Advertisment

ଭୁବନେଶ୍ୱରରେ ରୋଷେୟା ବୁଲାଇଲେ କଳାକନା, ସିସିଟିଭିରେ ପୂରା କାରନାମା କଏଦ

ସେ ଯାହା ଘରେ କାମ କରୁଥିଲେ, ତାଙ୍କ ଘରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଅଦ୍ୟତନ ହୋଇଛି
CCTV

CCTV

Advertisment

ବେଶ୍ କିଛି ଦିନ ହୋଇଗଲାଣି ରାଜଧାନୀ ଭୁବନେଶ୍ୱରରେ ଘରୁ ଚୋରି, ଡକାୟତି ଓ ଲୁଟ୍ ଭଳି ଘଟଣା ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଚିନ୍ତିତ କରିଛି। ଏପରି ସମୟରେ ଏକ ସିସିଟିଭିରେ କଏଦ ହୋଇଥିବା ଚୋରିର ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେବ। କାରଣ ଏହି ସିସିଟିଭିରେ କଏଦ ହୋଇଥିବା ଚୋର ଜଣେ ରୋଷେୟା। ସେ ଯାହା ଘରେ କାମ କରୁଥିଲେ, ତାଙ୍କ ଘରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ଘଟଣା ଘଟିଛି ଭୁବନେଶ୍ଵରର ଝାରପଡ଼ାର ଜଗନ୍ନାଥ ନଗରରେ ରହୁଥିବା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ। ତାଙ୍କ ଘରେ ମାମି ପାତ୍ର ନାମକ ଜଣେ ମହିଳା ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସେ ଗତ ଫେବ୍ରୁଆରୀ ମାସରୁ ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ କାମ କରି ଆସୁଥିଲେ। ସେ ମାସକୁ ୪୦୦୦ ହଜାର ଟଙ୍କା ନେଉଥିଲେ।

ବିଭୁ ପ୍ରସାଦ ମହାପାତ୍ରଙ୍କର ଘର କାମ ଚାଲିଛି। ତେଣୁ ସେ ଘରେ ସବୁବେଳେ ନଗଦ ଟଙ୍କା ରଖୁଛନ୍ତି। ରୋଷେୟା ମାମି ପାତ୍ର ଏ କଥା ଭଲ ଭାବେ ଜାଣିଥିଲେ। ତେଣୁ ସମୟ ଓ ସୁଯୋଗ ଦେଖି ସେ ବେଡ୍‌ ରୁମ୍‌ର ଆଲମିରାରୁ ଟଙ୍କା ନେଉଥିଲେ। ସେ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଥିବା ବେଳେ ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ଏହି ଘଟଣାକୁ ନେଇ ବିଭୁ ପ୍ରସାଦ ମହାପାତ୍ରଙ୍କ ଘର ଲୋକେ ଲକ୍ଷ୍ମୀସାଗର ଥାନାରେ ରୋଷେୟା ମାମା ପାତ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe