Couple
ଲଜ୍ଜା। ଅମାନବିକତା। ଭୟଙ୍କର। ନିମର୍ମ। ବର୍ବରତା। ଯାହା କହିଲେ ବି ଏବେ ସାମ୍ନାକୁ ଆସିଥିବା ଘଟଣା ପାଇଁ ଏସବୁ ଶବ୍ଦ କମ ପଡ଼ିବ। କାରଣ ଅଷ୍ଟ୍ରେଲିଆର ଗୋଟିଏ ଦମ୍ପତି ସାଂଘାତିକ କାମ କରି ଧରାପଡ଼ିଛନ୍ତି। ଦୁଇଟି କୁକୁର ସହ ଏମାନେ ଗୋଟିଏ ବର୍ଷ ମଧ୍ୟରେ ଏକାଧିକ ଥର ସେକ୍ସ କରିଥିଲେ। ଏଥିସହ ଏହି ପାଶବିକ ଅତ୍ୟାଚାରର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ।
କ୍ରାଏଷ୍ଟଲ ମେ ହୋଆରେ(୩୭) ଓ ତାଙ୍କ ପତ୍ନୀ ଜୟ ୱେଡ ବୀନଷ୍ଟ୍ରା(୨୮)ଙ୍କ ବିରୋଧରେ ଏନେଇ ଚାର୍ଜଫ୍ରେମ ହୋଇଛି। ଏହି ଦମ୍ପତି କ୍ୟୁନସଲ୍ୟାଣ୍ଡରେ ରୁହନ୍ତି। ସେମାନଙ୍କୁ ଚଳିତ ବର୍ଷ ଜୁଲାଇ ମାସରେ ଗିରଫ କରାଯାଇଥିଲା।
ଏହାପରେ ସେମାନଙ୍କୁ ଜାମିନ ମିଳିଥିଲା। ଜାମିନ ପରେ କ୍ରାଏଷ୍ଟଲ ଓ ବୀନଷ୍ଟ୍ରା ଗୋଟିଏ ଘରେ ନଜରବନ୍ଦୀ ହୋଇ ରହିଛନ୍ତି। ସୋମବାର ପ୍ରଥମଥର ପାଇଁ ସେମାନଙ୍କ ମାମଲା ସାରିନା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଉପସ୍ଥାପନ କରାଯାଇଥିଲା।
କୋର୍ଟରେ ଉପସ୍ଥାପନ ହୋଇଥିବା ତଥ୍ୟ ଅନୁଯାୟୀ, ଦମ୍ପତି ଦୁଇଟି କୁକୁର ସହ ଏକାଧିକ ଥରେ ସେକ୍ସ କରିଛନ୍ତି। ଏହି ପାଶବିକ ଅତ୍ୟାଚାରର ଭିଡିଓ ମଧ୍ୟ ରେକର୍ଡିଂ କରିଛନ୍ତି। ସେମାନେ ୨୦୨୧ ଅକ୍ଟୋବା ୧୮, ୨୦୨୨ ମସିହା ମାର୍ଚ୍ଚ ୧୯, ମେ’ ୧୭, ଜୁନ ୬ ଓ ଅକ୍ଟୋବର ୨୫ରେ ଦୁଇ କୁକୁରଙ୍କ ସହ ସେକ୍ସ କରିଥିଲେ। ସାରିନା, କ୍ୟୁନସଲ୍ୟାଣ୍ଡରେ ସବୁ ଘଟଣା ଘଟିଥିଲା।
ସୋମବାର ଶୁଣାଣି ଅଳ୍ପ ସମୟ ପାଇଁ ହୋଇଥିଲା। ଦମ୍ପତିଙ୍କ ଜାମିନ କାଏମ ରହିଛି। ପରବର୍ତ୍ତୀ ସମୟରେ ଏହାର ଶୁଣାଣି ହେବ।
ଅଷ୍ଟ୍ରେଲିଆ ଆଇନ ଅନୁସାରେ, ଯଦି ଦମ୍ପତି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ସେମାନଙ୍କୁ ୭ ବର୍ଷର ଜେଲଦଣ୍ଡ ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Couple__1692187808.jpg)