Advertisment

ଜେଲ୍ ଗଲେ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟର ସୁନୀଲ ରାଉତ: ମଥୁରାରେ ବି କିଣିଛନ୍ତି ଘର

ତାଙ୍କ ଘରୁ ଓ ଲକରରୁ ମୋଟ ୧କିଲୋ ସୁନା ଓ ୫୦୦ଗ୍ରାମ ରୂପା ମିଳିଛି। ଗୋଟିଏ ଟ୍ରକ, ବେନାମୀ ହୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ଥର୍ ସହ ୨ଟି ଦୁଇଚକିଆ ଗାଡ଼ି ମିଳିଛି। ଘରର ଆସବାବ ପ୍ରାୟ ୧୫ଲକ୍ଷ ଟଙ୍କା ଆକଳନ ହୋଇଛି।

Sunil kumar

Sunil kumar

Advertisment

କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଆଜି ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କୁ ଗିରଫ କରିଛି। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଭିଜିଲାନ୍ସ ଗତ ଦୁଇଦିନ ଧରି ଇଞ୍ଜିନିୟର ଶ୍ରୀ ରାଉତଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟିକୋଟି ଟଙ୍କା ମୂଲ୍ୟର ଜମି, ଫ୍ଲାଟ୍ , କୋଠା, ଫାର୍ମହାଉସ, କେଜିଏ ସୁନା ସହ ବହୁ ମୂଲ୍ୟବାନ ସମ୍ପତ୍ତି ଜବତ କରିଛି। ଶ୍ରୀ ରାଉତଙ୍କର ମଥୁରାରେ ଗୋଟିଏ ମୂଲ୍ୟବାନ ଫ୍ଲାଟ୍ ଥିବା ମଧ୍ୟ ଜଣାପଡ଼ିଛି।

ରାଜ୍ୟ ଭିଜିଜିଲାନ୍ସ ଗତକାଲି ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ କିରବା ପରେ ଆଜି ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ଶ୍ରୀ ରାଉତ କୌଣସି ସନ୍ତୋଷଜନକ ସୂଚନା ଦେଇପାରିନଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

Advertisment

ଚଢ଼ାଉବେଳେ ଶ୍ରୀ ରାଉତଙ୍କର ଭୁବନେଶ୍ୱର ନୀଳାଦ୍ରି ବିହାରରେ ୫୮୦୦ବର୍ଗଫୁଟ ଅଂଚଳର ଏକ ତିନିମହଲା କୋଠା, ନୟାପଲ୍ଲୀର ନୀଳକଣ୍ଠ ନଗରରେ ୨୩୦୦ବର୍ଗଫୁଟର ଦୁଇମହଲା କୋଠା, ଉତ୍ତରପ୍ରଦେଶର ମଥୁରାରେ ଏକ ଫ୍ଲାଟ, ପୁରୀ ଦୋଳମଣ୍ଡପ ସାହି ଓ ଭିଆଇପି ରୋଡରେ ଦୁଇଟି ଫ୍ଲାଟ, ଭୁବନେଶ୍ୱରର ୫ଟି ସ୍ଥାନରେ ପ୍ଲଟ, ପୁରୀରେ ୩ଟି ପ୍ଲଟ, କଟକରେ ୧୯ଟି ପ୍ଲଟ, ଢେଙ୍କାନାଳର ୭ଟି ସ୍ଥାନରେ ମୋଟ ୩୪ଟି ପ୍ଲଟ୍ ରହିଛି।
ସେହିପରି ବୀମା କମ୍ପାନୀକୁ ସେ ୧.୮୬କୋଟି ଟଙ୍କାର କେବଳ ପ୍ରିମିୟମ ଦେଇଛନ୍ତି। ବ୍ୟାଙ୍କରେ ତାଙ୍କର ୯୮.୧୧ଲକ୍ଷ ଟଙ୍କାର ଡିପୋଜିଟ୍ ଥିବାବେଳେ ତାଙ୍କ ପାଖରୁ ୨.୩୪ଲକ୍ଷ ଟଙ୍କା ନଗଦ ମିଳିଛି।

ତାଙ୍କ ଘରୁ ଓ ଲକରରୁ ମୋଟ ୧କିଲୋ ସୁନା ଓ ୫୦୦ଗ୍ରାମ ରୂପା ମିଳିଛି। ଗୋଟିଏ ଟ୍ରକ, ବେନାମୀ ହୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ଥର୍ ସହ ୨ଟି ଦୁଇଚକିଆ ଗାଡ଼ି ମିଳିଛି। ଘରର ଆସବାବ ପ୍ରାୟ ୧୫ଲକ୍ଷ ଟଙ୍କା ଆକଳନ ହୋଇଛି।

ଏସବୁ ବ୍ୟତୀତ ଢେଙ୍କାନାଳର ସପ୍ତଶଯ୍ୟାଠାରେ ତାଙ୍କର ୮ଏକର ପରିମିତ ଫାର୍ମହାଉସ ରହିଛି। ଯେଉଁଠି ୨ମହଲା କୋଠା ସହ ହଜାରେ କୁକୁଡ଼ା ଓ ୭୦ଟି ଗାଈ  ବାଛୁରୀ ମଧ୍ୟ ରହିଥିବା ଭିଜିଲାନ୍ସ ଚଢ଼ଉବେଳେ ଜଣାପଡ଼ିଛି। ତାଙ୍କର ଆୟ ତୁଳନାରେ ସେ ୨୫୭% ସମ୍ପତ୍ତି ଆହରଣ କରିଥିବା ଭିଜିଲାନ୍ସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe