ପରସ୍ପର ଠାରୁ ୨୪୦ କିମି ଦୂରରେ ଆତ୍ମହତ୍ୟା କଲେ ସେନା ଦମ୍ପତି, କିନ୍ତୁ ସ୍ତ୍ରୀ କହିଛନ୍ତି- ହାତରେ ହାତ ଛନ୍ଦି ସଂସ୍କାର କରିବ

ପତ୍ନୀଙ୍କ ପାଖକୁ ମିଳିଥିବା ସୁଇସାଇଟ ନୋଟରେ ସେ ସ୍ୱାମୀଙ୍କ ସହ ତାଙ୍କ ଶବକୁ ଗୋଟିଏ ସ୍ଥାନରେ ସଂସ୍କାର କରିବାକୁ ଅନୁରୋଧ କରିଛନ୍ତି।

Army and IAF officers, die by suicide

representational image

Hemant Lenka
  • Published: Thursday, 17 October 2024
  • Updated: 17 October 2024, 04:01 PM IST

Sports

Latest News

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିଲା ନିଚ୍ଛକ ଭଲ ପାଇବା। କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ହେଉ ନଥିଲେ। ମୃତ୍ୟୁ ପରେ ମଧ୍ୟ ସେମାନେ ଏକାଠି ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ। ହେଲେ ହଠାତ୍ ଏମିତି କ’ଣ ହେଲା ସୁନାର ସଂସାର ଉଜୁଡ଼ି ଯାଇଛି। ପରସ୍ପର ଠାରୁ ୨୪୦ କିମି ଦୂରରେ ଜୀବନ ହାରିଛନ୍ତି ଦମ୍ପତି।

ଜୀବନ ହାରିଥିଲେ ମଧ୍ୟ ସେମାନେ ଏକାଠି ରହିବାକୁ ଚାହିଁଛନ୍ତି। ପତ୍ନୀଙ୍କ ପାଖକୁ ମିଳିଥିବା ସୁଇସାଇଟ ନୋଟରେ ସେ ସ୍ୱାମୀଙ୍କ ସହ ତାଙ୍କ ଶବକୁ ଗୋଟିଏ ସ୍ଥାନରେ ସଂସ୍କାର କରିବାକୁ ଅନୁରୋଧ କରିଛନ୍ତି। ଏକାଠି ସଂସ୍କାର କରିବା ବେଳେ ହାତରେ ହାତ ଛନ୍ଦିବାକୁ ମଧ୍ୟ ସେ କହିଛନ୍ତି। 

ପୂରା ଘଟଣା ଏମିତି। ଭାରତୀୟ ବାୟୁ ସେନାର ଜଣେ ଫ୍ଲାଇଟ ଲେଫ୍ଟନାଣ୍ଟ ଆଗ୍ରା ଠାରେ ଆତ୍ମହତ୍ୟା କରିଥିଲେ। ଏହି ଖବର ସ୍ଥଳ ସେନାରେ କାମ କରୁଥିବା ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚିଥିଲା। ସ୍ୱାମୀଙ୍କୁ ହରାଇବାର ଦୁଃଖ ସହି ନପାରି ସେନା ଅଧିକାରୀ ଜଣଙ୍କ ମଧ୍ୟ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗୋଟିଏ ଗେଷ୍ଟ ହାଉସରେ ନିଜ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ।

Also Read

ପୁଲିସ୍‌ ଗେଷ୍ଟ ହାଉସ ଭିତରୁ ମହିଳା ସେନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧା କରିଛି। ଏଥିସହ ଗୋଟିଏ ସୁଇସାଇଡ ନୋଟ ମଧ୍ୟ ପୁଲିସ୍‌ ଠାବ କରିଛି। ଏଥିରେ ମହିଳା ଜଣଙ୍କ ସ୍ୱାମୀଙ୍କ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଛନ୍ତି। ସ୍ୱାମୀ ଦୀନଦୟାଲ ଦୀପଙ୍କ ହାତରେ ହାତ ଛନ୍ଧି ଦୁଇ ଜଣଙ୍କ ଶବକୁ ଏକାଠି ସଂସ୍କାର କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।

ବିହାରର ମୂଳବାସିନ୍ଦା ଦୀପ ଆଗ୍ରାରେ ଥିବା ବାୟୁସେନା ଷ୍ଟେସନରେ ନିଯୁକ୍ତି ପାଇଥିଲେ। ତାଙ୍କ ପତ୍ନୀ ରେଣୁ ତନୱର ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗରୌତା ଅଫିସର୍ସ ଗେଷ୍ଟ ହାଉସରେ ରୁହନ୍ତି। ୨୦୨୨ରେ ଉଭୟ ପ୍ରେମ ବିବାହ କରିଥିଲେ।

ଦୀପ ଓ ରେଣୁ ଆତ୍ମହତ୍ୟା କରିଥିବାର ଖବର ବୁଧବାର ପୁଲିସ୍‌କୁ ମିଳିଥିଲା। ପୁଲିସ୍‌ର ସୂଚନା ଅନୁଯାୟୀ, ଦୀପ ସୋମବାର ରାତିରେ ଜୀବନ ହାରିଥିବା ବେଳେ ମଙ୍ଗଳର ବାର ରେଣୁ ଆତ୍ମହତ୍ୟା କରିଥିଲେ।

ମଙ୍ଗଳବାର ରାତିରେ ପୁଲିସ୍‌ ରେଣୁଙ୍କ ଝୁଲନ୍ତା ମୃତଦେହ ଗେଷ୍ଟ ହାଉସରୁ ଉଦ୍ଧାର କରିଥିଲା। ତେବେ ଦୀପ କେଉଁ କାରଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ, ସେକଥା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story