Advertisment

ନିଶାକୁ ବିରୋଧ କଲେ ଯୁବତୀ, ପରିବାରକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ନିଶାଡ଼ି

ନିଶା ଖାଉଥିବା ସମୟରେ ଯୁବତୀ ଜଣଙ୍କ ଵିରୋଧ କରିବାରୁ ହଠାଥ ଉତ୍ୟକ୍ତ ଯୁବକ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
Bhubaneswar

Bhubaneswar

Advertisment

ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର। ନିଶାଡ଼ିଙ୍କୁ ବିରୋଧ କରିବାରୁ ନାରକୀୟ କାଣ୍ଡ। ଘରେ ପଶି ହାଣିଲେ। ଗୋଡ଼େଇ ଗୋଡ଼େଇ ପରିବାର ଲୋକଙ୍କୁ ଆକ୍ରମଣ କଲେ। ସେତିକିରି ରାଗ ଶାନ୍ତ ହେଲାନି ପଥରରେ ଛେଚି ଗାଡ଼ି ଭାଙ୍ଗି ଦେଲେ।

Advertisment

ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ଅଞ୍ଚଳରୁ। ଏ ନେଇ ମୈତ୍ରିବିହାର ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ଅଫିସ ସାରି ମୈତ୍ରୀବିହାର ଥାନା ସ୍ଥିତ ସାଲିଆସାହିରେ ଥିବା ଘରକୁକୁ ଫେରୁଥିଲେ ଯୁବତୀ। ହଠାଥ ଦେଖିବାକୁ ପାଇଲେ ୬ ରୁ ୭ ଜଣ ଅସାମାଜିକ ଯୁବକ ତାଙ୍କ ଘର ନିକଟରେ ବ୍ରାଉନସୁଗର ଖାଉଥିଲେ। ନିଶା ଖାଉଥିବା ସମୟରେ ଯୁବତୀ ଜଣଙ୍କ ଵିରୋଧ କରିବାରୁ ହଠାଥ ଉତ୍ୟକ୍ତ ଯୁବକ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେତିକିରେ ରାଗ ଶାନ୍ତ ନହେବାରୁ ବୁଲେଟ ଗାଡ଼ିକୁ ପଥରରେ ଛେଚି ଚୁରମାର କରିଦେଇଥିଲେ।

Advertisment
Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe