Advertisment

IAS ହେବାକୁ ଚାହୁଁଥିଲେ, ବନିଗଲେ ଅପରାଧୀ

ଜଣେ ଦମ୍ପତିଙ୍କୁ ବ୍ଲାକମେଲ କରି ଟଙ୍କା ପାଇବାକୁ ଯୋଜନା କରିଥିବା ବିନୟଙ୍କ ସବୁ ଆଶାରେ ପାଣି ପଡ଼ି ଯାଇଛି। ସେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି।

author-image
Hemant Lenka
IAS

IAS

ବିନୟ କୁମାର ସାହୁ ୬ ବର୍ଷ ତଳେ ଆଇଏଏସ୍‌ ହେବାକୁ ଜୋରଦାର ପରିଶ୍ରମ କରୁଥିଲେ। ହେଲେ ବିଫଳତା ତାଙ୍କ ଜୀବନର ମୋଡ ବଦଳାଇ ଦେଲା। ସେ ଅପରାଧର ଦୁନିଆରେ ନାଁ କରିବାକୁ ଚାହିଁଥିଲେ। କିନ୍ତୁ ଏଥିରେ ମଧ୍ୟ ସେ ସେତେଟା ସଫଳ ହୋଇନାହାନ୍ତି।

Advertisment

ଜଣେ ଦମ୍ପତିଙ୍କୁ ବ୍ଲାକମେଲ କରି ଟଙ୍କା ପାଇବାକୁ ଯୋଜନା କରିଥିବା ବିନୟଙ୍କ ସବୁ ଆଶାରେ ପାଣି ପଡ଼ି ଯାଇଛି। ସେ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି।

ପୁଲିସ୍‌ କହିଛି ଯେ ବିନୟଙ୍କ ଅଳସୁଆ ପଣ ଯୋଗୁ ସେ ଧରାପଡ଼ିଛନ୍ତି। ସେ ବାରମ୍ବାର ଗୋଟିଏ ଘରକୁ ଟାର୍ଗେଟ କରୁଥିବାରୁ ତାଙ୍କୁ ପୁଲିସ୍‌ ସହଜରେ ଧରିବାକୁ ସକ୍ଷମ ହୋଇଛି।

Advertisment

ଏହି ଅଳସୁଆ ଚୋରର କାରନାମା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଛତିଶଗଡ଼ର ଦୁର୍ଗରେ ରହୁଥିବା ଜଣେ ଦମ୍ପତି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଦମ୍ପତିଙ୍କ ଗୋଟିଏ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦ୍ୱାରା ସେମାନଙ୍କୁ ବ୍ଲାକମେଲ କରାଯାଉଥିବା ଅଭିଯୋଗ ହୋଇଥିଲା। ବ୍ଲାକମେଲ କରୁଥିବା ଯୁବକ ଜଣଙ୍କ ଅନଲାଇନରେ ଭିଡିଓ ଛାଡ଼ି ଦେବାର ଧମକ ଦେଇ ଦମ୍ପତିଙ୍କୁ ୧୦ ଲକ୍ଷ ଟଙ୍କା ମାଗୁଥିଲା।

ପୁଲିସ୍‌ ଅଭିଯୋଗ ପାଇବା ପରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାଇବର ୟୁନିଟ ସହ ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ଓ ତାଙ୍କୁ ଗିରଫ କରିଥିଲା।

ଜେରା ବେଳେ ୨୮ ବର୍ଷୀୟ ବିନୟ ସାହୁ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ସେ କହିଥିବା କଥା ଶୁଣି ପୁଲିସ ମଧ୍ୟ ଚକିତ ହୋଇଛି।

ବରିଷ୍ଠ ପୁଲିସ୍‌ ଅଧିକାରୀର ହେମ ପ୍ରକାଶ ନାୟକଙ୍କ କହିବା କଥା ବିନୟ ସାହୁ ୨୦୧୭-୧୮ରେ ଦିଲ୍ଲୀରେ ରହି ଆଇଏଏସ୍‌ ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ସେ ସର୍ବଭାରତୀୟ ପରୀକ୍ଷାରେ ଫେଲ ମାରିବାରୁ ନିଜ ଘର ଛତିଶଗଡ଼ର ଅହିୱାରାକୁ ଚାଲି ଆସିଥିଲେ।

ସେ ଏଠାରେ ରହି ଅପରାଧ ଘଟାଇବା ଆରମ୍ଭ କରିଥିଲେ। ସେ ପ୍ରଥମେ ମୋବାଇଲ ଚୋରିରୁ ନିଜର ଅପରାଧ ଆରମ୍ଭ କରିଥିଲେ। ତେବେ ତା’ର ଅପରାଧ ନେଟୱାର୍କ କେବଳ ଦୁର୍ଗର ଆଖପାଖ ଅଞ୍ଚଳରେ ସୀମିତ ରହିଥିଲା। ସେ ଏତେ ଅଳସୁଆ ଥିଲା ଯେ ଗୋଟିଏ ଘରକୁ ବାରମ୍ବାର ଚୋରି କରିବାକୁ ଟାର୍ଗେଟ କରୁଥିଲା।

ଗତ ସପ୍ତାହରେ ବିନୟ ଅଭିଯୋଗକାରୀ ଦମ୍ପତିଙ୍କ ଘରେ ପଶିଥିଲା। ଏଠାରେ ସେ ପୂର୍ବରୁ ୨ ଥର ଚୋରି କରିଥିବା ବେଳେ ଏଥର ତୃତୀୟ ଥର ପାଇଁ ଟାର୍ଗେଟ କରିଥିଲା।

ସେ ଚୋରି କରିବାକୁ ଏଣେତେଣେ ଦେଖୁଥିବା ବେଳେ ତା’ ନଜର ବେଡ ରୁମରେ ପଡ଼ିଥିଲା। ଏଠାରେ ରହୁଥିବା ଦମ୍ପତି ସେହି ସମୟରେ ରୋମାନ୍ସ କରୁଥିଲେ। ଏହା ଦେଖି ବିନୟ ସାହୁ ମୁଣ୍ଡରେ ବ୍ଲାକମେଲର ଭୂତ ପଶିଥିଲା। ସେ ନିଜ ମୋବାଇଲ ଫୋନରେ ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରିଥିଲା।

ଏହାପରେ ଉକ୍ତ ଭିଡିଓକୁ ଦମ୍ପତିଙ୍କ ପାଖକୁ ପଠାଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ସେମାନେ ଏଥିରେ ଡରି ଯାଇଥିଲେ। କିନ୍ତୁ ଟଙ୍କା ଦେବା ବଦଳରେ ସେମାନେ ସାହାସ ଦେଖାଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ କରି ବିନୟଙ୍କୁ ଗିରଫ କରିଛି।

Chhattisgarh Crime Ias Officer Ias