Advertisment

ଅସହ୍ୟ ହେଲା ଯନ୍ତ୍ରଣା; ଝୁଲି ପଡ଼ିଲେ ଦମ୍ପତି!

ବର୍ଷେ ତଳେ ୨୧ ବର୍ଷୀୟା ପିଙ୍କି ଜେନାଙ୍କୁ ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଜେନା ସାହିର ୨୫ ବର୍ଷୀୟ କାର୍ତ୍ତିକ ଜେନା ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ଘରୁ ପଳାଇ ଯାଇ ପ୍ରେମ ବିବାହ କରିଥିଲେ। ବିବାହ ପରେ କାର୍ତ୍ତିକଙ୍କ ଘରକୁ ବଧୂ ବେଶରେ ଆସିଥିଲେ ପିଙ୍କି।

Kendrapara

Kendrapara

Advertisment

ବର୍ଷେ ତଳେ ପ୍ରେମ ବିବାହ କରିଥିଲେ। କେତେ ଆଶା ନେଇ ଗଢ଼ିଥିଲେ ସୁନାର ସାଂସାର। ଆଉ ଭାବିଥିଲେ ସୁଖର ନୌକାରେ ଦୁଃଖର ସଂସାରକୁ ପାର କରାଇବେ। ହେଲେ ଭାଗ୍ୟର ଚକ କିନ୍ତୁ ଓଲଟି ଗଲା। ମଝି ଦରିଆରେ ସୁଖର ନୌକା ବୁଡ଼ିଗଲା। ଆଉ ମାଡିବସିଲା ଅଜଶ୍ର ଦୁଃଖ ଓ ଯନ୍ତ୍ରଣା। ସେଥିରୁ ଆଉ ବାହାରି ପାରିଲେ ନାହିଁ ନବ ଦମ୍ପତି। ଦୁର୍ଘଟଣାରେ ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ ସ୍ୱାମୀ। ତେଣୁ ଅସହ୍ୟ ହେଲା ଦେହ ଓ ପରିବାରର ଯନ୍ତ୍ରଣା। ତେଣୁ ନେଲେ ଚରମ ନିଷ୍ପତ୍ତି। ଆଜି ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି।

Advertisment

ବର୍ଷେ ତଳେ ୨୧ ବର୍ଷୀୟା ପିଙ୍କି ଜେନାଙ୍କୁ ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଜେନା ସାହିର ୨୫ ବର୍ଷୀୟ କାର୍ତ୍ତିକ ଜେନା ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ଘରୁ ପଳାଇ ଯାଇ ପ୍ରେମ ବିବାହ କରିଥିଲେ। ବିବାହ ପରେ କାର୍ତ୍ତିକଙ୍କ ଘରକୁ ବଧୂ ବେଶରେ ଆସିଥିଲେ ପିଙ୍କି। ବେଶ ହସ ଖୁସିରେ ଚାଲିଥିଲା ପରିବାର। କାର୍ତ୍ତିକ କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର।

ଅଭିଯୋଗ ଅନୁସାରେ ୬ ମାସ ତଳେ କାର୍ତ୍ତିକ ଏକ ଭୟଙ୍କର ଦୁର୍ଘଟଣାରେ ଶିକାର ହୋଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ମେଡିକାଲରେ ଚିକିତ୍ସା ପରେ ଜୀବନ ସିନା ବଞ୍ଚିଗଲା, ହେଲେ ଚାଲି ବୁଲି ପାରିଲେ ନାହିଁ। ସବୁବେଳେ ବିଛଣା ପଡ଼ି ରହିଲେ। ଏପରି ସ୍ଥିତିରେ ଘର ଚଳିବ କେମିତି? ଖାଇବେ କ’ଣ? ଭାଇ ବନ୍ଧୁ କେତେଦିନ ଖାଇବା ପାଇଁ ଦେବେ? ଏହି ଚିନ୍ତାରେ ଘାଣ୍ଟି ହେଲେ ପିଙ୍କି। ସମ୍ପର୍କୀୟମାନେ ଯାହା ଦେଉଥିଲେ ସେଥିରେ ଚଳି ଯାଉଥିଲେ।

Advertisment

ଦାରିଦ୍ର୍ୟରେ ଜୀବନ ବିତାଉଥିଲେ ମଧ୍ୟ ମନ ଭିତରେ ଥିବା ଦୁଃଖକୁ ନିଜ ଛାତି ଭିତରେ ଚାପି ରଖୁଥିଲେ। ସେପଟେ ପ୍ରେମ ବିବାହ କରିଥିବାରୁ ବାପ ଘର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ସାହସ ପାରୁନଥିଲେ। ସବୁଆଡୁ ନିରାଶ ହେବା ପରେ ସ୍ୱାମୀ ଓ ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି। ଅଭିଯୋଗ ଅନୁସାରେ ବୁଧବାର ବିଳମ୍ୱିତ ରାତିରେ ନିଜ ଘର ଭିତରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଘରର କବାଟ ଖୋଲିନଥିଲା। ତେଣୁ ସମ୍ପର୍କୀୟମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେହି ସମୟରେ ସ୍ୱାମୀ ଓ ସ୍ତ୍ରୀ ଝୁଲୁଥିବା ଦେଖିବାକୁ ପାଇଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Suicide Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe