Murder
ଦୁଇ ଥାନା ମଧ୍ୟରେ ବିବାଦ ଯୋଗୁଁ ପଡ଼ି ରହିଛି ମୃତଦେହ। ହେଇପାରୁନି ବ୍ୟବଚ୍ଛେଦ। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏମିତି କିଛି ଘଟଣା।
ଆଜି ସକାଳୁ ପୁନାମା ଗେଟ୍ ପାଖ ରେଳ ଲାଇନରୁ ସ୍ୱରାଜ ବେହେରା ନାମକ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ସ୍ୱରାଜଙ୍କ ଶରୀରରେ ଖଣ୍ଡା ଚୋଟ ଥିବାରୁ ଏହା ହତ୍ୟା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି। ହେଲେ ମାମଲାର ତଦନ୍ତ ଏବେ ଯାଏଁ ଆରମ୍ଭ ହୋଇପାରିନି।
ଜିଆରପି ଓ ଏୟାରପୋର୍ଟ ଥାନା ମଧ୍ୟରେ ଟଣାଓଟରାକୁ ନେଇ ମୃତଦେହ ବ୍ୟବଚ୍ଛେଦ ହୋଇପାରିନି। ରେଳ ଧାରଣାରୁ ମୃତଦେହ ମିଳିଥିବା ଯୋଗୁଁ ଏହାର ତଦନ୍ତ ଜିଆରପି କରିବା କଥା କହି ନିଜ ଆଡ଼ୁ ଦୋଷ ଛଡ଼ାଇ ଦେଇଛି ଏୟାରପୋର୍ଟ ଥାନା ପୁଲିସ୍।
ଅପରପକ୍ଷେ ଏହା ଏକ ହତ୍ୟା ମାମଲା । ତେଣୁ ଏୟାରପୋର୍ଟ ଥାନା ପୁଲିସ୍ ତଦନ୍ତ କରିବ କହି ଦୋଷ ଖସାଇ ଦେଇଛି ଜିଆରପି ଥାନା। ଜିଆରପି ଥାନା ପୁଲିସ୍ ଅଭିଯୋଗ ରଖିବାକୁ ନାରାଜ ।
ପରିବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ତଥା ମାମଲା ରୁଜୁ କରିବାକୁ ଜିଆରପି ନାରାଜ । ତେଣୁ ପୁଅ ମୃତଦେହ କ୍ୟାପିଟାଲ ହସ୍ପିଟାଲ ମୃତଦେହ ଉଚ୍ଛେଦ ନ ହୋଇପାରି କ୍ୟାପିଟାଲ୍ ହସ୍ପିଟାଲରେ ପଡ଼ି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Murder_1735802737.jpg)