Advertisment

ବିଚ୍‌ ରାସ୍ତାରେ ଏସ୍‌ଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଏସ୍‌ଆଇ ରାମ ଅବତାରଙ୍କୁ ରାସ୍ତାରେ ପକାଇ ଲୋକମାନେ ବିଧା ଗୋଇଠା ଠାରୁ ଆରମ୍ଭ କରି ଚାପୁଡ଼ା ମାରିବାରେ ଲାଗିଛନ୍ତି।

UP

UP

Advertisment

ଡ୍ୟୁଟି କରିବା ସମୟରେ  ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ପୁଲିସ୍‌ ସବ ଇନସପେକ୍ଟର। ଉତ୍ତର ପ୍ରଦେଶର ମାହୋବାରେ ସେ ଲୋକଙ୍କ ଦ୍ୱାରା ଅବରୋଧ ହୋଇଥିବା ରାସ୍ତାକୁ କ୍ଲିୟର କରିବାକୁ ଯାଇଥିବା ବେଳେ ପ୍ରବଳ ମାଡ଼ ଖାଇଛନ୍ତି। ଲୋକମାନେ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। କ୍ୟାମେରାରେ ପୂରା ଘଟଣା ମଧ୍ୟ କଏଦ ହୋଇଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଏସ୍‌ଆଇ ରାମ ଅବତାରଙ୍କୁ ରାସ୍ତାରେ ପକାଇ ଲୋକମାନେ ବିଧା ଗୋଇଠା ଠାରୁ ଆରମ୍ଭ କରି ଚାପୁଡ଼ା ମାରିବାରେ ଲାଗିଛନ୍ତି। ପୂରା ଘଟଣା ମାହୋବାର ପାନୱାରୀ ଅଞ୍ଚଳରେ ଘଟିଛି। ଏଠାରେ ଜଣେ ୧୩ ବର୍ଷୀୟ ପିଲା ସାଇକେଲରେ ଘରକୁ ଯାଉଥିଲା। କିନ୍ତୁ ବସ୍‌ ଧକ୍କାରେ ତା’ର ମୃତ୍ୟୁ ଘଟିଥିଲା।

ଘଟଣା ପରେ ମୃତଦେହକୁ ରାସ୍ତାରେ ରଖି ପିଲାଟିର ପରିବାର ବର୍ଗଙ୍କ ସହ ଶତାଧିକ ଲୋକ ରାସ୍ତା ଅବରୋଧ କରିଥିଲେ। ବସ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦେବାକୁ ସେମାନେ କହିଥିଲେ। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା।

Advertisment

ଖବର ପାଇ ରାସ୍ତା କ୍ଲିୟର କରିବାକୁ ଏସଆଇ ରାମ ଅବତାର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେମାନେ ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକ ସେମାନଙ୍କୁ କାଠଫାଳିଆରେ ଆକ୍ରମଣ କରି ଦେଇଥିଲେ।

ଏହା ଦେଖି ରାମ ଅବତାରଙ୍କ ସହ ଥିବା ୩ ଜଣିଆ ଟିମ ସେଠାରୁ ଚମ୍ପଟ ମାରିଥିଲେ। କିନ୍ତୁ ରାମ ଅବତାର ଏକାକୀ ଅଟକି ଯାଇଥିଲେ। ସେ ଦୌଡ଼ି ଚାଲି ଯିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ଲୋକମାନେ ଗୋଡ଼ାଇ ଗୋଡ଼ାଇ ବିଧା ଗୋଇଠା ମାରି ଚାଲିଥିଲେ।

କିଛି ସମୟ ପରେ ଏସଡିଏମ ଓ ଡିଏସପି ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଲୋକଙ୍କ କବଳରୁ ରାମ ଅବତାରଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେହିପରି ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ବେଶ କିଛି ସମୟରେ ଆଲୋଚନା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ।

ଘଟଣା ସମ୍ପର୍କରେ ଏସ୍‌ପି ଅପର୍ଣ୍ଣା ଗୁପ୍ତା କହିଛନ୍ତି ଯେ ଏସ୍‌ଆଇଙ୍କୁ ଆକ୍ରମଣ ଘଟଣାରେ ଅଜଣା ଲୋକଙ୍କ ବିରୋଧରେ ମାମଲା ହୋଇଛି। ଆକ୍ରମଣରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Uttar Pradesh Crime Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe