Advertisment

ଶିକ୍ଷକଙ୍କଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଇ ବିଇଓ ଅଫିସର ଠିକା କର୍ମଚାରୀ ଗିରଫ

ଅଜୟ ଖୁଣ୍ଟିଆଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।

Ajay Khuntia

Ajay Khuntia

Advertisment

ଜଣେ ଶିକ୍ଷକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଫିସ୍‌ର ଆକାଉଣ୍ଟାଣ୍ଟ ତଥା ସପୋର୍ଟି ଷ୍ଟାଫ (ଠିକା) ଅଜୟ ଖୁଣ୍ଟିଆ।

Advertisment

କିଛି ଶିକ୍ଷକଙ୍କ ଏନ୍‌ପିସି (ନ୍ୟାସ୍‌ନାଲ ପେନ୍‌ସନ୍ ସ୍କିମ୍‌) କାମର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଓ ବକେୟା ପଡ଼ିଥିବା ଡିଏ ପ୍ରଦାନ କରିବା ପାଇଁ ଅଜୟ ଖୁଣ୍ଟିଆ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଣେ ସହକାରୀ ଶିକ୍ଷକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଉ ଆଜି ଉକ୍ତ ସହକାରୀ ଶିକ୍ଷକଙ୍କଠାରୁ ଅଜୟ ଖୁଣ୍ଟିଆ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଅଜୟଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି ଭିଜିଲାନ୍ସ।

ଅଜୟଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।

Advertisment
Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe