Advertisment

ପୁଲିସ କର୍ମୀଙ୍କ ଦାଦାଗିରି; ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଲେ

କାରରେ ତେଲ ପକାଇବା ପରେ ଟଙ୍କା ମାଗିବାରୁ ଦବଙ୍ଗଗିରି ଦେଖାଇଛନ୍ତି ପୁଲିସ କର୍ମୀ।

author-image
Debibandita Barick
ଅଦ୍ୟତନ ହୋଇଛି
Car

Car

ଆଇନର ପାଠ ପଢ଼ିଥିବା ଜଣେ ପୁଲିସ କର୍ମୀଙ୍କ ବେଆଇନ କାର୍ଯ୍ୟ। କାରରେ ତେଲ ପକାଇବା ପରେ ଟଙ୍କା ତ ଦେଲେନି, ପୁଣି ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କେବଳ ଧକ୍କା ଦେଇନାହାନ୍ତି, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧକ୍କା ଦେଇ କାର୍ ବୋନେଟରେ କିଛି ବାଟ ଘୋଷାଡ଼ି ନେବାର ଭିଡ଼ିଓ ଭାଇରାଲ୍ ହେଉଛି।

Advertisment

ଏହି ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନଆଯାଇଛି। ତାଙ୍କୁ ଗିରଫ କରାଯିବା ସହ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କନ୍ନୁର ନଗର ପୁଲିସ କମିଶନର ଅଜିତ କୁମାର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କେ ସନ୍ତୋଶ କୁମାର ନାମକ ଜଣେ ପୁଲିସ କର୍ମୀ ରବିବାର ସନ୍ଧ୍ୟାରେ କେରଳର କନ୍ନୁରର ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ। ଏହା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଅନୀଲ ତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେ ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Advertisment

ଯୁକ୍ତିତର୍କ ଚାଲିଥିବା ବେଳେ କାର୍ ନେଇ ପଳାଇ ଯାଉଥିଲେ ସନ୍ତୋଷ କୁମାର। ଫଳରେ ଅନୀଲ କାର୍ ସାମ୍ନାକୁ ଯାଇ ତାଙ୍କୁ ଅଟକାଇଥିଲେ। ଏହି ସମୟରେ ସନ୍ତୋଶ କୁମାର ତାଙ୍କୁ ଧକ୍କା ଦେଇ କାର୍ ବୋନେଟ୍ ପକାଇ କିଛି ବାଟ ଘୋଷାଡ଼ି ନେଇଥିଲେ। ରାସ୍ତାର ଦୁଇ ପାଖରେ ଗାଡ଼ି ମୋଟର ଯା'ଆସ କରୁଥିବା ସମୟରେ ଅନୀଲଙ୍କୁ ଗୋଟେ କିଲୋମିଟର ଘୋଷାଡ଼ି ନେଇଥିଲେ ସନ୍ତୋଶ କୁମାର।

ଏହି ସମୟର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଘଟଣାର ତଦନ୍ତ କରି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେପଟେ ଅନୀଲଙ୍କ ହାତରେ ଆଘାତ ଲାଗିଥିବା ବେଳେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। 

Kerala Petrol Pump Kerala Police