Advertisment

ମହିଳା କର୍ପୋରେଟରଙ୍କୁ ପିଟିଲେ ଠିକାଦାର

୩୭ ଓ ୩୮ ନମ୍ବର ୱାର୍ଡର ସୀମା ନିର୍ଦ୍ଧାରଣ ବେଳେ ଠିକାଦାର ଜଣଙ୍କ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Corporator Banita Sahu

Corporator Banita Sahu

ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡର ବିଜେପି ମହିଳା କର୍ପୋରେଟର ବନିତା ସାହୁଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ମେୟର ଓ କମିଶନରଙ୍କ ଉପସ୍ଥିତିରେ ଠିକାଦାର ଜଣଙ୍କ ତାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ୩୭ ଓ ୩୮ ନମ୍ବର ୱାର୍ଡର ସୀମା ନିର୍ଦ୍ଧାରଣ ବେଳେ ଠିକାଦାର ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଳେ।

Advertisment

କର୍ପୋରେଟର ବନିତା ସାହୁ କହିଛନ୍ତି, ନିକଟରେ କାଉନସିଲ ବୈଠକରେ ମୋ ୱାର୍ଡର ସୀମା ନିର୍ଦ୍ଧାରଣକୁ ନେଇ ଯେଉଁ ବିବାଦ ଥିଲା, ତା’ର ସମାଧାନ କରିବାକୁ ମୁଁ କହିଥିଲି। ମଙ୍ଗଳବାର (ଆଜି) ସୀମା ନିର୍ଦ୍ଧାରଣ ହେବ ବୋଲି ମୋତେ କୁହାଯାଇଥିଲା। ସେହି ଅନୁସାରେ ଆଜି ମେୟର ଓ କମିଶନର ପ୍ରମୁଖ ଆସିଥିଲେ। ସୀମା ନିର୍ଦ୍ଧାରଣ ନେଇ ଆମେ ସମସ୍ତେ କଥାବାର୍ତ୍ତା ହେଉଥିବା ବେଳେ ଠିକାଦାର ଜଣଙ୍କ ଆସି ମୋତେ ଆକ୍ରମଣ କରିଥିଲେ।

ସେ କହିଛନ୍ତି, ଉକ୍ତ ଠିକାଦାର ଏକ ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ସେହି ଜାଗା ୩୭ ନମ୍ବର ୱାର୍ଡରେ ରହିବ ବୋଲି ନିର୍ଦ୍ଧାରଣ ହେବା ପରେ ସେ ମୋତେ ଆକ୍ରମଣ କରିଥିଲେ। ବିଜେଡିରୁ ସାହାସ ପାଇ ଠିକାଦାର ଜଣଙ୍କ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ଏହି ଘଟଣା ନେଇ କର୍ପୋରେଟର ବନିତା ସାହୁ ଥାନାରେ ଅଭିଯୋଗ କରିବା ସହିତ ଏସ୍‌ପିଙ୍କୁ ଜଣାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ମେୟର କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ମହିଳା କର୍ପୋରେଟରଙ୍କୁ ଆକ୍ରମଣ କରିଥିବେ, ତା’ହେଲେ ତାହା ନିନ୍ଦନୀୟ।