Advertisment

ମାସକ ତଳେ ନିଖୋଜ ହୋଇଯାଇଥିଲେ ୧୨ ବର୍ଷ ପିଲା, ଏବେ ମିଳିଲା ମୁଣ୍ଡହୀନ ଶବ

ପୁଲିସ୍‌ ଯାଞ୍ଚ କରିବା ପରେ ଉକ୍ତ ଶବଟି ୧୨ ବର୍ଷୀୟ ସନ୍ଦୀପ ଓରଫ ରାଜ ଯାଦବଙ୍କର ବୋଲି ସ୍ପଷ୍ଟ ହୋଇଛି।

Mumbai

Mumbai

Advertisment

ଜାନୁଆରୀ ୨୮ରୁ ନିଖୋଜ ଥିବା ଜଣେ ୧୨ ବର୍ଷୀୟ ପିଲାର ଗଳିତ ଶବକୁ ପୁଲିସ୍‌ ମୁମ୍ବାଇ ଅନ୍ତର୍ଗତ ୱାଡାଲାର ଶାନ୍ତିନଗର ସ୍ଥିତ ଅଳିଆ ଗଦାରୁ ଜବତ କରିଛି। ମୃତଦେହଟି ଅଧାରୁ ଅଧିକ ପୋଚି ଯାଇଥିବା ବେଳେ ଏଥିରେ ମୁଣ୍ଡ ମଧ୍ୟ ନାହିଁ।

Advertisment

ୱାଡାଲା ଟ୍ରକ ଟର୍ମିନାଲ ପୁଲିସ୍‌ ମଙ୍ଗଳବାର ଏହି ଘଟଣାରେ ଗୋଟିଏ ହତ୍ୟା ମାମଲା ରୁଜୁ କରିଛି। ଅଳିଆ ଗଦାରେ ମୁଣ୍ଡହୀନ ମୃତଦେହ ପଡ଼ିଥିବା ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜଣେ ମାଛ ଧରାଳୀ ଦେଖିଥିଲେ। ଏହାପରେ ପୁଲିସ୍‌ ଯାଞ୍ଚ କରିବା ପରେ ଉକ୍ତ ଶବଟି ୧୨ ବର୍ଷୀୟ ସନ୍ଦୀପ ଓରଫ ରାଜ ଯାଦବଙ୍କର ବୋଲି ସ୍ପଷ୍ଟ ହୋଇଛି।

ପିଲାଟି ନିଖୋଜ ହେବା ପରେ ସ୍ଥାନୀୟ ଲୋକ ଜଣେ ଅଭିଯୁକ୍ତକୁ ସିସିଟିଭି ଫୁଟେଜ ଆଧାରରେ କାବୁ କରିବା ସହ ପୁଲିସ୍‌ ଜିମା ଦେଇଥିଲେ। କିନ୍ତୁ ସେ ପୁଲିସ୍‌କୁ ଚକମା ଦେଇ ଖସି ଯାଇଛି। ତେଣୁ ଅଭିଯୁକ୍ତ ଖସିଯିବା ଦିନ ଦାୟିତ୍ୱରେ ଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Advertisment

ସନ୍ଦୀପ ହେଉଛନ୍ତି ଜଣେ ମାଛଧରାଳୀଙ୍କ ଏକପାତ୍ର ପୁଅ ଥିଲେ। ମଙ୍ଗଳବାର ଜଣେ ମାଛ ଧରାଳୀ ପାଖ ନାଳରୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ସେ ଗୋଟିଏ ବିଜ୍ଞାପନ ପୋଷ୍ଟର ମଧ୍ୟରେ ମୃତଦେହ ଗୁଡ଼ା ଯାଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ବିଜ୍ଞାପନ ପୋଷ୍ଟର ଖୋଲିବାରୁ ଏହା ମଧ୍ୟରୁ ମୁଣ୍ଡହୀନ ଗଳିତ ଶବ ମଳିଥିଲା।

ପୁଲିସ୍‌ ଶବକୁ ବ୍ୟବଚ୍ଛେଦନ ପାଇଁ ପଠାଇବା ସହ ଡିଏନଏ ଟେଷ୍ଟ କରିଛି। ଡିସିପି(ଜୋନ-୪) ପ୍ରଶାନ୍ତ କଦମ କହିଛନ୍ତି, “ଆମେ ଗୋଟିଏ ଅପହରଣ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ।”

ପୁଲିସ୍‌ର ସୂଚନା ଅନୁଯାୟୀ, ଜାନୁଆରୀ ୨୯ରେ ପିଲାଟିର ବାପା ବେଚାଇ ଯାଦବ ୱାଡାଲା ପୁଲିସ୍‌ରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ସେ କହିଥିଲେ, ଜାନୁଆରୀ ୨୮ରେ ସେ ଯେତେବେଳେ ଘରକୁ ଆସିଲେ ସେତେବେଳେ ତାଙ୍କ ପତ୍ନୀ କହିଥିଲେ ଯେ ସନ୍ଦୀପ ରାତି ୮ଟାରୁ ଖେଳିବାକୁ ଯାଇଛି ଯେ ଏଯାଏ ଆସିନି। ତୁରନ୍ତ ବେଚାଇ ଯାଦବ ଓ ପଡ଼ୋଶୀର କିଛି ପିଲା ସନ୍ଦୀପଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ।

ସିସିଟିଭି ଯାଞ୍ଚ କରିବା ବେଳେ ସନ୍ଦୀପ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ପଶ୍ଚିମବଙ୍ଗର ମୂଳବାସିନ୍ଦା ବିପୁଳ ସିଗ୍ରୀଙ୍କ ସହ ଯାଉଥିବା ଦେଖିବାକୁ ମିଳିଥିଲା। ଦିନକ ପରେ ସ୍ଥାନୀୟ ଲୋକମାନେ ବିପୁଳଙ୍କୁ ଧରିବା ସହ ମାଡ଼ ମାରିଥିଲେ ଓ ପୁଲିସକୁ ଦେଇଥିଲେ।

ଜେରା ବେଳେ ବିପୁଲ ପୁଲିସ୍‌କୁ କହିଥିଲେ ଯେ ମୁଣ୍ଡରୁ ରକ୍ତ ବାହାରୁ ଥିବାରୁ ଏହାକୁ ଧୋଇବାକୁ ଚାହୁଁଛନ୍ତି। ମୁଣ୍ଡ ଧୋଇବା ବାହାନାରେ ସେ ପୁଲିସ୍‌ ଷ୍ଟେସନରୁ ଖସିଯିବାକୁ ସକ୍ଷମ ହୋଇଥିଲେ।

କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବା ସହ ବିପୁଲଙ୍କୁ ଖୋଜିବା ଆରମ୍ଭ କରିଥିଲା। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନାହିଁ। ପ୍ରକୃତରେ ସେ ସନ୍ଦୀପଙ୍କୁ ହତ୍ୟା କରିଛନ୍ତି କି ନାହିଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Mumbai Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe