ଟିଟିଲାଗଡ଼ SBIରେ ଟଙ୍କା ଗଣତି ସରିଲା, ମିଳିଲା ୧୧ କୋଟି

ଟଙ୍କା ଗଣତି ପରେ ସମ୍ବଲପୁର SBI ଉପମହାପ୍ରବନ୍ଧକ କହିଛନ୍ତି, ଟିଟିଲାଗଡ଼ SBIରେ ଗଣତିରୁ ମିଳିଛି ମୋଟ୍ ୧୧ କୋଟି ଟଙ୍କା। ଗଣତି ଟଙ୍କା ମଧ୍ୟରେ ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନାହିଁ। ଗଣତି ଟଙ୍କା ମଧ୍ୟରେ ଅଛି କେବଳ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌।

ଜବତ ହୋଇଥିବା ଟଙ୍କା

  • Published: Saturday, 09 December 2023
  • , Updated: 09 December 2023, 06:26 PM IST

ଟିଟିଲାଗଡ଼ SBIରେ ଥିବା ମଦ ଭାଟି ଟଙ୍କାର ଗଣତି ସରିଲା। ଗୁରୁବାର ରାତିରେ ଟଙ୍କା ଗଣତି ସରିଛି। ସେଠାରୁ ୧୧ କୋଟି ଟଙ୍କା ମିଳିଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର SBI ଉପମହାପ୍ରବନ୍ଧକ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ ଆସିଥିବା ଆୟକର ବିଭାଗ(IT) ୧୦ ଜଣିଆ ଟିମ୍‌ ପଶ୍ଚିମ ଓଡ଼ିଶାରେ ଡେରା ପକାଇଛନ୍ତି।

ଟିଟିଲାଗଡ଼ ଭାଟିପଡ଼ାରେ ରହିଛି ରିତେଶ ସାହୁରୁ ଦେଶୀ ମଦ ଭାଟି। ଗତ ବୁଧବାର ତାଙ୍କ ମଦ ଭାଟିରେ ଆୟଗର ବିଭାଗ ଚଢ଼ଉ କରି ବିପୁଳ ପରିମାଣର ଟଙ୍କା, କମ୍ପ୍ୟୁଟର, ହାର୍ଡସିସ୍କ ଓ ସିସିଟିଭି ଫ୍ୟୁଟେଜ୍‌ ଜବତ କରିଥିଲା। ଜବତ ଟଙ୍କାକୁ ଟିଟିଲାଗଡ଼ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ଶାଖକୁ ନିଆଯାଇଥିଲା। ବୁଧବାରଠାରୁ ସେହି ଟଙ୍କାକୁ ଏସ୍‌ବିଆଇ କର୍ମଚାରୀମାନେ ଗଣୁଛନ୍ତି। ଟିଟିଲାଗଡ଼ରେ ଜବତ ହୋଇଥିବା ଟଙ୍କା ଗଣତି ଗୁରୁବାର ରାତିରେ ସରିଛି।

ଟଙ୍କା ଗଣତି ପରେ ସମ୍ବଲପୁର SBI ଉପମହାପ୍ରବନ୍ଧକ କହିଛନ୍ତି, ଟିଟିଲାଗଡ଼ SBIରେ ଗଣତିରୁ ମିଳିଛି ମୋଟ୍ ୧୧ କୋଟି ଟଙ୍କା। ଗଣତି ଟଙ୍କା ମଧ୍ୟରେ ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନାହିଁ। ଗଣତି ଟଙ୍କା ମଧ୍ୟରେ ଅଛି କେବଳ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌। ତେବେ ବଲାଙ୍ଗିର ଓ ସମ୍ବଲପୁର ମୁଖ୍ୟ ଶାଖାରେ ଟଙ୍କା ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦ କୋଟି ଟଙ୍କା ଗଣତି ସରିଲାଣି। ରବିବାର ସୁଦ୍ଧା ଗଣତି ସରିଯିବ ବୋଲି ଆଶା କରାଯାଉଛି। ବିଭିନ୍ନ ସ୍ଥାନରୁ ୧୫ ମେସିନ୍ ଓ ୧୦ କର୍ମଚାରୀ ମଗାଯାଇଛି ବୋଲି ସମ୍ବଲପୁର SBI ଉପମହାପ୍ରବନ୍ଧକ କହିଛନ୍ତି।

ଗୁରୁବାର ରାତିରେ ସୁଦପଡ଼ାରେ ଥିବା ମଦ ଭାଟିର ମ୍ୟାନେଜର ବଣ୍ଟି ଘରେ ଆୟକର ବିଭାଗ ଚଢ଼ଉ କରିଥିଲା। ସେହି ସମୟରେ ତା ଘରୁ ୨୦ ପେଟି ଟଙ୍କା ଜବତ କରାଯାଇଥିଲା। ସେହି ଟଙ୍କାକୁ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ସେହି ଟଙ୍କା ଗଣତି ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷରେ ବଣ୍ଟିକୁ ଆୟକର ବିଭାଗ ଅଟକ ରଖି ଜେରା କରିଛି। ଆଜି ବଣ୍ଟିକୁ ଏସ୍‌ବିଆଇ ମୁଖ୍ୟାକୁ ଅଣାଯାଇଥିଲା। ପରେ ବଲାଙ୍ଗିର ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତା’ପରେ ଅବକାରୀ ଅଧିକ୍ଷକ ଓ ଆୟକର ବିଭାଗ ମିଳିତ ଭାବେ ବଣ୍ଟିକୁ ଧରି ତା’ ମଦ ଭାଟିକୁ ଯାଇଥିଲେ। ସେଠାରେ ଦୀର୍ଘ ସମୟରେ ତଦନ୍ତ କରିଥିଲେ।

୧୭୬ ପେଟି ଟଙ୍କା ଜବତ ହୋଇଥିଲା। ସେଥିରୁ ମାତ୍ର ୭୬ ପେଟି ଟଙ୍କା ଗଣାଯାଇଛି। ଆହୁରି ୧୦୦ ପେଟି ଟଙ୍କା ବାକି ରହିଛି। ସେଥିପାଇଁ ଅନ୍ୟ ଶାଖାରୁ କର୍ମଚାରୀ ଓ ମେସିନ୍‌ ମଗା ଯାଉଛି। ଦିନେ ଦୁଇଦିନ ଭିତରେ ଟଙ୍କା ଗଣତି ସରିବ ବୋଲି ଆଶା ପ୍ରକାଶ କରାଯାଉଛି। ଅନ୍ୟପକ୍ଷରେ ମଦ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ ଚଳାଇଛି।

Related story