Advertisment

ନାବାଳିକା ଦୁଷ୍କର୍ମ ପୀଡ଼ିତା ଘରଘର ବୁଲିବା ଘଟଣା: ପୁଲିସ୍‌ ଦେଲା ଓଲଟା ତଥ୍ୟ

ଦୁଷ୍କର୍ମ ପୀଡ଼ିତା ନାବାଳିକା ଜଣଙ୍କ ଘରକୁ ଘର ବୁଲି ସାହାଯ୍ୟ ପାଇଁ ଅନୁରୋଧ କରୁଥିବା ବେଳେ କେମିତି ଜଣେ ଲୋକ ସେଠାରୁ ତାଙ୍କୁ ତଡ଼ି ଦେଇଥିଲେ, ତା’ର ଭିଡିଓ ବି ସାମ୍ନାକୁ ଆସିଛି।

author-image
Hemant Lenka
MP

MP

ମଧ୍ୟପ୍ରଦେଶର ଉଜ୍ଜୟୀନରେ ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘର ଘର ବୁଲି ସହଯୋଗ ମାଗିବା ଓ ତାଙ୍କୁ ଲୋକମାନେ ସାହାଯ୍ୟ ନ କରି ସ୍ଥାନୀୟ ଅଞ୍ଚଳକୁ ତଡ଼ି ଦେବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।

Advertisment

ଦୁଷ୍କର୍ମ ପୀଡ଼ିତା ନାବାଳିକା ଜଣଙ୍କ ଘରକୁ ଘର ବୁଲି ସାହାଯ୍ୟ ପାଇଁ ଅନୁରୋଧ କରୁଥିବା ବେଳେ କେମିତି ଜଣେ ଲୋକ ସେଠାରୁ ତାଙ୍କୁ ତଡ଼ି ଦେଇଥିଲେ, ତା’ର ଭିଡିଓ ବି ସାମ୍ନାକୁ ଆସିଛି।

କିନ୍ତୁ ଉଜ୍ଜ୍ରୟୀନ ପୁଲିସ୍‌ ମୁଖ୍ୟ ସଚିନ ଶର୍ମା ଓଲଟା କହିଛନ୍ତି। ସେ କହିଛନ୍ତି ଯେ ପୀଡ଼ିତାଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକ ଆର୍ଥିକ ସହାୟତା କରିଥିଲେ। ତାଙ୍କୁ ଲୋକମାନେ ୧୨୦ ଟଙ୍କା ଦେଇଥିଲେ।

Advertisment

ନାବାଳିକାଙ୍କୁ ଦେଖି ଅନେକ ଲୋକ ଅନେକ କଥା ଭାବିଥିଲେ। କିନ୍ତୁ ନାବାଳିକା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ଯେଉଁ ଅଞ୍ଚଳ ଦେଇ ଚାଲିଚାଲି ଆସିଥିଲେ, ସେଠାକାର ଲୋକ ତାଙ୍କୁ ସାହାଯ୍ୟ କରିଥିଲେ। କିଛି ଲୋକ ତାଙ୍କୁ ୫୦ ଟଙ୍କା ଦେଇଥିବା ବେଳେ ଆଉ କିଛି ୧୦୦ ଟଙ୍କା ପ୍ରଦାନ କରିଥିଲେ।

ପୀଡ଼ିତା ଜଣଙ୍କ ଚାଲିଚାଲି ଟୋଲ ବୁଥ କ୍ରସ କରିଥିଲେ। ସେଠାକାର କର୍ମଚାରୀମାନେ ତାଙ୍କୁ କିଛି ଟଙ୍କା ଓ କପଡ଼ା ମଧ୍ୟ ଦେଇଥିଲେ। ପ୍ରାୟ ୭ରୁ ୮ ଜଣ ତାଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିଥିଲେ। ଲୋକମାନେ ସାମାନ୍ୟ ସଙ୍କୋଚ କରୁଥିଲେ। କିନ୍ତୁ ସେମାନେ ପୀଡ଼ିତାଙ୍କୁ ଆର୍ଥିକ ସ୍ତରରେ ଯେତେ ସମ୍ଭବ ସେତେ ସହଯୋଗ କରିବାକୁ ଚେଷ୍ଟା କରିଥିଲେ। ପୀଡ଼ିତାଙ୍କ ପାଖରୁ ୧୨୦ ଟଙ୍କାର କ୍ୟାଶ ମିଳିଛି ବୋଲି ଏସ୍‌ପି କହିଛନ୍ତି ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ସମ୍ପର୍କରେ ଆଉ କିଛି ତଥ୍ୟ ମିଳିଛି। ସେ ୮ମ ଶ୍ରେଣୀରେ ପଢ଼ୁଥିବା ବେଳେ ସେପ୍ଟେମ୍ବର ୨୪ରୁ ନିଖୋଜ ଥିଲେ। ବୁଧବାର ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ ୧୫ ବର୍ଷୀୟ ଦୁଷ୍କର୍ମ ପୀଡ଼ିତା ଜଣଙ୍କ ସାହାଯ୍ୟ ପାଇଁ ଘରକୁ ଘର ବୁଲୁଛନ୍ତି। ତାଙ୍କ ଶରୀରରୁ ରକ୍ତସ୍ରାବ ହେବା ସହ ଦେହରେ କପଡା ମଧ୍ୟ ନଥିଲା। ହେଲେ ତାଙ୍କର ଏପରି ଅବସ୍ଥା ସତ୍ତ୍ୱେ ତାଙ୍କୁ କେହି ବି ସାହାଯ୍ୟ କରିନଥିଲେ।

ଶେଷରେ ଏକ ଆଶ୍ରମରେ ନାବାଳିକା ପହଞ୍ଚିବା ପରେ ଜଣେ ସାଧୁ ତାଙ୍କ ଉପରେ ଚାଦର ଘୋଡାଇ ଦେଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ନାବାଳିକା ଜଣକ ସାମାନ୍ୟ ମାନସିକ ବିକାରଗ୍ରସ୍ତ। ଗତକାଲି କିଛି ଜଣଙ୍କୁ ପୁଲିସ ଅଟକ ରଖିଥିଲା। ଆଜି ମାମଲାରେ ସମ୍ପୃକ୍ତ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିଛି।

Madhya Pradesh Stop Rape