Advertisment

ଧରାପଡ଼ିଲା ବିଏସ୍‌ଏସ୍‌ଓଙ୍କ ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି

ତଦନ୍ତ ବେଳେ ଧରାପଡ଼ିଛି ବିଏସଏସଓଙ୍କ ଚଞ୍ଚକତା।

ଅଦ୍ୟତନ ହୋଇଛି
Binjharpur

Binjharpur

Advertisment

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ହୋଇଛି ବଡ଼ ଧରଣର ଭତ୍ତା ଘୋଟାଲା। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୂରା ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବୟସ ହୋଇ ନଥିବା ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଦିଆଯାଇଛି ଭତ୍ତା। ଖୋଦ୍ ବିଞ୍ଝାରପୁର ବିଡିଓ ଦିବ୍ୟେନ୍ଦୁ କୁମାର ସାହୁ ଏହି ଅଭିଯୋଗ କରି ଥାନାରେ ଦେଇଛନ୍ତି ଏତଲା। ତାଙ୍କ ଏତଲା ଅନୁଯାୟୀ, ବ୍ଲକର ପୂର୍ବତନ BSSO (ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର) ଧର୍ମେନ୍ଦ୍ର ସାହୁ କରିଛନ୍ତି ଏହି ଚଞ୍ଚକତା।

Advertisment

ବିଡିଓ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗତ ୧୪ ତାରିଖରେ ବିଞ୍ଝାରପୁର ବ୍ଲକର ବର୍ତ୍ତମାନର ବିଏସ୍‌ଏସ୍‌ଓ ତାଙ୍କୁ ଜଣାଇଥିଲେ ଯେ ବ୍ଲକର ୮୯୪ ଜଣ ଏମ୍‌ବିପିୱାଇ (ମଧୁବାବୁ ପେନସନ ଯୋଜନା) ହିତାଧିକାରୀଙ୍କ ନାଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପୋର୍ଟାଲରେ ଉପଲବ୍ଧ ନାହିଁ। କିନ୍ତୁ ଯାଞ୍ଚ ବେଳେ ସେମାନଙ୍କୁ ଭତ୍ତା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାପଡ଼ିଛି। ୨୦୨୩ ମସିହା ଜୁଲାଇ ମାସ ୨୧ ତାରିଖରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଜଣାପଡ଼ିବା ପରେ ବିଞ୍ଝାରପୁର ବ୍ଲକର ପୂର୍ବତନ BSSO ଧର୍ମେନ୍ଦ୍ର ସାହୁଙ୍କୁ ଏହି ଘଟଣାରେ ଲିଖିତ ଜବାବ ଦେବାକୁ କୁହାଯାଇଥିଲା। ସେ ମଧ୍ୟ ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ।

ପୂର୍ବତନ BSSO ଧର୍ମେନ୍ଦ୍ର ସାହୁ ଦର୍ଶାଇଥିଲେ ଯେ ସେ ଏହି ନିର୍ଦ୍ଦେଶ ଯାଜପୁର ସବ୍‌ କଲେକ୍ଟରଙ୍କଠାରୁ ପାଇଥିଲେ ଓ ସେହି ଅନୁସାରେ ହିତାଧିକାରୀଙ୍କୁ ଟଙ୍କା ଦେବାକୁ ବ୍ୟବସ୍ଥା କରିଥିଲେ। କିନ୍ତୁ ଏଥିରେ କିଛି ଅନିୟମିତତା ହୋଇଥିବା ନେଇ ତାଙ୍କ ପାଖରେ କିଛି ସୂଚନା ନଥିଲା। ଏହା ପରେ ଏକ କମିଟି ଏହି ଘଟଣାର ଯାଞ୍ଚ କରିଥିଲା ଏବଂ ଗତ ୧୭ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲା।

Advertisment

କମିଟିର ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ଚଞ୍ଚକତା ପଛରେ ପୂର୍ବତନ BSSO ଧର୍ମେନ୍ଦ୍ର ସାହୁଙ୍କର ହାତ ରହିଛି। ସେ ଏକ ମିଛ ନିର୍ଦ୍ଦେଶନାମା ଜାରି କରି ଉକ୍ତ ହିତାଧିକାରୀମାନଙ୍କୁ ଟଙ୍କା ଦେବାକୁ ବ୍ୟବସ୍ଥା କରିଥିଲେ। ଏଥିପାଇଁ ସେ ଯାଜପୁର ସବ୍‌ କଲେକ୍ଟରଙ୍କ ଜାଲ ଦସ୍ତଖତ ବ୍ୟବହାର କରିଥିଲେ। ଯାଜପୁର ସବ୍‌-କଲେକ୍ଟରଙ୍କ ମିଛ ନିର୍ଦ୍ଦେଶନାମା ପ୍ରସ୍ତୁତ କରି ବିଡିଓଙ୍କୁ ଦେଇଥିଲେ। ଆଉ ତା’ପରେ ମଧୁବାବୁ ପେନସନ ଯୋଜନାର ଗାଇଡ ଲାଇନ ଅନୁଯାୟୀ ୮୯୪ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଫଳରେ ୨୦୨୩ ସେପ୍ଟେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସରକାରଙ୍କର ୯୦ ଲକ୍ଷ ୯୦୦୦ ଟଙ୍କାର ରାଜସ୍ୱ ହାନି ଘଟିଛି।

ଏହି ଘଟଣା ନେଇ ବିଞ୍ଝାରପୁର ବ୍ଲକର ପୂର୍ବତନ BSSO ଧର୍ମେନ୍ଦ୍ର ସାହୁ ଓ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ। 

MBPY SSEPD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe