Advertisment

ଦେଓମାଳିରେ କଟେଜ ନିର୍ମାଣ ପ୍ରସଙ୍ଗ: ୬ଜଣଙ୍କୁ ଏନଜିଟିର ନୋଟିସ୍

ଦେଓମାଳି ପାହାଡ଼ ଶିଖର ଜୈବ ବିବିଧତା ଐତିହ୍ୟ ସ୍ଥଳୀ ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ଅଦ୍ୟତନ ହୋଇଛି
Deomali hilltop

Deomali hilltop

Advertisment

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ବଢ଼ିଛି ଅଡ଼ୁଆ। ଦେଓମାଳି ଶିଖରର ପାଖାପାଖି ୨୬ ଏକର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ କରି ଏନଜିଟିରେ ମାମଲା ଦାୟର ହୋଇଛି। ୱାଇଲ୍ଡ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏହି ମାମଲା ଦାଏର ହୋଇଛି।

Advertisment

ଅଭିଯୋଗ ଅନୁସାରେ, ଦେଓମାଳି ପାହାଡ଼ ଶିଖର ଜୈବ ବିବିଧତା ଐତିହ୍ୟ ସ୍ଥଳୀ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ ୮୪ ପ୍ରକାର ଔଷଧୀୟ ବୃକ୍ଷ ରହିଛି। ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି। ଏହାର ଶୁଣାଣି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ଏନଜିଟି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ଏନଜିଟିର ଓକିଲ ଶଙ୍କର ପାଣି କହିଛନ୍ତି, ଦେଓମାଳି ଶିଖରରେ ସ୍ଥାୟୀ କଂକ୍ରିଟ ଚାଲିଛି। ଯାହା଼ ଦେଓମାଳି ଶିଖରରେ ଜୈବ ବିବିଧତା ନଷ୍ଟ କରିବ। ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ଏପରି ସ୍ଥାୟୀ କଂକ୍ରିଟ କରାଯାଉଛି। ଏହାକୁ ଆମେ ବିରୋଧ କରୁଛି।

Advertisment
Koraput Deomali Hilltop
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe