ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଖଣ୍ଡଖଣ୍ଡ କରିବା ଘଟଣା: କଳା ଯାଦୁ, ଟଙ୍କା ଟ୍ରାନ୍ସଫର ଓ ପରକୀୟା ପ୍ରୀତି!

ଲଣ୍ଡନରେ କାମ କରୁଥିବା ସୌରଭ ଫେବୃଆରୀ ୨୪ରେ ନିଜର ୬ ବର୍ଷର ଝିଅର ଜନ୍ମ ଦିନ ପାଇଁ ଭାରତ ଆସିଥିଲେ। କିନ୍ତୁ ମାର୍ଚ୍ଚ ୪ରେ ତାଙ୍କୁ ହତ୍ୟା କରାଯାଇଥିଲା।

Muskan

ସୌରଭ, ମୁସ୍କାନ ଓ ସାହିଲ (ଫାଇଲ ଫଟୋ)

Hemant Lenka
  • Published: Friday, 21 March 2025
  • Updated: 21 March 2025, 04:39 PM IST

Sports

Latest News

ପୂର୍ବତନ ମର୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ମୁସ୍କାନ ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ହତ୍ୟା କରିବା ଘଟଣାରେ ଉତ୍ତର ପ୍ରଦେଶର ମୀରଟ ପୁଲିସ୍‌ ବଡ଼ ତଥ୍ୟ ସାର୍ବଜନୀନ କରିଛି। ସୌରଭଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଦୁଇ ଅଭିଯୁକ୍ତ ୧୫ ଖଣ୍ଡ କରିଥିଲେ। ଏହାପରେ ଗୋଟିଏ ଡ୍ରମରେ ଏହାକୁ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ। ଲଣ୍ଡନରେ କାମ କରୁଥିବା ସୌରଭ ଫେବୃଆରୀ ୨୪ରେ ନିଜର ୬ ବର୍ଷର ଝିଅର ଜନ୍ମ ଦିନ ପାଇଁ ଭାରତ ଆସିଥିଲେ। କିନ୍ତୁ ମାର୍ଚ୍ଚ ୪ରେ ତାଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍‌ ଏହି ଘଟଣାରେ ସୌରଭଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲକୁ ପୁଲିସ୍‌ ଗିରଫ କରିଛି।

କଳା ଯାଦୁ ବା ଗୁଣି ଗାରେଡ଼ି, ମୁସ୍କାନର ନିଶା ଅଭ୍ୟାସ ହିଁ ଏପରି ଲୋମହର୍ଷଣକାରୀ ଘଟଣାର ପ୍ରମୁଖ କାରଣ ବୋଲି ଆଶଙ୍କା କରାଯାଉଛି। ମୀରଟ ସିଟିର ଏସ୍‌ପି ଆୟୁଷ ବିକ୍ରମ ସିଂହଙ୍କ କହିବା କଥା ଯେ ପୁଲିସ୍‌ ଏବେ ହତ୍ୟା ପଛର ଉଦ୍ଦେଶ୍ୟର ତଦନ୍ତ କରୁଛି ଓ ଏଯାଏ ସଂଗ୍ରହ କରିଥିବା ପ୍ରମାଣକୁ ସାର୍ବଜନୀନ କରିଛି। ଶ୍ରୀ ସିଂହ କହିଛନ୍ତି ଯେ ମୁସ୍କାନ ଓ ସାହିଲ ମିଳିତ ଭାବେ ସୌରଭଙ୍କ ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛନ୍ତି।

Also Read

ହତ୍ୟା ପରେ ମୃତଦେହକୁ ବିକୃତ କରି ସେମାନେ ଡ୍ରମରେ ସିମେଣ୍ଟ ଦ୍ୱାରା ସିଲ କରି ଦେଇଥିଲେ। ଏହାପରେ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଜେରା ବେଳେ ସେମାନେ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି।

ପରକୀୟା ପ୍ରୀତି

ମୁସ୍କାନ ଓ ସୌରଭ ୨୦୧୬ରେ ପ୍ରେମ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ଖୁସି ଖୁବ କମ ଦିନ ପାଇଁ ରହିଥିଲା। ସୌରଭ ୨୦୨୧ରେ ମୁସ୍କାନଙ୍କ ସମ୍ପର୍କ ଆଉ କାହା ସହ ରହିଥିବା ଜାଣିବାକୁ ପାଇଥିଲେ। ସେ ଘରେ ନଥିବା ବେଳେ ମୁସ୍କାନ ଓ ସାହିଲ ଏକାଠି ସମୟ କାଟୁଥିଲେ। ଉଭୟଙ୍କୁ ଏକଦା ପ୍ଲାଟର ମାଲିକ ଆପତ୍ତିଜନକ ଅବସ୍ଥାରେ ଦେଖି ସୌରଭଙ୍କୁ ଜଣାଇଥିଲେ।

ଜେରା ବେଳେ ମୁସ୍କାନ କହିଛି ଯେ ୨୦୧୯ରୁ ସାହିଲ ସହ ତା’ର ଅନୈତିକ ସମ୍ପର୍କ ରହିଥିଲା। ସୌରଭ ଏକଥା ଜାଣିବା ପରେ ୨୦୨୧ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ପରିବାର ପତ୍ନୀ ସହ ରହିବାକୁ ପରାମର୍ଶ ଦେବାରୁ ସେ ଛାଡ଼ପତ୍ର ନିଷ୍ପତ୍ତିରୁ ଓହରି ଯାଇଥିଲେ। ମୁସ୍କାନ ଦାବି କରିଛି ଯେ ସାହିଲ ସବୁବେଳେ ମଦ ନିଶାରେ ରହିଥାଏ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ବି ହୁଏ। ସାହିଲର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା। ମୁସ୍କାନର ତା’ର ସବୁ ଖର୍ଚ୍ଚ ବୁଝୁଥିଲା।

ପୂର୍ବରୁ ମଧ୍ୟ ସୌରଭଙ୍କୁ ମାରିବାକୁ ଯୋଜନା ହୋଇଥିଲା

ମୁସ୍କାନର ପରିବାର ଲୋକ ଦାବି କରିଥିଲେ ଯେ ସାହିଲ ହିଁ ତାଙ୍କ ଝିଅକୁ ନିଶା ଖାଇବା ଶିଖାଇଥିଲା। ପୁଲିସ୍‌ ମଧ୍ୟ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ସାହିଲ ଓ ମୁସ୍କାନ ଏକାଠି ହେବା ମାତ୍ରେ ପ୍ରଥମେ ମଦ ପିଉଥିଲେ। କିନ୍ତୁ ମୁସ୍କାନ ଦାବି କରିଛି ଯେ ସାହିଲକୁ ଭେଟିବା ପୂର୍ବରୁ ସେ ମଦ ପିଉଥିଲା। ୨୦୨୩ରୁ ସୌରଭ ଲଣ୍ଡନର ଗୋଟିଏ ବେକରୀରେ କାମ କରୁଥିଲେ। ସେ ଫେବୃଆରୀ ୨୪ରେ ଭାରତକୁ ଆସିଥିଲେ। ଦୁଇ ଅଭିଯୁକ୍ତ ତାଙ୍କୁ ଫେବୃଆରୀ ୨୫ରେ ମାରିବାକୁ ଯୋଜନା କରିଥିଲେ। କିନ୍ତୁ ଏଥିରେ ସେମାନଙ୍କୁ ସଫଳତା ମିଳି ନଥିଲା। ତେବେ ମାର୍ଚ୍ଚ ୪ରେ ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି।

ପୁଲିସ ଘଟଣାର ତଦନ୍ତ ପାଇଁ ୨ଟି ଟିମ ଗଠନ କରିଛି। ଡ୍ରମ ଓ ହତ୍ୟାରେ ବ୍ୟବହାର ହୋଇଥିବା ଜିନିଷ ସେମାନେ ଯେଉଁ ଦୋକାନରୁ କିଣିଥିଲେ, ତା’କୁ ପୁଲିସ୍ ଚିହ୍ନଟ କରିଛି। ଦୋକାନୀଙ୍କୁ ମଧ୍ୟ ପୁଲିସ୍‌ ଜେରା କରିଛି। ଅଧିକ ପ୍ରମାଣ ସଂଗ୍ରହ ପାଇଁ ଗୋଟିଏ ଟିମ ଶିମଲା ଯିବ। ଦୁଇ ଅଭିଯୁକ୍ତଙ୍କ ଫୋନକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଏହାର ରିପୋର୍ଟ ମିଳିବା କ୍ଷଣି ପୁଲିସ୍‌ ଚାର୍ଜଶିଟ ଦାଖଲ କରିବ ଓ କଠୋର ଦଣ୍ଡବିଧାନ ପାଇଁ ନିବେଦନ କରିବ ବୋଲି ସିଟି ଏସ୍‌ପି ଶ୍ରୀ ସିଂହ କହିଛନ୍ତି।

ଗୁଣି ଗାରେଡ଼ି ବା କଳା ଯାଦୁ?

