Advertisment

ପିଟାପିଟି ହୋଇ ପୁଲିସ୍‌ ପାଖକୁ ଯାଇଥିଲେ, ଫେରିବା ପରେ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ

ପୁଲିସ୍‌ର କହିବା କଥା ଯେ ଦମ୍ପତି ଓ ତାଙ୍କ ପରିବାର ଲୋକଙ୍କ ଅନୁରୋଧ ଯୋଗୁ ଥାନାରେ ବିବାଦର ସାମାଧାନ ହୋଇଥିଲା। ତେଣୁ ପୁଲିସ୍‌ କୌଣସି ମାମଲା କରି ନଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Couple

Couple

ଜଣେ ୩୦ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଲୁହା ରଡରେ ପିଟି ହତ୍ୟା କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଅନ୍ତର୍ଗତ କପିଲ ନଗର ଠାରେ ଥିବା ଫ୍ଲାଟରେ ପ୍ରଥମେ ଉଭୟଙ୍କ ଝଗଡ଼ା ହୋଇଥିଲା।

Advertisment

ଏହାପରେ ଦମ୍ପତି କପିଲ ନଗର ପୁଲିସ୍‌ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ବିବାଦର ସମାଧାନ ହୋଇଥିଲା। କିନ୍ତୁ ପୁଲିସ୍‌ ଷ୍ଟେସନରୁ ଫେରିବାର କିଛି ଘଣ୍ଟା ପରେ ସ୍ୱାମୀ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି।

ପୁଲିସ୍‌ର କହିବା କଥା ଯେ ଦମ୍ପତି ଓ ତାଙ୍କ ପରିବାର ଲୋକଙ୍କ ଅନୁରୋଧ ଯୋଗୁ ଥାନାରେ ବିବାଦର ସାମାଧାନ ହୋଇଥିଲା। ତେଣୁ ପୁଲିସ୍‌ କୌଣସି ମାମଲା କରି ନଥିଲା। କିନ୍ତୁ କିଛି ଘଣ୍ଟା ପରେ ହତ୍ୟାକାଣ୍ଡ ଘଟିଛି।

Advertisment

ଘଟଣା ପରେ କପିଲ ନଗର ପୁଲିସ୍‌ ଦିଲପ୍ରୀତ ଓରଫ ଭିକ୍କିଙ୍କ ନାଁରେ ମାମଲା କରିଛି। ସେ ତାଙ୍କ ପତ୍ନୀ ମନ୍ନତ ଓରଫ ମୀନୁଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୀନୁଙ୍କ ଭାଇ ବିଶାଲଙ୍କ ଅଭିଯୋଗ ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା।

ଭିକ୍କି ଓ ମୀନୁ ପରସ୍ପରକୁ ୪ ବର୍ଷ ହେଲା ଭଲ ପାଉଥିଲେ। କିନ୍ତୁ ପରିବାର ଲୋକ ବାହାଘର ପାଇଁ ରାଜି ନ ହେବାରୁ ସେମାନେ ନିଜ ଇଚ୍ଛାରେ ୨୦୨୨ରେ ବିବାହ କରିଥିଲେ।

ବାହାଘରେ ମୀନୁ ଓ ତାଙ୍କ ଭାଇ ବିଶାଲ ମିଳିତ ଭାବେ ଭିକ୍କିଙ୍କ ଜରିପଟକା ସ୍ଥିତ ଘରେ ରହିବା ଆରମ୍ଭ କରିଥିଲେ। ତେବେ ସେମାନଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଏନେଇ ଉଭୟ ଜରିପଟକା ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ସେହି ସମୟରେ ଉଭୟ ପ୍ରବଳ ମଦ ପିଇଥିଲେ।

ଘଟଣାର ୪ ମାସ ପରେ ଦମ୍ପତି କପିଲ ନଗର ସ୍ଥିତ ଗୋଟିଏ ଫ୍ଲାଟରେ ଭଡ଼ା ନେଇ ରହିବା ଆରମ୍ଭ କରିଥିଲେ। ଗାଡ଼ି ପାର୍ଟସ ଦୋକାନ କରିଥିବା ଭିକ୍କି ପତ୍ନୀ ମୀନୁଙ୍କ ଚରିତ୍ରକୁ ନେଇ ସବୁବେଳେ ସନ୍ଦେହ କରୁଥିଲେ। ଅପରାଧିକ ମାମଲା ଥିବା ଜଣେ ବ୍ୟକ୍ତିଙ୍କ ସହ ମୀନୁଙ୍କ ବନ୍ଧୁତାକୁ ମଧ୍ୟ ସେ ବିରୋଧ କରୁଥିଲେ।

କିଛି ଦିନ ତଳେ ମୀନୁ ଉକ୍ତ ବନ୍ଧୁଙ୍କ ସହ ବାଇକରେ ଯାଉଥିବା ଭିକ୍କି ଦେଖିବାକୁ ପାଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୩ ଦିନ ତଳେ ମୀନୁ ଫ୍ଲାଟରୁ ଭିକ୍କିଙ୍କୁ ବାହାର କରି ଦେଇଥିଲେ। ତେବେ ଭିକ୍କି ତାଙ୍କୁ ଅନୁରୋଧ କରି ରୁମରୁ କିଛି ଜନିଷ ନେବାକୁ ଭିତରକୁ ଛାଡ଼ିବାକୁ କହିଥିଲେ।

ସେ ଭିତରକୁ ଯିବା ପରେ ଦମ୍ପତିଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ସେମାନେ ପରସ୍ପରକୁ ମାଡ଼ ମଧ୍ୟ ମାରିଥିଲେ। ଶେଷରେ ମାମଲା କପିଲ ନଗର ଥାନାରେ ପହଞ୍ଚିଥିଲା।

ମୀନୁ, ଭାଇ ବିଶାଲ ଓ ତାଙ୍କର ଜଣେ ବନ୍ଧୁ କପିଲ ନଗର ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ କରିବାକୁ କହିଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ଭିକ୍କିଙ୍କୁ ଡାକିଥିଲା।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ଉଭୟଙ୍କୁ ପରସ୍ପର ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲୁ। କିନ୍ତୁ ଦମ୍ପତି ଓ ସେମାନଙ୍କ ସମ୍ପର୍କୀୟମାନେ ମାମଲାର ଆପୋଷବୁଝାମଣା କରିବାକୁ କହିଥିଲେ।”

ଥାନାରୁ ଭିକ୍କି ପୁଣି ଫ୍ଲାଟକୁ ଯାଇଥିଲେ। ସେଠାରେ ଗୋଟିଏ ଲୁହା ରଡରେ ମୀନୁଙ୍କୁ ପିଟି ଚାଲିଥିଲେ। ସେ ନିସ୍ତେଜ ହୋଇ ତଳେ ପଡ଼ିଗଲା ପରେ ଭିକ୍କି ବାହାରୁ ପଟୁ କବାଟ ବନ୍ଦ କରି ସେଠାରୁ ଫେରାର ହୋଇଯାଇଥିଲେ।

ସମାନ ବିଲଡିଂରେ ରହୁଥିବା ମୀନୁଙ୍କ ବନ୍ଧୁ ବାରମ୍ବାର ଫୋନ କରି ନିରାଶ ହେବାରୁ ପୁଲିସ୍‌ ଓ ମୀନୁଙ୍କ ଭାଇ ବିଶାଲଙ୍କୁ ଖବର ଦେଇଥିଲେ। ପୁଲିସ୍‌ କବାଟ ଭାଙ୍ଗି ଭିତରକୁ ଯିବା ପରେ ମୀନୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍‌ ଭିକ୍କିଙ୍କୁ ଖୋଜିବା ପୂର୍ବରୁ ସେ ପୁଲିସ୍‌ରେ ଆତ୍ମସମର୍ପଣ କରିଥିଲେ।

Crime Maharashtra Couple Murdered Nagpur