Kashmir
ପୁଣିଥରେ ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଆରମ୍ଭ ହୋଇଯାଇଛି। ଆଜି ଜମ୍ମୁ-କଶ୍ମୀରର ତଙ୍ଗମାର୍ଗ ଠାରେ ଜଣେ ହେଡ କନଷ୍ଟେବଲଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଗତ ୩ ଦିନ ମଧ୍ୟରେ ଏହା ତୃତୀୟ ଘଟଣା।
ଆଜି ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କନଷ୍ଟେବଲ ଜଣଙ୍କ ହେଲେ ଗୁଲାମ ମହମ୍ମଦ ଦର। ସେ ଜମ୍ମୁ-କଶ୍ମୀର ପୁଲିସ ପାଇଁ କାମ କରୁଥିଲେ। ଗୁଳି ମାଡ଼ରେ ସେ ପ୍ରଥମେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ୍ କହିଛି ଯେ ୱାଇଲୋ କ୍ରଲପୋରା ଠାରେ ଥିବା ନିଜ ବାସଭବନରେ ଗୁଲାମ ରହିଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ଆତଙ୍କବାଦୀ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କୁ ଏକାଧିକ ରାଉଣ୍ତ ଗୁଳି କରିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ତଙ୍ଗମାର୍ଗରେ ଥିବା ଏସ୍ଡି ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଲାମ ଜମ୍ମୁ-କଶ୍ମୀର ପୁଲିସ୍ର ପିସିଆର ବିଭାଗରେ କାର୍ଯ୍ୟ କରୁଥିଲେ।
ଆଜିର ଘଟଣାକୁ ମିଶାଇ ଉପତ୍ୟକାରେ ୩ ଦିନରେ ଏପରି ୩ଟି କାଣ୍ତ ଘଟିଛି। ସୋମବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାଣ ହରାଇଥିବା ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶରେ। ସେ ଦୀର୍ଘ ବର୍ଷ ହେଲା ପୁଲୱାମାରେ କାମ କରୁଥିଲେ।
ସେହିପରି ରବିବାର ଶ୍ରୀନଗରର ଇଦଘା ପଡ଼ିଆରେ କ୍ରିକେଟ ଖେଳୁଥିବା ଜଣେ ପୁଲିସ୍ ଇନସପେକ୍ଟରଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kashmir_1698766993.jpg)