ସୌରଭଙ୍କ ମୃତଦେହକୁ ଯେମିତି କଟା ଯାଇଛି, ତା’କୁ ଦେଖିଲେ ଗୁଣି ଗାରେଡ଼ି ସନ୍ଦେଜ ଜାତ ହେଉଛି। କିନ୍ତୁ ଏଯାଏ ପୁଲିସ୍‌ କଳା ଯାଦୁ ସମ୍ପର୍କରେ କୌଣସି ପ୍ରକାରର ସୂଚନା ପାଇ ନାହିଁ। ଶ୍ରୀ ସିଂହ କହିଛନ୍ତି, “ବେଶ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। ମୃତଦେହକୁ ନଷ୍ଟ କରିବା ପାଇଁ ସେମାନେ ଡ୍ରମର ବ୍ୟବହାର କରିଥିଲେ। ତଥାପି ସେମାନଙ୍କୁ ସବୁ ଦିଗରୁ ପ୍ରଶ୍ନ କରାଯାଉଛି।”

ଟଙ୍କାକୁ ନେଇ ହୋଇଥିବା ଅଭିଯୋଗ

ମୁସ୍କାନ ଦାବି କରିଛି ଯେ ସୌରଭଙ୍କ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ରହିଥିଲା। ଏହି ଟଙ୍କା କାଳେ ଜବତ ହୋଇଯିବ, ସେହି ଆଶଙ୍କାରେ ସୌରଭ ନିଜେ ହିଁ ମୁସ୍କାନର ଆକାଉଣ୍ଟକୁ ୧ ଲକ୍ଷ ଓ ତାଙ୍କ ମା’ଙ୍କ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ପଠାଇଥିଲେ। ତେବେ ପୁଲିସ୍‌ ଏହି ଦାବିର ଯାଞ୍ଚ କରୁଛି। ସେହିପରି ସୌରଭ କେବେ ଲଣ୍ଡନ ଗଲେ ଓ ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବି ପୁଲିସ୍‌ ତଥ୍ୟ ଯୋଗାଡ଼ କରୁଛି।

ମର୍ଚାଣ୍ଟ ନାଭିରେ ସୌରଙ୍କ ଚାକିରି ଓ ସେ ସ୍କୁଲ ପରେ ପାଠ ପଢ଼ି ନଥିବା ଦାବିର ବି ତଦନ୍ତ କରାଯାଇଛି। ସୌରଭଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକ ଗୋଟିଏ ଘର କିଣିବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ସୌରଭଙ୍କ ଟଙ୍କା ବ୍ୟବହାର କରୁଥିଲେ। ଯଦି ଏହାର ପ୍ରମାଣ ମିଳିବ, ତା’ହେଲେ ଏ ସଂକ୍ରାନ୍ତ ଦଫା ମଧ୍ୟ ଅଭିଯୁକ୍ତଙ୍କ ନାଁରେ ଯୋଡ଼ା ଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

ମୁସ୍କାନ ଓ ସାହିଲ ଶିମଲାରୁ ବୁଲାବୁଲି କରି ଆସିବା ପରେ ପୂରା ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଘର ଖାଲି କରିବାକୁ ମାଲିକ ଶ୍ରମିକମାନଙ୍କୁ ପଠାଇଥିଲେ। ସେମାନେ ଓଜନିଆ ଡ୍ରମ କଥା ପଚାରିବାରୁ ମୁସ୍କାନ ସେଥିରେ ଅଳିଆ ରହିଥିବା କଥା କହିଥିଲେ ଓ ତୁରନ୍ତ ନିଜ ବାପା ମା’ଙ୍କ ପାଖକୁ ଚାଲି ଯାଇଥିଲେ। କିନ୍ତୁ ଡ୍ରମରୁ ଦୁର୍ଗନ୍ଧ ବାହାରୁ ଥିବାରୁ ସେମାନେ ସନ୍ଦେହ କରି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story