମାରପିଟ କଲେ। ମୋ’ ଝିଅ ତଣ୍ଟି ବି ଚିପି ଦେଲେ।

Police Arrest Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe