Advertisment

ମଦ ନିଶାରେ ଭାଇକୁ ମାରି ନିଜ ମୁଣ୍ଡରେ ଗୁଳି କରିଥିଲେ କନଷ୍ଟେବଲ୍‌

ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ମନୋଜ ଝାଙ୍କର ହେଉଛନ୍ତି ଜଣେ କନ୍‌ଷ୍ଟେବଲ୍‌(ପିଏସ୍‌ଓ)। ତାଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଶେଷଦେବ ଝାଙ୍କର। ମନୋଜ, ଶେଷଦେବ ଓ ଅନ୍ୟ ଦୁଇ ମିଶି ଗାଁଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ କୁକୁଡା ଫାର୍ମ କରିଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ମଦ ନିଶାରେ ଭୁଲିଗଲେ ଭାଇ- ଭାଇର ରକ୍ତ ସମ୍ପର୍କ। ଭାଇକୁ ମାରି ନିଜ ମୁଣ୍ଡରେ ଗୁଳି ମରିଗଲା କନ୍‌ଷ୍ଟେବଲ। ଦୁଇ ଦିନ ତଳେ ଏଭଳି ବୀଭତ୍ସ ହତ୍ୟାକାଣ୍ଡର ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଥିଲା। ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ହୋଇଛି। କୌଣସି ପୂର୍ବ ଶତ୍ରୁତା ନୁହେଁ, ବରଂ ମଦ ନିଶାରେ ସମ୍ପର୍କୀୟ ଭାଇକୁ କନଷ୍ଟେବଲ୍‌ ଫାୟାରିଂ କରି ହତ୍ୟା କରିଥିବା ଉତ୍ତରାଞ୍ଚଳର ଆଇଜି କହିଛନ୍ତି।

Advertisment

ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ମନୋଜ ଝାଙ୍କର ହେଉଛନ୍ତି ଜଣେ କନ୍‌ଷ୍ଟେବଲ୍‌(ପିଏସ୍‌ଓ)। ତାଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଶେଷଦେବ ଝାଙ୍କର। ମନୋଜ, ଶେଷଦେବ ଓ ଅନ୍ୟ ଦୁଇ ମିଶି ଗାଁଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ କୁକୁଡା ଫାର୍ମ କରିଥିଲେ। ଅଭିଯୋଗ ଅନୁସାରେ ମଙ୍ଗବାର ଅପରାହ୍ନରେ ଦୁଇ ଭାଇ କୁକୁଡା ଫାର୍ମରେ ଭୋଜି କରୁଥିଲେ। ଆଉ ମଦର ଆୟୋଜନ କରିଥିଲେ। ମଦ ପିଇବା ପରେ ଦୁଇ ଭାଇଙ୍କୁ ପ୍ରବଳ ନିଶା ହୋଇଯାଇଥିଲା।

ନିଶାରେ ଥିବା ମନୋଜ ଝାଙ୍କର ନିଜ ପାଖରେ ଥିବା ପିସ୍ତଲରେ ପ୍ରଥମେ ଫଲ୍ସ ଫାୟାରିଂ କରିଥିଲେ। ତା’ପରେ ଏଣେତେଣେ ଫାୟାରିଂ କରୁଥିବା ବେଳେ ନିଜ ସମ୍ପର୍କୀୟ ଭାଇ ଶେଷଦେବଙ୍କ ଦେହରେ ଗୁଳି ବାଜିଥିଲା। ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିଲା। ସେଇଠାରେ ସେ ଟଳି ପଡ଼ିଥିଲା। ନିଜ ଆଖି ଆଗରେ ରକ୍ତାକ୍ତ ଅବସ୍ଥା ଭାଇ ଟଳି ପଡ଼ିଥିବା ଦେଖି ମନୋଜଙ୍କ ନିଶା ଛାଡ଼ି ଯାଇଥିଲା। ଆଉ ତା’ପରେ ନିଜ ମୁଣ୍ଡକୁ ଫାୟାରିଂ କରିଥିଲେ। ତାଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌।

Advertisment

ସେପଟେ ବୁର୍ଲା ମେଡିକାଲରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଶବଦାହ କରାଯାଇଛି। ମୃତ ମନୋଜ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ଭାବେ କାର୍ଯ୍ୟରତ ଥିଲେ।

ରିପୋର୍ଟ- ବିନିକାରୁ ଦିଲ୍ଲୀପ ସାହୁ

Crime Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe