Advertisment

ପତ୍ନୀଙ୍କୁ ମାରିବା ପାଇଁ ୨୩୦ କିମି ବାଟ ଗଲେ କନଷ୍ଟେବଳ, ୧୧ ଦିନ ତଳେ ବାପା ହୋଇଥିଲେ

ହତ୍ୟାର ଦିନକ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଫୋନରେ ପ୍ରବଳ ଗାଳି କରିଥିଲେ। ଏଥିପାଇଁ ପତ୍ନୀ ତାଙ୍କ ଫୋନ କାଟି ଦେଇଥିଲ। ଏହାପରେ ସ୍ୱାମୀ ଜଣଙ୍କ ତାଙ୍କୁ ୧୫୦ ଥର କଲ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ।

Kishore

Kishore

Advertisment

ମାତ୍ର ୧୧ ଦିନ ତଳେ ପତ୍ନୀ ମା’ ହୋଇଥିଲେ। କିନ୍ତୁ ପତ୍ନୀଙ୍କ ଚରିତ୍ରକୁ ନେଇ ସବୁବେଳେ ସନ୍ଦେହ କରୁଥିଲେ ସ୍ୱାମୀ। ଶେଷରେ ଏହି ସନ୍ଦେହ ଭୟଙ୍କର ରୂପ ନେଇଛି। କନଷ୍ଟେବଳ ଭାବେ କାମ କରୁଥିବା ସ୍ୱାମୀ ଜଣଙ୍କ ଦୀର୍ଘ ୨୩୦ କିମି ବାଟ ଯାତ୍ରା କରି ପତ୍ନୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି।

Advertisment

ହତ୍ୟାର ଦିନକ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଫୋନରେ ପ୍ରବଳ ଗାଳି କରିଥିଲେ। ଏଥିପାଇଁ ପତ୍ନୀ ତାଙ୍କ ଫୋନ କାଟି ଦେଇଥିଲ। ଏହାପରେ ସ୍ୱାମୀ ଜଣଙ୍କ ତାଙ୍କୁ ୧୫୦ ଥର କଲ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ।

ଏଥିରେ ରାଗି ଯାଇ ସ୍ୱାମୀ ଜଣଙ୍କ କର୍ଣ୍ଣାଟକାର ଚାମରାଜନଗର ସହରରୁ ହୋସକୋଟେରେ ଥିବା ପତ୍ନୀଙ୍କ ବାପ ଘରେ ପହଞ୍ଚିଥିଲେ। ଏହାପରେ ନିଜେ ବିଷ ପିଇବା ସହ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏବେ ବିଷ କ୍ରିୟା ଯୋଗୁ ଅଭିଯୁକ୍ତ ସ୍ୱାମୀ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ପ୍ରାଣ ହରାଇଥିବା ୨୪ ବର୍ଷୀୟ ପ୍ରତିଭା ୧୧ ଦିନ ତଳେ ପୁତ୍ର ସନ୍ତାନର ମା’ ହୋଇଥିଲେ। ପ୍ରସବ ପରେ ସେ ହୋସକୋଟେ ସ୍ଥିତ କାଲାଥୁର ଗାଁରେ ଥିବା ତାଙ୍କ ବାପ ଘରେ ରହୁଥିଲେ। ଅଭିଯୁକ୍ତ କନଷ୍ଟେବଳ କିଶୋର ଡି’ ଚାମରାଜନଗର ପୂର୍ବ ପୁଲିସ୍‌ ଷ୍ଟେସନରେ କାମ କରନ୍ତି।

ପ୍ରତିଭା ହେଉଛନ୍ତି ବେଟାହାଲାସୁର ଗ୍ରାମ ପଞ୍ଚାୟତର ସଚିବ ସବ୍ରମଣିଙ୍କ ସାନ ଝିଅ। କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିବା ପ୍ରତିଭା ୨୦୨୨ ନଭେମ୍ବର ୧୩ରେ କିଶୋରଙ୍କୁ ବିବାହ କରିଥିଲେ। କିଶୋରଙ୍କ ଘର କୋଲାର ଜିଲ୍ଲାର ବୀରାପୁରା ଠାରେ।

ପୁଲିସ୍‌ କହିଛି ଯେ କିଶୋର ବାହାଘର ପରଠାରୁ ହିଁ ପ୍ରତିଭାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ସେ ସବୁବେଳେ ତାଙ୍କ ମେସେଜ ଓ କଲ ଡିଟେଲ ଚେକ କରୁଥିଲେ। ସିଏ ଯାହା ସହ କଥା ହେଲେ, ତାଙ୍କ ବିଷୟରେ କିଶୋର ପଚାରୁଥିଲେ। ସବୁବେଳେ ସେ ପ୍ରତିଭାଙ୍କ ଉପରେ ସନ୍ଦେହ କରୁଥିଲେ। ଏସବୁ ଭିତରେ ପ୍ରତିଭା ଗର୍ଭବତୀ ହେବାରୁ ନିଜ ବାପ ଘରକୁ ଚାଲି ଯାଇଥିଲେ।

କିଛି ଦିନ ସବୁ କିଛି ଠିକଠାକ ଚାଲିଥିଲା। ୧୧ ଦିନ ତଳେ ପ୍ରତିଭା ପୁତ୍ର ସନ୍ତାନକୁ ମଧ୍ୟ ଜନ୍ମ ଦେଇଥିଲେ। କିନ୍ତୁ କିଶୋର ରବିବାର ପ୍ରତିଭାଙ୍କୁ ଫୋନ କରିଥିଲେ। ତାଙ୍କୁ କୌଣସି କାରଣ ପାଇଁ ଗାଳି ଗୁଲଜ କରିଥିଲେ। ପ୍ରତିଭା କାନ୍ଦିବାରୁ ତାଙ୍କ ମା’ ଭେଙ୍କଟାଲକ୍ଷଆମ୍ମା ତାଙ୍କ ଠାରୁ ଫୋନ ଛଡ଼ା ନେଇଥିଲେ ଓ ଏହାକୁ କାଟି ଦେଇଥିଲେ। ପ୍ରତିଭା ଯଦି ଏ ଅବସ୍ଥାରେ କାନ୍ଦିବେ, ତା’ହେଲେ ଏହାର ପ୍ରଭାବ ପୁଅ ଉପରେ ପଡ଼ିବ ବୋଲି ସେ କହିଥିଲେ। ଏଥିସହ କିଶୋର ଫୋନ କଲେ ନ ଉଠାଇବାକୁ ମଧ୍ୟ ତାଗିଦ କରିଥିଲେ।

ପର ଦିନ ସକାଳେ ପ୍ରତିଭା ଦେଖିବାକୁ ପାଇଥିଲେ ଯେ କିଶୋର ତାଙ୍କୁ ୧୫୦ ଥର ଫୋନ କରିଛନ୍ତି। ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କହିଥିଲେ। ତେବେ କିଶୋର ସୋମବାର ଦିନ ପ୍ରାୟ ୧୧.୩୦ରେ ପ୍ରତିଭାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ପ୍ରତିଭାଙ୍କ ମା’ ଛାତ ଉପରେ ଥିଲେ। ପ୍ରତିଭା ଓ ତାଙ୍କ ପୁଅ ଘରର ପ୍ରଥମ ମହଲାରେ ରହିଥିଲେ।

କିଶୋର ରୁମ ଭିତରକୁ ଯିବା ସହ ପ୍ରଥମେ ବିଷ ପିଇ ଦେଇଥିଲେ। ଏହାପରେ କବାଟ ବନ୍ଦ କରି ପ୍ରତିଭାଙ୍କୁ ମାଡ଼ ମାରିଥିଲେ। ଗୋଟିଏ ଓଢ଼ଣୀରେ ତାଙ୍କ ବେକକୁ ଚିପି ସେ ହତ୍ୟା କରିଥିଲେ। ପାଟିତୁଣ୍ଡ ଶୁଣି ପ୍ରତିଭାଙ୍କ ମା’ ତଳକୁ ଆସିବା ସହ କବାଟ ବାଡ଼େଇଥିଲେ।

କିନ୍ତୁ କିଶୋର କବାଟ ଖୋଲି ନଥିଲେ। ପ୍ରାୟ ୧୫ ମିନଟ ପରେ ସେ କବାଟ ଖୋଲିବା ସହ ‘ମୁଁ ତାକୁ ମାରି ଦେଇଛି, ମୁଁ ତାକୁ ମାରି ଦେଇଛି’ ଚିତ୍କାର କରି ସେଠାରୁ ଚାଲି ଯାଇଥିଲେ। ସେଠାରୁ ସେ ସିଧା ଆରଜେ ଜଲାପ୍ପା ହସ୍ପିଟାଲରେ ନିଜକୁ ଭର୍ତ୍ତି କରିଥିଲେ। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe