Advertisment

ଆଇସିୟୁରେ ରଖି କରାଯାଉଥିଲା ଚିକିତ୍ସା, ଡାକ୍ତରଖାନା ଛାତରୁ ପଡ଼ି ଚାଲିଗଲା ଜୀବନ

କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଆଇସିୟୁରୁ ଜଣେ ରୋଗୀ ବାହାରକୁ ଆସିଲେ କେମିତି ?

Manoj Dunga

Manoj Dunga

Advertisment

ପୁଣି ବିବାଦ ଘେରରେ ରାଉରକେଲା ସ୍ଥିତ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ। ଏଠାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଗତକାଲି ହସ୍‌ପିଟାଲ ଛାତରୁ ପଡ଼ି ପ୍ରାଣ ହରାଇବା ପରେ ଦେଖା ଦେଇଛି ବିବାଦ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ତେବେ ଏନେଇ ହସ୍‌ପିଟାଲ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେବା ପରେ ବଢ଼ୁଛି ସନ୍ଦେହ।

Advertisment

ମୃତକଙ୍କ ନାଁ ମନୋଜ ଡୁଙ୍ଗ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଅଞ୍ଚଳରେ। ସେ ଯକୃତ (ଲିଭର) ରୋଗରେ ପୀଡ଼ିତ ଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଶୁକ୍ରବାର ତାଙ୍କୁ ରାଉରକେଲା ସ୍ଥିତ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା ଓ ଆଜି ତାଙ୍କୁ ଡିସ୍‌ଚାର୍ଜ କରାଯାଇଥା’ନ୍ତା। କିନ୍ତୁ ଗତକାଲି ରାତିରେ ମନୋଜ ଡାକ୍ତରଖାନାର ଦୁଇ ମହଲା ଛାତରୁ ତଳକୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। 

ଏଠାରେ ପ୍ରଶ୍ନ ଉଠୁଛି, କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଆଇସିୟୁରୁ ଜଣେ ରୋଗୀ ବାହାରକୁ ଆସିଲେ କେମିତି ? ମନୋଜଙ୍କ ପରିବାର ଲୋକେ ମଧ୍ୟ ଏହି ପ୍ରଶ୍ନ କରିଛନ୍ତି। ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ମନୋଜ ସୁସ୍ଥ ହୋଇସାରିଥିଲେଣି। ସେ ଛାତରୁ ଡେଇଁ ନାହାନ୍ତି। ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଛି।

Advertisment

ଆଜି ମନୋଜଙ୍କ ପରିବାର ଲୋକେ ହସ୍‌ପିଟାଲ ସମ୍ମୁଖରେ ଧାରଣା ଦେବା ସହିତ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହିତ ଉଚିତ୍ କ୍ଷତି ପୂରଣ ଦାବି କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe