Advertisment

କୁଜଙ୍ଗ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ

୨୦୧୯ ମସିହାରେ ଏହି ଘଟଣାଟି ଘଟିଥିଲା।

Court

Court

Advertisment

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ୨୦୧୯ ମସିହାରେ ଘଟିଥିବା ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ମାନସ ସାମଲକୁ ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଏଥି ସହିତ ପୀଡ଼ିତାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମାନସ ସାମଲ ୨୦୧୯ ମସିହା ଏପ୍ରିଲ ମାସରେ ପୀଡ଼ିତାଙ୍କୁ ଅପହରଣ କରି ପଣ୍ଡିଚେରୀ ନେଇ ଯାଇଥିଲା ଏବଂ ସେଠାରେ ଏକ ଭଡ଼ା ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପିତା କୁଜଙ୍ଗ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତକୁ ସେହିବର୍ଷ ଡିସେମ୍ବର ୬ ତାରିଖରେ କଟକ ରେଳ ଷ୍ଟେସନ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Minor Raped Pocso
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe