Advertisment

କମିଶନରେଟ ପୁଲିସ୍‌ କଲା କନଭଏ ପାଟ୍ରୋଲିଂ, ଅପରାଧିଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବ

ଗତ ରାତିରେ ରାଜଧାନୀ ରାଜରାସ୍ତାରେ କନଭଏ ପାଟ୍ରୋଲିଂ କରିଥିଲା କମିଶନରେଟ ପୁଲିସ୍‌। ପୁଲିସ କମିଶନରଙ୍କ ସହ ଅତିରିକ୍ତ କମିଶନର, ଡିସିପି, ସମସ୍ତ ଏସିପି ଓ ଥାନା ଅଧିକାରୀ ବି ଏଥିରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ ସହ ଚାଲିଥିଲା କଡ଼ାକଡ଼ି ଯାଞ୍ଚ ।

Police Patroling

Police Patroling

Advertisment

‘ଆଉ ଅପରାଧିଙ୍କ ଚରାଭୂଇଁ ପାଲଟିବନି ରାତିର ରାଜଧାନୀ। ଏଠାରେ ଅପରାଧିଙ୍କ ପାଇଁ କୌଣସି ସ୍ଥାନ ନାହିଁ। ସେମାନେ ଏଠାରେ ଘଟାଇ ପାରିବେନି କୌଣସି ଅପରାଧ । କାରଣ ଏପରି କିଛି କାଣ୍ଡ ଘଟାଇଲେ ଗୋଡ଼ାଇ ଗୋଡ଼ାଇ ବାନ୍ଧିବ ପୁଲିସ୍‌। କାହାକୁ ବି ଛାଡ଼ିବନି।’ ଅପରାଧିଙ୍କୁ ଏପରି ଭାବେ କଡ଼ା ଚେତାବନୀ ଦେଇଛନ୍ତି ପୁଲିସ୍‌ କମିଶନର ସୁରେଶ ଦେବଦତ୍ତ ସିଂହ ।

Advertisment

ଗତ ରାତିରେ ରାଜଧାନୀ ରାଜରାସ୍ତାରେ କନଭଏ ପାଟ୍ରୋଲିଂ କରିଥିଲା କମିଶନରେଟ ପୁଲିସ୍‌। ପୁଲିସ କମିଶନରଙ୍କ ସହ ଅତିରିକ୍ତ କମିଶନର, ଡିସିପି, ସମସ୍ତ ଏସିପି ଓ ଥାନା ଅଧିକାରୀ ବି ଏଥିରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ ସହ ଚାଲିଥିଲା କଡ଼ାକଡ଼ି ଯାଞ୍ଚ ।

ପୂର୍ବରୁ କମିଶନରେଟ ପୁଲିସ୍‌ର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ, ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ତଥା ଖାଲି ଚେକିଂ ଚାଲୁଥିବା ବେଳେ ଏବେ ଆରମ୍ଭ ହୋଇଛି କନଭଏ ପାଟ୍ରୋଲିଂ । ବିଭିନ୍ନ ଥାନା ସହ ସଂଯୋଗ ରଖି ସଙ୍ଗଠିତ ଭାବେ ଆରମ୍ଭ ହୋଇଛି ଏହି ବଡ଼ ଧରଣର ଚେକିଂ। ଏହାଦ୍ୱାରା ରାଜଧାନୀକୁ ଅପରାଧମୁକ୍ତ କରିହେବ ବୋଲି କହିଛି କମିଶନରେଟ ପୁଲିସ୍‌।

Advertisment

ଏନେଇ ପୁଲିସ୍‌ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ୍ ସବୁବେଳେ ସଜାଗ ରହିଛି। ୟୁନିଫର୍ମ ହେଉ ବା ବିନା ୟୁନିଫର୍ମରେ ପୁଲିସ୍ ପାଟ୍ରୋଲିଂ କରୁଛି। ବେଳେ ବେଳେ ବିଭିନ୍ନ ଥାନା ସହ ସଂଯୋଗ ରଖାଯାଇ ଏପରି ବଡ଼ ଧରଣର ବ୍ଲକିଂ ଓ ଚେକିଂ କରାଯାଉଛି। ଆଗକୁ ନିୟମିତ ବ୍ୟବଧାନରେ ଏପରି କରାଯିବ ।

ଏଥିସହ ରାଜଧାନୀରେ ଅପରାଧକୁ ପ୍ରଶୟ ଦିଆଯିବନି। କି କୌଣସି ଅପରାଧିଙ୍କୁ ହାଲକା ଭାବେ ନିଆଯିବନି। ଯେକୌଣସି ଅପରାଧ କଲେ ଗୋଡ଼ାଇ ଗୋଡ଼ାଇ ବାନ୍ଧିବୁ ବୋଲି କହିଛନ୍ତି ପୁଲିସ୍‌ କମିଶନର।

ଏଥିସହ ଡିସିପି ପିନାକ ମିଶ୍ର କହିଛନ୍ତି ରାଜଧାନୀରେ ସୁସ୍ଥ ଓ ସୁରକ୍ଷିତ ବାତାବରଣ ପାଇଁ ଆମେ ଏପରି ପଦକ୍ଷେପ ନେଉଛୁ। ରୀତିମତ ଭାବେ ଏପରି କନଭଏ ପାଟ୍ରୋଲିଂ କରାଯିବ । ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ, ବିଶୃଙ୍ଖଳାକୁ ବନ୍ଦ କରିବା ତଥା ରାଜଧାନୀବାସୀଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇ ଦେବାକୁ ପୁଲିସ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା। ଅପରାଧିଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଯିବ । ଏବେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବୁ ବୋଲି କହିଛନ୍ତି ଡିସିପି।

Bhubaneswar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe