Advertisment

ପୁଲିସ୍‌ ବାବୁଙ୍କୁ ଗୁଳି କରି ହତ୍ୟା, ଆରମ୍ଭ ହେଲା ରାଜନୀତିକ ବୟାନବାଜୀ

ଆଜି ସକାଳୁ ପୁଲିସ୍‌ ରାସ୍ତା କଡ଼ରୁ ତାଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌ ଗୋଟିଏ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Punjab

Punjab

Advertisment

ପଞ୍ଜାବର ଅମୃତସରରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଜି ସକାଳୁ ତାଙ୍କ ମୃତଦେହ ମିଳିଛି। ଆସିସଷ୍ଟାଣ୍ଟ ସବ ଇନସପେକ୍ଟର ସରୂପ ସିଂହ ସହରର ନୱାଦ ପିଣ୍ଡ ପୁଲିସ୍‌ ଷ୍ଟେସନରେ କାମ କରନ୍ତି। ଗୁରୁବାର ରାତି ୯ଟି ବେଳେ ସରୂପ ନିଜ ଘରୁ ପୁଲିସ୍‌ ଷ୍ଟେସନକୁ ବାହାରିଥିଲେ। କିନ୍ତୁ ୩୦ ମିନିଟ ପରେ ତାଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା। ଫୋନ ଅଫ ହେବା ପୂର୍ବରୁ ଏଏସ୍‌ଆଇ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ।

Advertisment

କୁହାଯାଉଛି ଯେ ସରୂପ ସିଂହ ଡ୍ୟୁଟିରେ ଯୋଗଦେବାକୁ ଯାଉଥିବା ବେଳେ ବାଇକ ଯୋଗେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଏହାପରେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ଆଜି ସକାଳୁ ପୁଲିସ୍‌ ରାସ୍ତା କଡ଼ରୁ ତାଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌ ଗୋଟିଏ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ତେବେ ସରୂପଙ୍କ ହତ୍ୟା ପଛରେ ରାଜନୀତିକ ଆକ୍ରୋଶ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କ୍ଷମତାସୀନ ଆପ୍ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। କିନ୍ତୁ ପଞ୍ଜାବ ପୁଲିସ ହତ୍ୟା ପଛରେ କୌଣସି ରାଜନୀତିକ ଦିଗ ନଥିବା କହିଛି।

ଅମୃତସର(ଗ୍ରାମୀଣ) ଡିଏସ୍‌ପି ସୁଚନ ସିଂହ କହିଛନ୍ତି, “ଘଟଣା ପଛରେ କୌଣସି ପ୍ରକାରର ରାଜନୀତିକ ଦିଗ ନାହିଁ। ଏହା ବ୍ୟକ୍ତିଗତ ତିକ୍ତତାର ପରିଣାମ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବାହାରି ଯାଇଛି।”

ଅନ୍ୟପକ୍ଷରେ ବିଜେପି ନେତା ମନଜିନ୍ଦର ସିଂହ ସିର୍ସା ପୁଲିସ୍‌ ବାବୁଙ୍କ ହତ୍ୟାକୁ ଅତ୍ୟନ୍ତ ଚିନ୍ତାଜନକ କହିବା ସହ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ପଞ୍ଜାବରେ ଏତେ ସଂଖ୍ୟକ ହତ୍ୟାକାଣ୍ଡ ଘଟିବା ଅତ୍ୟନ୍ତ ଚିନ୍ତାଜନକ। ଭଗବନ୍ତ ମାନ ଦୟା କରି ପଞ୍ଜାବରେ ଉତ୍ତମ ଶାସନ ପ୍ରଣୟନ କରନ୍ତୁ। ଆପଣ କେବଳ କେଜ୍ରିୱାଲଙ୍କ ଡ୍ରାଇଭର ଭୂମିକାରେ ରୁହନ୍ତୁ ନାହିଁ। କେଜ୍ରିୱାଲଙ୍କ ଏଜେଣ୍ଡା ପାଇଁ ପଞ୍ଜାବର ସ୍ୱାର୍ଥସହ ବୁଝାମଣା କରିବାକୁ ଲୋକମାନେ ଆପଣଙ୍କୁ ଭୋଟ ଦେଇ ନଥିଲେ।”

ଅକାଳୀ ଦଳ ନେତା ବିକ୍ରମ ସିଂହ ମାଜିଥିଆ କହିଛନ୍ତି, “ପଞ୍ଜାବର ସ୍ଥିତିକୁ ଦେଖନ୍ତୁ। ଏଏସ୍‌ଆଇ ସରୂପ ସିଂହ ନିଜ ଡ୍ୟୁଟି କରିବା ପାଇଁ ହାଇକୋର୍ଟ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀ ମାନ କ’ଣ କରୁଛନ୍ତି? ସେ ହିଁ ଏହି ହତ୍ୟାକାଣ୍ତ ପାଇଁ ଦାୟୀ। ଦିନ ଯାଉଛି ଓ ଦିନ ଆସୁଛି, ଲୁଟ ଏବେ ଦୈନିକ ଟ୍ୟାକ୍ସରେ ପରିଣତ ହୋଇଛି। ଏବେ ପଞ୍ଜାବର ରକ୍ଷାକାରୀ କେବଳ ଭଗବାନ।”

Police Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe